ଓଡିଶା

odisha

ETV Bharat / bharat

ସ୍ବଚ୍ଛ ଭୋଟିଂ ପ୍ରକ୍ରିୟା ପାଇଁ ଛାତ୍ରଙ୍କ ପ୍ରୟାସ, ପ୍ରସ୍ତୁତ କଲେ ବାୟୋମେଟ୍ରିକ୍ସ ଭୋଟିଂ ପ୍ରୋଗ୍ରାମ - ବାୟୋମେଟ୍ରିକ୍ସ ଭୋଟିଂ ପ୍ରୋଗ୍ରାମ

ଭାରତର କୌଣସି ବି ସ୍ଥାନରେ ରହି ଦେଇ ପାରିବେ ଭୋଟ, ଭୋଟି ବ୍ୟବସ୍ଥାକୁ ଅନଲାଇନ କରିବା ପାଇଁ ଛାତ୍ରଙ୍କ ବାୟୋମେଟ୍ରିକ୍ସ ଭୋଟିଂ ପ୍ରୋଗ୍ରାମ କଲେ ନବମ ଶ୍ରେଣୀ ଛାତ୍ର ।

ବାୟୋମେଟ୍ରିକ୍ସ ଭୋଟିଂ ପ୍ରୋଗ୍ରାମ
ବାୟୋମେଟ୍ରିକ୍ସ ଭୋଟିଂ ପ୍ରୋଗ୍ରାମ

By

Published : Dec 13, 2022, 1:03 PM IST

ରାଞ୍ଚି:ପାଲାମୁ ଜିଲ୍ଲାର ନବମ ଶ୍ରେଣୀ ଛାତ୍ର ଉମାଶଙ୍କର ସିଂହ । କମ ବୟସରେ ଉନ୍ନତ ଚିନ୍ତାଧାରା। ଭୋଟିଂ ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବାକୁ ପ୍ରୟାସ କରିଛନ୍ତି ଉମାଶଙ୍କର । ସେ ଏପରି ଏକ ପ୍ରୋଗ୍ରାମ ତିଆରି କରିଛନ୍ତି ଯଦ୍ବାରା ଭୋଟିଂ ପ୍ରକ୍ରିୟା ବାୟୋମେଟ୍ରିକ୍ ସହିତ ଯୋଡାଯାଇପାରିବ(Student Prepared Online Voting System in Palamu) । ଏହାଦ୍ବାରା ଭାରତର ଯେକୌଣସି ସ୍ଥାନରେ ରହି ଭୋଟ ଦେଇ ପାରିବେ ଭୋଟର । ଆଉ ଏଥିପାଇଁ ମାତ୍ର ୧ ମିନିଟରେୁ କମ୍‌ ସମୟ ମଧ୍ୟ ଲାଗିବ । ଟିଭି ବିତର୍କ ଏବଂ ସମ୍ବାଦରେ ଭୋଟ୍ ବ୍ୟବସ୍ଥା ବିଷୟରେ ଜାଣିବା ପରେ ସେ ଏହି ପ୍ରୋଗ୍ରାମ କରିବାକୁ ଚିନ୍ତା କରିଥିଲେ ।

୨୫ ଦିନ ଲାଗିଥିଲା ସମୟ

ଏହି ପ୍ରୋଗ୍ରାମର ବିକାଶ ପରେ ଉମାଶଙ୍କର ଭାରତ ନିର୍ବାଚନ ଆୟୋଗ(ECI)କୁ ମେଲ୍‌ କରି ଏହି ବ୍ୟବସ୍ଥା ବିଷୟରେ ସୂଚନା ଦେଇଛନ୍ତି । ଉମାଶଙ୍କର ସିଂ ପ୍ରାୟ 25 ଦିନ ମଧ୍ୟରେ ଏହି ପ୍ରୋଗ୍ରାମକୁ ପ୍ରସ୍ତୁତ କରିଛନ୍ତି । ଭାରତର ନିର୍ବାଚନ ଆୟୋଗ ଏହି ପ୍ରସ୍ତାବ ଗ୍ରହଣ କରିବେ ବୋଲି ସେ ଆଶାବାଦୀ ଅଛନ୍ତି ।

ପ୍ରୋଗ୍ରାମର ନାମ ବାୟୋମେଟ୍ରିକ୍ସ ଭୋଟିଂ

ଉମାଶଙ୍କର ସିଂ କିଛି ଦିନ ପୂର୍ବରୁ ରାଞ୍ଚିରେ ସିବିଏସ୍ଇ ଦ୍ୱାରା ଆୟୋଜିତ ଆଞ୍ଚଳିକ ବିଜ୍ଞାନ ପ୍ରଦର୍ଶନୀରେ ଭାଗ ନେଇଥିଲେ। ପ୍ରଦର୍ଶନୀରେ ସେ ଲୋକଙ୍କୁ ବାୟୋମେଟ୍ରିକ୍ ଭୋଟିଂ ବ୍ୟବସ୍ଥା ବିଷୟରେ କହିଥିଲେ। ସେ କହିଛନ୍ତି ଯେ ବାୟୋମେଟ୍ରିକ୍ ଭୋଟିଂ ଏକ ବ୍ୟବସ୍ଥା। ଏହା ମାଧ୍ୟମରେ ଭୋଟିଂ ପ୍ରକ୍ରିୟା ବାୟୋମେଟ୍ରିକ୍ ସହିତ ସଂଯୁକ୍ତ ହେବ । କୌଣସି ବ୍ୟକ୍ତି ବାରତର କୌଣସିବି ସ୍ଥାନରେ ରହି ଭୋଟ ଦେଇପାରିବେ ।

ଉମାଶଙ୍କରଙ୍କୁ ସାହାଯ୍ୟ କରିଥିଲେ ସମ୍ପର୍କୀୟ ଭାଇ

ଉମାଶଙ୍କର ସିଂ କହିଛନ୍ତି ଯେ ମତଦାନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ କରିବା ପାଇଁ ତାଙ୍କ ମନକୁ ଏହି ଧାରଣା ଆସିଥିଲା। ଯାହା ପରେ ସେ ଏହି ପ୍ରୋଜେକ୍ଟର ବିକାଶ କରିବାକୁ ସ୍ଥିର କଲେ । ଏପରି ପ୍ରୋଜେକ୍ଟ ବିକାଶ କରିବାରେ ଉମାଶଙ୍କରଙ୍କ ସମ୍ପର୍କୀୟ ଭାଇ ତାଙ୍କୁ ସହଯୋଗ କରିଥିଲେ । ତାଙ୍କ ସମ୍ପର୍କୀୟ ବାଇଲାଲ କମଲେଶ ନାଥ ଶାହାଦେବ ଲୋହରଡାଗାର ବାସିନ୍ଦା ଏବଂ ସେ ଆମେରିକାର ଏକ ବଡ କମ୍ପାନୀରେ କାମ କରନ୍ତି । ସେ ଅକ୍ସଫୋର୍ଡ ପବ୍ଲିକ୍ ସ୍କୁଲରେ ଅଧ୍ୟୟନ କରନ୍ତି ।

କିପରି ହେବ ଭୋଟିଂ ପ୍ରକ୍ରିୟା

ବାୟୋମେଟ୍ରିକ୍ ଭୋଟିଂ ସିଷ୍ଟମ୍ ପାଇଁ ଫିଙ୍ଗର ପ୍ରିଣ୍ଟ ସ୍କାନର୍, ଲାପଟପ୍ ଇଣ୍ଟରନେଟ୍ ଆବଶ୍ୟକ ହେବ । ସର୍ବପ୍ରଥମେ ଏକ ପୋର୍ଟାଲ ଖୋଲିବାକୁ ପଡିବ । ଏହାପରେ ସମ୍ପୃକ୍ତ ଅଞ୍ଚଳର ଭୋଟ ବିଷୟରେ ସୂଚନା ଦେବାକୁ ପଡିବ । ଭୋଟରଙ୍କ ନାମ ଏବଂ ଠିକଣା ଉଲ୍ଲେଖ କରିବାକୁ ପଡିବ । ଏହାପରେ ଫିଙ୍ଗର ପ୍ରିଣ୍ଟ ଦେବା ପରେ ଆପଣଙ୍କ ସବିଶେଷ ତଥ୍ୟ ଆସିଯିବ । ସ୍କାନର ମାଧ୍ୟମରେ ଭୋଟ୍ ଦେବା ପରେ ଅଧିକାରୀମାନେ ଏହାକୁ ଯାଞ୍ଚ କରିବେ ।

ABOUT THE AUTHOR

...view details