ଚେନ୍ନାଇ: ମା’କୁ ସାପ କାମୁଡାରୁ ବଞ୍ଚାଇବାକୁ ଯାଇ ଜଣେ ୫ ବର୍ଷୀୟ ଶିଶୁ ସାପ କାମୁଡାରେ ପ୍ରାଣ ହରାଇଛି (child dies to save his mother )। ମା’ ରୋଷେଇ ଘରେ ରୋଷେଇ କରୁଥିବା ବେଳେ ସାପଟି ପଶି ଯାଇଥିଲା । ତେବେ ମାଁକୁ କାମୁଡିବା ପୂର୍ବରୁ ସେଠାରେ ଥିବା 5 ବର୍ଷୀୟ ଶିଶୁ ସାପକୁ ଘଉଡାଇବା ପାଇଁ ଉଦ୍ୟମ କରିବା ବେଳେ ସାପଟି ତାକୁ କାମୁଡି ଦେଇଥିଲା । ପରିବାର ଲୋକେ ହସ୍ପିଟାଲ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ଶିଶୁକୁ ମୃତ ଘୋଷଣା କରିଛନ୍ତି । ଘଟଣାଟି ଘଟିଛି ତାମିଲନାଡୁ ତୁଟିକୋରିନ ଜିଲ୍ଲାର କୋଭିଲପାଟୀ ନିକଟ କାଦପୁରର ଦକ୍ଷିଣ କୁପନପୁରାମ ଗ୍ରାମରେ (A child dies of a snake bite in Tamil nadu)।
ସୂଚନା ଅନୁସାରେ, ଗତରାତିରେ ଉକ୍ତ ଗ୍ରାମର ବାସିନ୍ଦା, ପେରୁମାଲାଙ୍କ ପତ୍ନୀ ଅର୍ଚ୍ଚନା ରୋଷେଇ ଘରେ ରୋଷେଇ କୁରଥିଲେ । ପାଖରେ ତାଙ୍କର ପୁଅ 5 ବର୍ଷୀୟ କାର୍ତ୍ତିକ ରାଜା ମଧ୍ୟ ଉପସ୍ଥିତ ଥିଲା । ସେତିକି ବେଳେ ହଠାତ ଏକ ନାଗ ସାପ କାନ୍ଥରେ ଥିବା ଏକ ଗାତରୁ ବାହାରି ଅର୍ଚ୍ଚନାଙ୍କ ଆଡକୁ ମାଡି ଯାଇଥିଲା । ଏହା ଦେଖି ପୁଅ କାର୍ତ୍ତିକ ସାପକୁ ଘଉଡାଇବାକୁ ଚେଷ୍ଟା କରିବା ବେଳେ ସାପଟି ତାଙ୍କୁ କାମୁଡି ଦେଇ ଘଟଣାସ୍ଥଳରୁ ଚାଲିଯାଇଥିଲା ।