ଓଡିଶା

odisha

ETV Bharat / bharat

ଝିଅର ଫି ପାଇଁ କିଡନୀ ବିକ୍ରୀ କରିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଦମ୍ପତି

ଝିଅର ଫି ପାଇଁ କିଡନୀ ବିକ୍ରୀ କରିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଦମ୍ପତି । ଏପରି ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାର ହିନ୍ଦୁପୁରରେ । ଅଧିକ ପଢନ୍ତୁ...

By

Published : Apr 14, 2021, 1:16 PM IST

A family sell their kidneys for their daughters education  in Andhra Pradesh
ଝିଅର ଫି ପାଇଁ କିଡନୀ ବିକ୍ରୀ କରିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଦମ୍ପତି

ଅମରାବତୀ :କିଡନୀ ବିକ୍ରି କରି ଝିଅର ମେଡିକାଲ ଫି ଭରିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଜଣ ଦମ୍ପତି । ଏପରି ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାର ହିନ୍ଦୁପୁରରେ । ସୂଚନା ଅନୁସାରେ, ଅନନ୍ତପୁରରେ ମକବୁଲ ଜାନ ଓ ଆୟୁବ ଖାନ ହିନ୍ଦୁପୁରରେ ବସବାସ କରନ୍ତି । ଆୟୁବଙ୍କ ଝିଅ ରୁବିୟା ଫିଲିଫାଇନ୍ସର ଦୌଭୋସ ସହରରେ ରହି ମେଡିକାଲ ପାଠ ପଢନ୍ତି । ଆଶା କରିଥିଲେ ଯେ, ସରାକାରଙ୍କ ଦ୍ବାରା ସହାୟତା ପାଠପଢା ପାଇଁ ଯୋଗାଇ ଦିଆଯିବ । କିନ୍ତୁ ଫରେନ ଏଜୁକେସନ ସ୍କୋଲାରସିପ ଯୋଜନା କାର୍ଯ୍ୟକାରୀ ହୋଇ ନ ଥିବାରୁ ତାଙ୍କୁ କୌଣସି ସହାୟତା ମିଳି ନଥିଲା ।

ଫଳରେ ବାଧ୍ୟ ହୋଇ ଝିଅର ପାଠପଢା ଫି ଭରିବା ପାଇଁ ଘର ବିକ୍ରି ପାଇଁ ପ୍ରସ୍ତୁତ ହୋଇଥିଲେ ପରିବାର ଲୋକେ । କିନ୍ତୁ ତାହା ସମ୍ଭବ ହୋଇ ନଥିଲା । ଏପରିକି ସରକାରୀ ସହାୟତା ପାଇଁ ବହୁ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବହୁ ନେତାମନ୍ତ୍ରୀଙ୍କ ଦ୍ବାରସ୍ତ ହୋଇଥିଲେ । କିନ୍ତୁ କୌଣସି ସୁଫଳ ମିଳି ନ ଥିଲା । ବାଧ୍ୟ ହୋଇ ରୁବିଆଙ୍କ ମାଆ ସହାୟତା ପାଇଁ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ମଧ୍ୟ ଦେଇଥିଲେ । ହେଲେ ସମସ୍ୟାର ସମାଧାନ ହୋଇ ନ ଥିଲା । ଶେଷରେ ବାଧ୍ୟହୋଇ ମକୁଲ ନିଜ ସ୍ୱାମୀ ଆୟୁବଙ୍କ ସହ ମିଶି କିଡନୀ ବିକ୍ରି କରିବା ପାଇଁ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଥିଲେ । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

kidney sell

ABOUT THE AUTHOR

...view details