ଚେନ୍ନାଇ:ତାମିଲନାଡୁର ପ୍ରସିଦ୍ଧ ଜାଲିକାଟୁ ପ୍ରତିଯୋଗିତାରେ ଅଘଟଣ । ଜାଲିକାଟୁ ନେଲା ଜୀବନ । ଷଣ୍ଢ ଭୁଶିଦେବାରୁ ଜଣେ 14 ବର୍ଷର ନାବାଳକର ମୃତ୍ୟୁ ହୋଇଛି । ତାମିଲନାଡୁ ଧର୍ମପୁରୀ ଥାଣ୍ଡାନଗାମରେ ଏହି ଅଘଟଣ ଘଟିଛି ।
ସୂଚନାଅନୁସାରେ, ଥାଣ୍ଡାନଗାମରେ ଆୟୋଜିତ ବାର୍ଷିକ ଜାଲିକାଟୁ କ୍ରୀଡା ପ୍ରତିଯୋଗିତା ଦେଖିବାକୁ ପାଇଁ ଶହ ଶହ ଲୋକ ଏକାଠି ହୋଇଥିଲେ । ଖେଳର ଅନ୍ତିମ ପର୍ଯ୍ୟାୟରେ ଜଣେ ଷଣ୍ଢ ମାଲିକ ତାଙ୍କ ଷଣ୍ଢକୁ କାବୁ କରିପାରି ନଥିଲେ । ଫଳରେ ଉତ୍ୟକ୍ତ ଷଣ୍ଢ ନିୟନ୍ତ୍ରଣ ବାହାରକୁ ଯାଇ ଖେଳ ଦେଖିବାକୁ ଆସିଥିବା ଜଣେ ନାବାଳକ ଉପରେ ଆକ୍ରମଣ କରିଥିଲା । ନାବାଳକକୁ ଷଣ୍ଢଟି ଭୁଶି ଦେଇଥିଲା । ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ ।
ତାଙ୍କୁ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ଧର୍ମପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ନାବାଳକ ନାମ ଏସ ଗୋକୁଳ । ପିଲାଟି ପ୍ରସ୍ଥାନ ଫାଟକ ନିକଟରେ ଛିଡା ହୋଇଥିବା ବେଳେ ଷଣ୍ଢ ଆକ୍ରମଣର ଶିକାର ହୋଇଥିଲେ । ପୋଲିସ ଘଟଣାର ତଦନ୍ତ କରିବା ସହ ଗୋକୁଳ କିପରି ଆହତ ହେଲା ସେ ନେଇ ସିସିଟିଭି ଫୁଟେଜ ଯାଞ୍ଚ କରୁଛି ।
ଏହା ବି ପଢନ୍ତୁ...Pathaan Controversy: ଆସାମ ମୁଖ୍ୟମନ୍ତ୍ରୀ କହିଲେ ଶାହରୁଖ ଖାନ କିଏ ?
କେତେ ସୁରକ୍ଷିତ ଜାଲିକାଟୁ:ତାମିଲନାଡୁର ପାରମ୍ପିରକ ଖେଳ ହେଉଛି ଜାଲିକାଟୁ । ଲୋକଙ୍କ ମନୋରଞ୍ଜନ ପାଇଁ ଖେଳ ହେଉଛି ସତ ହେଲେ କଣ ଏନେଇ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ ହେଉଛି କି । ଜାଲିକାଟୁ କ୍ରୀଡାରେ ଷଣ୍ଢ ସହ ଦୁଃସାହସିକ ଖେଳ ପ୍ରଦର୍ଶନ କରାଯାଏ । ଘଡି ଘଡି କେ ଜୀବନ ପ୍ରତି ବିପଦ ଥାଏ । ଖେଳାଳି ଓ ଖେଳ ଦେଖିବାକୁ ଆସିଥିବା ଲୋକଙ୍କ ପ୍ରତି ବିପଦ ଥାଏ । ଏହି ଖେଳକୁ କିଛି ଲୋକ ନାପସନ୍ଦ କରନ୍ତି । ଏହାକୁ ପ୍ରତିବାଦ କରନ୍ତି ହେଲେ ତାମିଲନାଡରୁ ପାରମ୍ପରିକ ଖେଳ ହୋଇଥିବା ଏହାରୁ ବନ୍ଦ କରିବାକୁ ବିରୋଧ କରାଯାଉଛି ।
ଜାଲିକାଟୁରେ ଅଘଟଣ ଘଟିବା କିଛି ନୂଆ ନୁହେଁ । ପ୍ରତିବର୍ଷ ଅଘଟଣ ହେଉଛି । ଗତବର୍ଷ ଜାନୁଆରୀ 14 ତାରିଖରେ ଥାଚାନକୁରିଚି ଠାରେ ଅନୁଷ୍ଠିତ ଜାଲିକାଟୁ ପ୍ରତିଯୋଗିତାରେ ଷଣ୍ଢ ଆକ୍ରମଣରେ 44 ଜଣ ଆହତ ହୋଇଥିଲେ । ସେହିପରି ଚଳିତବର୍ଷ ଜାନୁଆରୀ 16 ତାରିଖରେ ମଦୁରାଇର ଅଭନିୟାପୁରମ ଠାରେ ଅନୁଷ୍ଠିତ ଜାଲିକାଟୁ ପ୍ରତିଯୋଗିତାରେ 60 ଜଣା ଆହତ ହୋଇଥିଲେ । 2017ରେ ଦୁଇଟି ଷଣ୍ଢଙ୍କର ମୃତ୍ୟୁ ହୋଇଥିବା ବେଳେ 83 ଜଣ ଆହତ ହୋଇଥିଲେ ।