କୋଲକାତା:ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବେ ଟିଏମସି ସାଂସଦଙ୍କ ପ୍ରତିନିଧି । ଆଜି 12 ବେଳେ ଭେଟିବେ ବୋଲି ଟିଏମସି ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ନିର୍ବାଚନକୁ ନେଇ କୌଣସି ଗୁରୁତ୍ବପୂର୍ଣ୍ଣ ବିଷୟକୁ ନେଇ ଦାବି କରିପାରନ୍ତି ବୋଲି ଜଣାପଡିଛି ।
ଆଜି ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେଉଥିବାବେଳେ କିଛି ସ୍ଥାନରେ ହିଂସା ଦେଖାଦେଇଛି । ଏହାକୁ ନେଇ ତୃଣମୂଳ କଂଗ୍ରେସର ସାଂସଦ ପ୍ରତିନିଧି ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବେ ବୋଲି ଜଣାପଡିଛି । ପଶ୍ଚିମବଙ୍ଗରେ ନିର୍ବାଚନ ହିଂସା ଦେଖାଦେଇଛି। ପ୍ରଥମ ପର୍ଯ୍ୟାୟ ନର୍ବାଚନରେ ପୋଲିଂ ଅଧିକାରୀଙ୍କ ଖାଦ୍ୟ ଯୋଗାଉଥିବା ଗାଡିକୁ ପୋଡି ଦେଇଥିବାବେଳେ ଅନ୍ୟପରେ ପୂର୍ବ ମେଦିନାପୁରରେ କେନ୍ଦ୍ରୀୟ ସୁରକ୍ଷାବଳ ଉପରେ ବୋମା ଆକ୍ରମଣ କରାଯାଇଛି ।