ତେଲେଙ୍ଗାନା: ସବୁ ବାପା'ମାଙ୍କ ଇଚ୍ଛା ଥାଏ ତାଙ୍କ ଠାରୁ ତାଙ୍କ ସନ୍ତାନ ଆହୁରି ଅଧିକ ଦୁନିଆ ଦେଖୁ । ଜୀବନରେ ବହୁ ଉନ୍ନତି କରୁ । ବାପାଙ୍କ ପରିଚୟରେ ନୁହେଁ, ବରଂ ସନ୍ତାନଙ୍କ ପରିଚୟରେ ବାପା ସାରା ଦୁନିଆ ଚିହ୍ନୁ । ସେମିତି ଏକ ବିରଳ ଆଉ ହୃଦୟକୁ ଛୁଇଁବା ବଳି ଦୃଶ୍ୟ ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶ ପୋଲିସ ଷ୍ଟେସନରେ ।
ଝିଅକୁ ସାଲ୍ୟୁଟ କଲେ ବାପା - a father saluted
ଯେଉଁଠି ଜଣେ ଝିଅକୁ ସାଲ୍ୟୁଟ କରିଛନ୍ତି ତାଙ୍କ ବାପା । ସର୍କଲ ଇନ୍ସପେକ୍ଟର ଶ୍ୟାମ ସୁନ୍ଦର ତାଙ୍କ ନିଜ ଝିଅ ଜେସି ପ୍ରସାନ୍ତ, ଯିଏ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଭାବେ ନିଯୁକ୍ତି ପାଇଛନ୍ତି ।
ଝିଅକୁ ସାଲ୍ୟୁଟ ମାରିଲେ ବାପା
ଯେଉଁଠି ଜଣେ ଝିଅକୁ ସାଲ୍ୟୁଟ କରିଛନ୍ତି ତାଙ୍କ ବାପା । ସର୍କଲ ଇନ୍ସପେକ୍ଟର ଶ୍ୟାମ ସୁନ୍ଦର ତାଙ୍କ ନିଜ ଝିଅ ଜେସି ପ୍ରଶାନ୍ତ, ଯିଏ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଭାବେ ନିଯୁକ୍ତି ପାଇଛନ୍ତି । ତାଙ୍କୁ ଅଭିବାଦନ ଜଣାଇବାକୁ ଯାଇ ଶ୍ୟାମ ସୁନ୍ଦର ଅତି ଗର୍ବ ଓ ସମ୍ମାନର ସହିତ ନିଜ ଝିଅକୁ ହସିହସି ସାଲ୍ୟୁଟ ମାରିଛନ୍ତି । ଏହି ଚିତ୍ରକୁ ଆନ୍ଧ୍ରପ୍ରଦେଶ ପୋଲିସ ଟ୍ବିଟ କରିବା ସହ ଏହା ଏକ ବିରଳ ଓ ଅତ୍ୟନ୍ତ ହୃଦୟସ୍ପର୍ଶୀ ବୋଲି ଟ୍ବିଟରେ ଲେଖିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Jan 4, 2021, 10:24 PM IST