ଓଡିଶା

odisha

ETV Bharat / bharat

ପୁଣି ଅନ୍ଧବିଶ୍ବାସର କରୁଣ ପରିଣତି: ତାନ୍ତ୍ରିକ ଚାବୁକ ମାଡରେ ଝିଅର ମୃତ୍ୟୁ - ଅନ୍ଧବିଶ୍ବାସ

ପୁଣି ଅନ୍ଧବିଶ୍ବାସରେ ବଶବର୍ତ୍ତୀ ହୋଇ ମୃତ୍ୟୁ । ତାନ୍ତ୍ରିକର ଚାବୁକ ମାଡରେ ଝିଅଟିର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ..

ପୁଣି ଅନ୍ଧବିଶ୍ବାସର କରୁଣ ପରିଣିତି
ପୁଣି ଅନ୍ଧବିଶ୍ବାସର କରୁଣ ପରିଣିତି

By

Published : Feb 21, 2021, 6:45 PM IST

ଚେନ୍ନାଇ: ପୁଣି ଅନ୍ଧବିଶ୍ବାସରେ ବଶବର୍ତ୍ତୀ ହୋଇ ମୃତ୍ୟୁ । ତାନ୍ତ୍ରିକର ଚାବୁକ ମାଡରେ ଝିଅଟିର ମୃତ୍ୟୁ ହୋଇଛି । ତାମିଲନାଡୁର ରାମନାଥପୁରମ ଜିଲ୍ଲାର ଭିରା ସେଲଭାମ ତାଙ୍କ ଝିଅ ଧରଣୀଙ୍କ ସହ ରୁହନ୍ତି । ଧରଣୀଙ୍କ ଶରୀରର ଅବସ୍ଥା ହଠାତ୍ ଖରାପ ହେବା ପରେ ତାଙ୍କ ପିତା ତାଙ୍କୁ ତାନ୍ତ୍ରିକଙ୍କ ନିକଟକୁ ନେଇଗଲେ। ଅବସ୍ଥା ଭଲ ନ ହେବାରୁ ତାଙ୍କୁ ପୁଣି ଆଉ ତାନ୍ତ୍ରିକଙ୍କ ନିକଟକୁ ନିଆଯାଇଥିଲା। ପୂଜା ସମୟରେ ତାନ୍ତ୍ରିକ ତାଙ୍କୁ ଚାବୁକ ଏବଂ ବାଡି ବ୍ୟବହାର କରି ପିଟିବା ପରେ ଧରଣୀ ବେହୋସ୍ ହୋଇ ଯାଇଥିଲେ।

ଏହି ସମୟରେ ଭୟଭୀତ ତାନ୍ତ୍ରିକ ଭିରା ସେଲଭାମଙ୍କୁ ଧରଣୀଙ୍କୁ ଡାକ୍ତରଖାନା ନେବାକୁ କହିଥିଲେ। ଡାକ୍ତରଖାନା ନେବା ପରେ ଝିଅକୁ ଟାଇଫଏଡ ହୋଇଥିବା ଜାଣିବାକୁ ପାଇଥିଲେ ଭିରା ସେଲଭମ୍ । ଏହା ସତ୍ତ୍ବେ ବି ସେ ଝିଅକୁ ଘରକୁ ନେଇ ଆସିଲେ ।

ସେହିଦିନ ରାତିରେ ଧରଣୀଙ୍କ ଶରୀରର ଅବସ୍ଥା ବିଗିଡି ଯାଇଥିଲା। ପରେ ନିକଟସ୍ଥ କ୍ଲିନିକକୁ ନିଆଯିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ମୃତ୍ୟୁରେ ପୋଲିସ ଭିରା ସେଲଭାମ ଏବଂ ଅନ୍ୟ ଦୁଇଜଣ ତାନ୍ତ୍ରିକଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details