ଓଡିଶା

odisha

Tripura police brutality; ଗୃହ ମନ୍ତ୍ରଣାଳୟ ଆଗରେ TMC ସାଂସଦଙ୍କ ବିକ୍ଷୋଭ

By

Published : Nov 22, 2021, 12:53 PM IST

Updated : Nov 22, 2021, 1:01 PM IST

ଗୃହ ମଣନ୍ତ୍ରଣାଳୟ(MHA) ଆଗରେ TMC ସାଂସଦଙ୍କ ବିକ୍ଷୋଭ ପ୍ରଦର୍ଶନ । ତ୍ରିପୁରାରେ ପୋଲିସ ଅତ୍ୟାଚାରକୁ ନେଇ ଟିଏମସି ସାଂସଦଙ୍କ ଏକ ପ୍ରତିନିଧି ଗୃହ ମନ୍ତ୍ରଣାଳୟ (MHA) ବାହାରେ ବିରୋଧ କରିଛନ୍ତି । ଅଧିକ ପଢନ୍ତୁ

ଗୃହ ମଣନ୍ତ୍ରଣାଳୟ ଆଗରେ TMC ସାଂସଦଙ୍କ ବିକ୍ଷୋଭ
ଗୃହ ମଣନ୍ତ୍ରଣାଳୟ ଆଗରେ TMC ସାଂସଦଙ୍କ ବିକ୍ଷୋଭ

ନୂଆଦିଲ୍ଲୀ:ଗୃହ ମଣନ୍ତ୍ରଣାଳୟ(MHA) ଆଗରେ TMC ସାଂସଦଙ୍କ ବିକ୍ଷୋଭ ପ୍ରଦର୍ଶନ । ତ୍ରିପୁରାରେ ପୋଲିସ ଅତ୍ୟାଚାରକୁ ନେଇ ଟିଏମସି ସାଂସଦଙ୍କ ଏକ ପ୍ରତିନିଧି ଗୃହ ମନ୍ତ୍ରଣାଳୟ (MHA) ବାହାରେ ବିରୋଧ କରିଛନ୍ତି। ସେଠାକାର ସ୍ଥିତି ନିୟନ୍ତ୍ରଣ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହଯୋଗ ଲୋଡିଛନ୍ତି TMC ସାଂସଦ ।

ଗୃହ ମଣନ୍ତ୍ରଣାଳୟ ଆଗରେ TMC ସାଂସଦଙ୍କ ବିକ୍ଷୋଭ

ତ୍ରିପୁରାରେ ସଂଗଠିତ ହିଂସା ସମୟରେ ପୋଲିସର ବର୍ବରତା ଅଭିଯୋଗ ଆଣି ଗୃହମନ୍ତ୍ରୀ (Union home minister) ଅମିତ ଶାହାଙ୍କୁ ଟିଏମସି (TMC) ସାଂସଦଙ୍କ ଏକ ପ୍ରତିନିଧି ଦଳ ଭେଟିବା କାର୍ଯ୍ୟକ୍ରମ ରହିଛି। ରବିବାର ରାତିରେ ଏହି ସାଂସଦ ପ୍ରତିନିଧି ଦଳ(TMC delegation)ଦିଲ୍ଲୀରେ ପହଞ୍ଚିଛନ୍ତି ।

ଗୃହ ମଣନ୍ତ୍ରଣାଳୟ ଆଗରେ TMC ସାଂସଦଙ୍କ ବିକ୍ଷୋଭ

ଏହି ପ୍ରତିନିଧି ଦଳ ସାକ୍ଷାତ ଓ ଆଲୋଚନା ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଠାରୁ ସମୟ ମାଗିଛି । ତ୍ରିପୁରାରେ ଏପରି ଫାସିବାଦୀ ଶାସନକୁ TMC କେବେ ଗ୍ରହଣ କରିପାରିବ ନାହିଁ ବୋଲି କହିଛି ଦଳ । ଏହି ପ୍ରତିନିଧି ଦଳରେ ପ୍ରାୟ ୧୫ ସାଂସଦ ଦିଲ୍ଲୀ ଆସିଛନ୍ତି ।

ଗୃହ ମଣନ୍ତ୍ରଣାଳୟ ଆଗରେ TMC ସାଂସଦଙ୍କ ବିକ୍ଷୋଭ

ଗତ ଅକ୍ଟୋବର ୧୯ରୁ ୨୬ ତାରିଖ ମଧ୍ୟରେ କିଛି ଦୁର୍ବୃତ୍ତ ଧାର୍ମିକ ଅନୁଷ୍ଠାନ ସହିତ ଦୋକାନ ବଜାର ଭଙ୍ଗାରୁଜା କରିଥିଲେ । ବାଂଲାଦେଶ ନିକଟବର୍ତ୍ତୀ ଅଞ୍ଚଳରେ ଦୁର୍ଗା ପୂଜା ମଣ୍ଡପ ଭଙ୍ଗାରୁଜା ପରଠାରୁ ତ୍ରିପୁରାରେ ତେଜିଛି ଏହି ସଂଘର୍ଷ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 22, 2021, 1:01 PM IST

ABOUT THE AUTHOR

...view details