ଓଡିଶା

odisha

ETV Bharat / bharat

ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ଆସାମ ମୈଦାନରେ ପକାନ୍ତୁ ନଜର...

ପ୍ରଥମ ପର୍ଯ୍ୟାୟରେ 76 ପ୍ରତିଶତ ଭୋଟିଂ ପରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତ ଆସାମ । ଏପ୍ରିଲ ପହିଲା ଅର୍ଥାତ ଗୁରୁବାର ହେବା ଆସାମ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଅଧିକ ପଢନ୍ତୁ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ଆସାମ ମୈଦାନ ଉପରେ ପକାନ୍ତୁ ନଜର
ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ଆସାମ ମୈଦାନ ଉପରେ ପକାନ୍ତୁ ନଜର

By

Published : Apr 1, 2021, 6:11 AM IST

Updated : Apr 1, 2021, 8:29 AM IST

ଗୋହାଟୀ: ପ୍ରଥମ ପର୍ଯ୍ୟାୟରେ 76 ପ୍ରତିଶତ ଭୋଟିଂ ପରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତ ଆସାମ । ଏପ୍ରିଲ ପହିଲା ଅର୍ଥାତ ଗୁରୁବାର ହେବା ଆସାମ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ।

ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ଆସାମ ମୈଦାନରେ ପକାନ୍ତୁ ନଜର...

ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ 39ଟି ନିର୍ବାଚନମଣ୍ଡଳୀ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି । ଏହା ସହିତ କୋରୋନା ଗାଇଡଲାଇନକୁ ମଧ୍ୟ କଡାକଡି କରାଯାଇଛି ।

ସମୁଦାୟ 73,44,631 ମତଦାତା କରିବେ ମତଦାନ । ସେଥିମଧ୍ୟରୁ 37,34,537 ଜଣ ପୁରୁଷ ମତଦାତା ଥିବା ବେଳେ , 36,09,959 ମହିଳା ଓ 135 ଜଣ ଟ୍ରାନ୍ସଜେଣ୍ଡର ଭୋଟର ସାମିଲ ଅଛନ୍ତି ।

13ଟି ଜିଲ୍ଲାର 39ଟି ନିର୍ବାଚନମଣ୍ଡଳୀରେ ଥିବା 10,592 ମତଦାନ କେନ୍ଦ୍ରରେ ଗୁରୁବାର ସକାଳ 7ଟାରୁ ମତଦାନ ଆରମ୍ଭ ହେବ। ଆସାମ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ କ୍ଷମତାସୀନ ବିଜେପି ଏବଂ କଂଗ୍ରେସ- AIUDF ମେଣ୍ଟ ମଧ୍ୟରେ ରହିଛି ଟକ୍କର ।

ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ଆସାମ ମୈଦାନରେ ପକାନ୍ତୁ ନଜର...

ଗୁରୁବାରର ମତଦାନ ସାରା ରାଜ୍ୟରେ 30ଟି ରାଜନୈତିକ ଦଳର 26 ଜଣ ମହିଳା ପ୍ରାର୍ଥୀଙ୍କ ସମେତ 345 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ।

8-ଅଲଗାପୁର ନିର୍ବାଚନମଣ୍ଡଳୀରେ ସର୍ବାଧିକ ପ୍ରାର୍ଥୀ (19) ଥିବାବେଳେ 69-ଉଦଲଗୁରୀ ବିଧାନସଭା ନିର୍ବାଚନରେ ସର୍ବନିମ୍ନ ସଂଖ୍ୟକ ପ୍ରାର୍ଥୀ ଅଛନ୍ତି 2 ।

ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ଆସାମ ମୈଦାନରେ ପକାନ୍ତୁ ନଜର...

ମୋଟ 345 ପ୍ରାର୍ଥୀଙ୍କ ମଧ୍ୟରୁ 37(11%) ପ୍ରାର୍ଥୀଙ୍କ ବିରୋଧରେ ରହିଛି ଅପରାଧିକ ମାମଲା । ଅନ୍ୟପକ୍ଷେ 30(9%) ପ୍ରାର୍ଥୀଙ୍କ ବିରୋଧରେ ଗମ୍ଭୀର ଅପରାଧିକ ମାମଲା ରେକର୍ଡ ହୋଇଛି ।

ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ଆସାମ ମୈଦାନ ଉପରେ ପକାନ୍ତୁ ନଜର

ପ୍ରମୁଖ ଦଳ ମଧ୍ୟରେ ବିଜେପିର 34 ପ୍ରାର୍ଥୀଙ୍କ ମଧ୍ୟରୁ 11 (32%), ଭାରତୀୟ ଜାତୀୟ କଂଗ୍ରେସ (INC)ର 28 ପ୍ରାର୍ଥୀଙ୍କ ମଧ୍ୟରୁ 5 (18%), AIUDFର 7 ପ୍ରାର୍ଥୀଙ୍କ ମଧ୍ୟରୁ 5 (71%), 2 (33%) ନିଜ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଛନ୍ତି ।

ଆସାମରେ ମାର୍ଚ୍ଚ 27, ଏପ୍ରିଲ 1, ଏବଂ ଏପ୍ରିଲ 6 ତିନିଟି ପର୍ଯ୍ୟାୟ ବିଧାନସଭା ନିର୍ବାଚନ ତିନିଟି ପର୍ଯ୍ୟାୟରେ ଅନୁଷ୍ଠିତ ନେଇ ଘୋଷଣା କରିଥିଲେ ନିର୍ବାଚନ ଆୟୋଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 1, 2021, 8:29 AM IST

ABOUT THE AUTHOR

...view details