ହାଇଦ୍ରାବାଦ: ବଜାରରୁ ପରିବା କିଣି ଫେରୁଥିବାବେଳେ ଅଧା ରହିଗଲା ଘର ବାହୁଡା । ଟ୍ରକ ଓ କାର ମୁହାଁମୁହିଁ ଧକ୍କା ଫଳରେ ଘଟଣାସ୍ଥଳରେ ଚାଲିଗଲା 6 ଜଣଙ୍କ ଜୀବନ । ତେଲେଙ୍ଗାନା ସମଶଦାବାଦରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ତେବେ ସମସ୍ତ ମୃତକ ଓଡିଆ ହୋଇଥିବା ସୂଚନା ମିଳିଛି । ସେମାନେ ଓଡି଼ଶାର ବଲାଙ୍ଗୀର ଜିଲ୍ଲାରୁ ଆସି ତେଲେଙ୍ଗାନାରେ ଇଟାଭାଟି ଶ୍ରମିକ ଭାବେ କାମ କରୁଥିଲେ । ମୃତକମାନେ ହେଲେ କଳା କୁମାର ସୁନା(20), କୃପା ସୁନା(25), ଗୋପାଳ ଦୀପ୍(25), ବୁଧାନ(25), ଅସ୍ତ ଯାଦବ(25) ଓ ପରମାନନ୍ଦ(55) ।
ଦୁର୍ଘଟଣାରେ ଜଣଙ୍କ ଅବସ୍ଥା ଅତି ଗୁରୁତର ଥିବାବେଳେ 22 ଜଣ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।