ଚେନ୍ନାଇ:ଏମକେ ଷ୍ଟାଲିନଙ୍କ ପାଇଁ ଜିଭ କାଟି ଦେଲେ ମହିଳା । ତାମିଲନାଡ଼ୁର ରାମନାଥପୁରମ ଜିଲ୍ଲାରେ ଦେଖିବାକୁ ମଳିଛି ଏଭଳି ଏକ ଘଟଣା । ତାମିଲନାଡୁ଼ ବିଧାନସଭା ନିର୍ବାଚନରେ ଡିଏମକେ ସଭାପତି ଏମକେ ଷ୍ଟାଲିନ ବିଜୟୀ ହେବାପରେ ଏଭଲି କାଣ୍ଡ କରିଛନ୍ତି ମହିଳା । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଏକ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
10 ବର୍ଷ ପରେ ତାମିଲନାଡ଼ୁରେ ସରକାର ଗଠନ କରିବାକୁ ଯାଉଛି ଡିଏମକେ । ଡିଏମକେର ବିଜୟ ପାଇଁ ରାମନାଥପୁରମ ଜିଲ୍ଲାସ୍ଥିତ ମୁଥାଲମନ ମନ୍ଦିରରେ ମାନସିକ କରିଥିଲେ ବନିତା ନାମକ 32 ବର୍ଷୀୟା ମହିଳା । ତେବେ ଡିଏମକେ 156ଟି ବିଧାନସଭା ଆସନରେ ବିଜୟୀ ହୋଇ ପ୍ରଚଣ୍ଡ ମତ ସାବ୍ୟସ୍ତ କରିଥିଲା । ଏହାପରେ ମହିଳା ଜଣକ ମୁଥାଲମନ ମନ୍ଦିରରେ ମାନସିକ ପୂରଣ କରିବାକୁ ନିଜ ଜିଭ କାଟି ଦେଇଥିଲେ। ମନ୍ଦିର ଖୋଲିନଥିବାରୁ ସେ ବାହାରେ ଛିଡ଼ା ହୋଇ ମନ୍ଦିର ଖୋଲିବା ଅପେକ୍ଷା ମଧ୍ୟ କରିଥିଲେ ।