ଓଡିଶା

odisha

ETV Bharat / bharat

ସତ୍ୟେନ୍ଦ୍ର ଜୈନଙ୍କୁ ବଡ ଝଟକା, ଜେଲରେ ମିଳିବନି ସ୍ପେଶାଲ୍ ଖାଦ୍ୟ - ସତ୍ୟନ୍ଦ୍ର ଜୈନଙ୍କ ଆବେଦନ ଖାରଜ

ଖାରଜ ହେଲା ସତ୍ୟେନ୍ଦ୍ର ଜୈନଙ୍କର ଜେଲରେ ସ୍ବତନ୍ତ୍ର ଖାଦ୍ୟ ଆବେଦନ (Satyendar Jain plea seeking to special food) । ମିଳିପାରିବନି ସ୍ବତନ୍ତ୍ର ସୁବିଧା । ମନିଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ପରେ କୋର୍ଟରେ ଅଛନ୍ତି ଜୈନ । ଅଧିକ ପଢନ୍ତୁ

ଜେଲରେ ମିଳିବନି ସ୍ବତନ୍ତ୍ର ଖାଦ୍ୟ, ସତ୍ୟେନ୍ଦ୍ର ଜୈନଙ୍କର ଆବେଦନ ଖାରଜ କଲେ କୋର୍ଟ
ଜେଲରେ ମିଳିବନି ସ୍ବତନ୍ତ୍ର ଖାଦ୍ୟ, ସତ୍ୟେନ୍ଦ୍ର ଜୈନଙ୍କର ଆବେଦନ ଖାରଜ କଲେ କୋର୍ଟ

By

Published : Nov 26, 2022, 4:28 PM IST

ନୂଆଦିଲ୍ଲୀ:ଜେଲରେ ଧର୍ମୀୟ ବିଶ୍ବାସ ଆଧାରରେ ସ୍ବତନ୍ତ୍ର ଖାଦ୍ୟ ଯୋଗାଇବା ନେଇ ଦିଲ୍ଲୀର ଗିରଫ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କରିଥିବା ଆବେଦନକୁ ଖାରଜ କରିଛନ୍ତି କୋର୍ଟ (Satyendar Jain plea seeking to special food)। ଦିଲ୍ଲୀର ଏକ ସ୍ଥାନୀୟ କୋର୍ଟରେ ଜୈନଙ୍କର ଏହି ଆବେଦନ ଉପରେ ଆଜି ଶୁଣାଣି ହୋଇଥିଲା । ତେବେ କୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି । ସ୍ବତନ୍ତ୍ର ନୁହେଁ ବରଂ ସାଧାରଣ କଏଦୀଙ୍କର ଖାଦ୍ୟ ଖାଇବେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ।

ଆର୍ଥିକ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଅଛନ୍ତି ଦିଲ୍ଲୀ କ୍ୟାବିନେଟର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ତେବେ ତାଙ୍କ ଧର୍ମୀୟ ବିଶ୍ବାସ ଆଧାରରେ ତାଙ୍କୁ ଜେଲରେ ଖାଦ୍ୟ ଯୋଗାଯୋଉ ବୋଲି ସେ କୋର୍ଟରେ ଏକ ପିଟିସନ ଦାଏର କରିଥିଲେ । ଯାହାକୁ ଆଜି କୋର୍ଟ ଖାରଜ କରିଛନ୍ତି ।

ନିକଟରେ ଜେଲ ସେଲରେ ତାଙ୍କୁ ମସାଜ କରାଯାଉଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ସେ ସେଲରେ ବେଡରେ ଶୋଇ କିଛି କାଗଜପତ୍ର ଦେଖୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ପାଦ ମାଲିସ କରୁଥିବାର ସିସିଟିଭି ଭିଡିଓ ଭାଇରାଲ ହୋଇଥିଲା । ଆମ ଆଦମୀ ପାର୍ଟି, ଜୈନ ଆହତ ହୋଇ ସ୍ପାଇନାଲ କଡ ସମସ୍ୟାରେ ଅସୁସ୍ଥ ଥିବା ଓ ଡାକ୍ତରଙ୍କ ପରାମର୍ଶ କ୍ରମେ ଫିଜିଓଥେରାପୀ ଚିକିତ୍ସା ନେଉଥିବା କହିଥିଲା । ହେଲେ ପରବର୍ତ୍ତୀ ସମୟରେ ମସାଜ କରୁଥିବା ବ୍ୟକ୍ତି ଜଣେ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ ବୋଲି ଜଣାପଡିବା ପରେ ଜୈନ ଓ ଆପର ଅଡୁଆ ବଢିବାରେ ଲାଗିଥିଲା । ବିଜେପି ଏନେଇ ଆପକୁ ଟାର୍ଗେଟ କରିଥିଲା । ଆପ ମଧ୍ୟ ବିଜେପିକୁ ପାଲଟା ଆକ୍ରମଣ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details