ବେଙ୍ଗାଲୁରୁ:ଭଲ ଚାଷ କରିବାକୁ ଚାଷୀଟିଏ କେତେ ଯେ କୌଶଳ ଆପଣାଏ ତାହାର ହିସାବ ନାହିଁ। ଯେମିତି କର୍ଣ୍ଣାଟକ ଏହି ଚାଷୀ ରବି କୁମାର... ଫୁଲଚାଷକୁ ସୁରକ୍ଷିତ ରଖିବାକୁ ରବି 12ଟି ବୋରୱେଲ ଖୋଳିଥିଲେ। ଏଥିପାଇଁ ଖର୍ଚ୍ଚ କରିଥିଲେ ପ୍ରାୟ 40 ଲକ୍ଷ ଟଙ୍କା। କିନ୍ତୁ ସବୁ ବୋରୱେଲ ଖରାପ ହୋଇଗଲା। ଏହାପରେ ବି ସେ ହାର ମାନିନଥିଲେ। ବର୍ଷାଜଳ ସଂରକ୍ଷଣ କରିବାକୁ ପ୍ରାୟ 6 କୋଟି ଲିଟର ପାଣି କ୍ଷମତା ବିଶିଷ୍ଟ ଏକ ପଖୋରୀ ଖୋଳିଥିଲେ।
କର୍ଣ୍ଣାଟକ ଦୋଦ୍ଦାବାଲାପୁରା ଜିଲ୍ଲାର ଦୋଦ୍ଦା ହଜାଜୀ ଗାଁ ଚାଷୀ ରବିକୁମାର 8 ଏକର ଜମିର ପଲି ହାଉସରେ କରିଛନ୍ତି ଗୋଲାପ ଫୁଲ ଚାଷ। ବର୍ତ୍ତମାନ ତାଙ୍କ ଜମିରୁ ଉତ୍ପାଦିତ ଗୋଲାପ ଫୁଲ ବାହାର ଦେଶକୁ ପଠାଯାଉଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହାର ଖୁବ ଚାହିଦା ରହିଛି। ଏହି ଫୁଲ ଚାଷରୁ ସେ ବର୍ଷକୁ ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଖାଲି ସେତିକି ନୁହେଁ ଏହି ଫୁଲ ଚାଷ ଯୋଗୁଁ ସ୍ଥାନୀୟ ଅଞ୍ଚଳର 150ରୁ ଅଧିକ ଲୋକ ରୋଜଗାର ମଧ୍ୟ ପାଇ ପାରିଛନ୍ତି। ରବିକୁମାରଙ୍କ ପାଖରେ ରହିଛି 20 ଏକର ଚାଷ ଜମି। ସେଥିମଧ୍ୟରୁ 8 ଏକର ଜମିରେ ପଲି ହାଉସ ତିଆରି ହୋଇ ଫୁଲ ଚାଷ କରାଯାଉଛି। ରବିଙ୍କ ପଲି ହାଉସରେ 12 କିସମର ଗୋଲାପ ଫୁଲ ଦେଖିବାକୁ ମିଳେ।
ବର୍ଷା ଦିନେ ପାଣି ନଷ୍ଟ ହୋଇଯାଏ। ଏହା ରବିଙ୍କୁ ଅତ୍ୟନ୍ତ ଦୁଃଖ ଦେଉଥିଲା। ଏଥିପାଇଁ ପୋଖରୀ ନିର୍ମାଣ କରି ପାଣି ବଞ୍ଚାଇବାକୁ ସଂକଳ୍ପ ନେଇଥିଲେ। ପାଣି ବଞ୍ଚାଇବାକୁ ତିଆରି ହେବାକୁ ପୋଖରୀ ପାଇଁ ବଡ଼ ଜମିର ଆବଶ୍ୟକତା ଥିଲା। ସେ ଗୋଟିଏ ପୋଖରୀ ନିର୍ମାଣ କଲି ଯେଉଁଠି 6 କୋଟି ପାଣି ରହି ପାରିବ। ପୂର୍ବରୁ 1400 ଫୁଟ ବୋରୱେଲ ଖୋଳିଥିବା ସତ୍ତ୍ବେ ମୋତେ ପାଣି ମିଳୁନଥିଲା। ବର୍ତ୍ତମାନ ମୋ ଫୁଲ ଚାଷ ପାଇଁ 100 ପ୍ରତିଶତ ବର୍ଷା ଜଳ ମିଳୁଛି।