ମୁମ୍ବାଇ: ଦିନକୁ ଦିନ ମାନବିକାତ ହରାଉଛି ମନୁଷ୍ୟ । ଗୋଟିଏ ପରେ ଗୋଟିଏ ଅମାନୁଷିକ କାଣ୍ଡ କରି ଏହି ଜାତିକୁ କରିଛି ଅସମ୍ମାନ । ପ୍ରତିଦିନ କେଉଁଠି ନା କେଉଁଠି ମହିଳାଙ୍କୁ ଦୁଷ୍କର୍ମ କରିବା ଘଟଣା ସାମ୍ନାକୁ ଆସୁଥିବା ବେଳେ ଏବେ ପଶୁଙ୍କୁ ଦୁଷ୍କର୍ମ କରିବାକୁ ପଛାଉନାହାନ୍ତି କିଛି ବର୍ବର । ଏକ କୁକୁରକୁ ଜଣେ ୬୫ ବର୍ଷୀୟ ବୃଦ୍ଧ ଦୁଷ୍କର୍ମ (Unnatural sex with Dog)କରିବା ଘଟଣା ମହାରାଷ୍ଟ୍ର ପୁଣେରେ ଦେଖିବାକୁ ମିଳିଛି । ଏନେଇ ସମ୍ପୃକ୍ତ ବୃଦ୍ଧଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି । ସମ୍ପୃକ୍ତ ବୃଦ୍ଧଙ୍କ ନିକଟକରେ ଏଭଳି ଏକ ଘୃଣ୍ୟ ମାନସିକତାକୁ ସ୍ଥାନିୟ ବାସିନ୍ଦା ଘୋର ନିନ୍ଦା କରିଛନ୍ତି ।
ଅଭିଯୁକ୍ତ ଜଣକ ହେଉଛି ଭିବାସେନ ତକଲକାର । ଭିବାସେନ ତକାଲକାର ପୁଣେ ଖେଡ ନିକଟ ତକାଲକାରବାଡି ଅଞ୍ଚଳ ବାସିନ୍ଦା । ଅଭିଯୁକ୍ତ ଭିବାସେନ ତକାଲକାରର ବୟସ ୬୫ ବର୍ଷ ହେବ ବୋଲି ତଦନ୍ତରୁ ଜଣାପଡ଼ିଛି । ବୃଦ୍ଧ ଜଣକ କୁକୁରକୁ ନିଜ ବାସଭବନକୁ ଖାଦ୍ୟ ଦେବା ବାହାନାରେ ଘର ପାଖକୁ ଡାକି ନେଉଥିଲା । ପରେ କୁକୁରକୁ ଖାଦ୍ୟ ଦେଖାଇ ଘର ଭିତରକୁ ନେଇ ଯାଉଥିଲା । ଏହାପରେ ଅପ୍ରାକୃତିକ ଭାବରେ କୁକୁରକୁ ଦୁଷ୍କର୍ମ କରୁଥିବା ପଡୋଶୀ ଜାଣିବାକୁ ପାଇଥିଲେ । ବୃଦ୍ଧଙ୍କ ଏହି ଅମାନବୀୟ କାଣ୍ଡକୁ ଘର ପାଖ ଜଣେ ଯୁବକ ନିଜ ମୋବାଇଲ କ୍ୟାମାରାରେ କଏଦ କରିଥିଲା ।
ଏହା ବି ପଢନ୍ତୁ- ପୂଜା ପୂର୍ବରୁ ମାତିଲେଣି ଚୋର, ରାଜଧାନୀରେ ଖେଳିଲାଣି ଭୟର ଆତଙ୍କ