ଓଡିଶା

odisha

କୋରୋନା ଟୀକା ନେଲେ 99 ବର୍ଷୀୟ ବୃଦ୍ଧ

By

Published : Mar 9, 2021, 10:24 PM IST

ଦେଶରେ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ । 99 ବର୍ଷୀୟ ବୃଦ୍ଧ ଯୁବରାଜ ସିଂ ନେଇଛନ୍ତି କୋରୋନା ଟୀକା । ଅଧିକ ପଢନ୍ତୁ...

99 year old elderly gets corona vaccine in bemetara district hospital
ଯୁବରାଜ ସିଂ ନେଲେ କୋରୋନା ଟୀକ

ରାୟପୁର:ଦେଶରେ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ । ବୟସ୍କମାନଙ୍କୁ ଦିଆଯାଉଛି କୋରୋନା ଟୀକା । ଛତିଶଗଡ ବେମେତାରାର 99 ବର୍ଷିୟ ବୃଦ୍ଧ ଯୁବରାଜ ସିଂ ନେଇଛନ୍ତି କୋରୋନା ଟୀକା । ବେମତେରା ମୁଖ୍ୟ ଚିକିତ୍ସାଳୟକୁ ଯାଇ ସେ ଏହି କୋରୋନାର ପ୍ରଥମ ଡୋଜ ନେଇଛନ୍ତି । ତେବେ ଯୁବରାଜଙ୍କୁ ଆସନ୍ତା ଜୁନ ମାସରେ 100 ବର୍ଷ ପୁରିବ ।

ଟିକା ନେବା ପରେ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ସମସ୍ତଙ୍କୁ ମହାମାରୀକୁ ରୋକିବା ପାଇଁ ଟୀକା ନେବାକୁ ଆହ୍ବାନ କରିଛନ୍ତି । ସେପଟେ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଜିଲ୍ଲାରେ 2 ହଜାର 737 ବୟସ୍କଙ୍କୁ ଟିକାକରଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details