ବେଙ୍ଗାଲୁରୁ: ଆଜିକା ସମୟରେ ଯାହା ବି ହେଇଯାଉ ସୁନ୍ଦର ଦେଖାଯିବ ନିହାତି ଜରୁରୀ ହୋଇପଡ଼ିଛି । ସୁନ୍ଦର ଚେହେରା ପାଇଁ କିଏ କେତେ କଣ ଉଦ୍ୟମ କରୁଥାନ୍ତି । ଘରୋଇ ଉପଚାର ହେଉ କି କେମିକାଲ ବ୍ୟବହାର, ଚକାଚକ ଦେଖାଯିବାକୁ ପ୍ରୟାସ ଜାରି ରହିଥାଏ । ତେବେ ଝିଅମାନଙ୍କ ମୁହଁରେ ଉଠୁଥିବା ବ୍ରଣକୁ ନେଇ ସେମାନେ ଟିକିଏ ଅଧିକ ଚିନ୍ତିତ ହୋଇପଡନ୍ତି । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହି ବ୍ରଣ ପାଇଁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଏଭଳି ଘଟଣା ଘଟିଛି ଦକ୍ଷିଣ କାନ୍ନାଡ଼ା ଜିଲ୍ଲା ପୁଥୁର ତାଲୁକର ପାଲତାଡି ଗ୍ରାମରେ ।
ମୁହଁରେ ବ୍ରଣ ପାଇଁ ସ୍କୁଲ ଛାତ୍ରୀଙ୍କ ଆତ୍ମହତ୍ୟା - ପୁଥୁର ତାଲୁକର ପାଲତାଡି ଗ୍ରାମ
ବ୍ରଣ ପାଇଁ ଛାତ୍ରୀଙ୍କ ଆତ୍ମହତ୍ୟା । ଏଭଳି ଘଟଣା ଘଟିଛି ଦକ୍ଷିଣ କାନ୍ନାଡ଼ା ଜିଲ୍ଲା ପୁଥୁର ତାଲୁକର ପାଲତାଡି ଗ୍ରାମରେ । ଅଧିକ ପଢନ୍ତୁ...

ମୁହଁରେ ବ୍ରଣ ପାଇଁ ସ୍କୁଲ ଛାତ୍ରୀର ଆତ୍ମହତ୍ୟା
ସେହି ଗ୍ରାମର ନାଇରୋଲଟାଡକା ରାମଙ୍କ ଝିଅ ଦିବ୍ୟା, କାଇରୁ କର୍ଣ୍ଣାଟକ ପବ୍ଲିକ୍ ସ୍କୁଲର ନବମ ଶ୍ରେଣୀରେ ପଢେ । ଯିଏକି ଶୁକ୍ରବାର ସ୍କୁଲ ଯାଉଛି ବୋଲି କହି ତାଙ୍କ ଘର ନିକଟରେ ସ୍କାର୍ଫରେ ଟାଙ୍ଗୀ ଆତ୍ମହତ୍ୟା କରିଛି । ସୂଚନାଥାଉକି, ଦିବ୍ୟା ନିଜର ମୁହଁର ବ୍ରଣ ପାଇଁ ସେ କେଉଁ ସାଙ୍ଗ ଘର କି ସମ୍ପର୍କୀୟଙ୍କ ଘରକୁ ଯାଉନଥିଲେ । ତେବେ ଯେତେବେଳେ ସ୍କୁଲ ଆରମ୍ଭ ହେଲା, ବ୍ରଣରେ ପରିପୂର୍ଣ୍ଣ ଚେହେରା ସହିତ ସେ କିପରି ବିଦ୍ୟାଳୟକୁ ଯିବେ, ଏହି ଚିନ୍ତାରେ ଥିଲେ ଦିବ୍ୟା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ