ନୂଆଦିଲ୍ଲୀ :ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ତ । ଏମ୍ସର 9 ମହଲାରେ ଅଗ୍ନିକାଣ୍ତ ଘଟିଛି । ଏଥିରେ କେହି ମୃତାହତ ହୋଇ ନଥିବା ବେଳେ କୈଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ସୂଚନା ଅନୁସାରେ,ବୁଧବାର ବିଳମ୍ବିତ ରାତିରେ ହସପିଟାଲରେ ନିଆଁ ଲାଗିଥିଲା । ଏହା ଦେଖି ମେଡିକାଲ କର୍ତ୍ତୃପକ୍ଷ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁର ଭୟାବହତା ଅଧିକ ଥିବାରୁ ନିଆଁଲିଭା ପାଇଁ 20ଟି ଦମକଳ ଗାଡି ନିୟୋଜିତ ହୋଇଥିଲା । ତେବେ ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ।
ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ତ - ଅଗ୍ନିକାଣ୍ତ
ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ତ ।ଏଥିରେ କେହି ମୃତାହତ ହୋଇ ନଥିବା ବେଳେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଅଧିକ ପଢନ୍ତୁ...
ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ତ
ଏହାପୂର୍ବରୁ, ଅଗଷ୍ଟ 17, 2019 ରେ ଦିଲ୍ଲୀ ଏମ୍ସରେ ମଧ୍ୟ ଅଗ୍ନିକାଣ୍ଡ ଘଟିଥିଲା । ଏମ୍ସର ଏକାଡେମିକ୍ ବ୍ଲକରେ ନିଆଁ ଲାଗି କୋଟି କୋଟି ଟଙ୍କା ମୂଲ୍ୟର ଲ୍ୟାବରେ ଥିବା ଅତ୍ୟାଧୁନିକ ଯନ୍ତ୍ରପାତି ପୋଡି ଯାଇଥିଲା। ।ସେହିପରି, 2016 ମସିହାରେ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଥିଲା।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ