ଓଡିଶା

odisha

By

Published : Dec 8, 2021, 10:12 PM IST

ETV Bharat / bharat

Article 370 ଉଚ୍ଛେଦ ପରେ ଘାଟିରେ ପ୍ରାଣ ହରାଇଲେଣି 96 ସାଧାରଣ ନାଗରିକ

Article 370 ଉଚ୍ଛେଦ ପରେ ପ୍ରାଣ ହରାଇଥିବା ସାଧାରଣ ଲୋକଙ୍କ ସମ୍ପର୍କରେ ରାଜ୍ୟସଭାରେ ସୂଚନା ଦେଲେ ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ଅଧିକ ପଢନ୍ତୁ

Article 370 ଉଚ୍ଛେଦ ପରେ ଘାଟିରେ ପ୍ରାଣ ହରାଇଲେଣି 96 ସାଧାରଣ ଲୋକ: Govt in Rajya Sabha
Article 370 ଉଚ୍ଛେଦ ପରେ ଘାଟିରେ ପ୍ରାଣ ହରାଇଲେଣି 96 ସାଧାରଣ ଲୋକ: Govt in Rajya Sabha

ନୂଆଦିଲ୍ଲୀ: ଧାରା 370 ରଦ୍ଦ ହେବା ପରେ କାଶ୍ମୀରରେ 96 ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ବୁଧବାର ଦିନ ରାଜ୍ୟସଭାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ପରିସଂଖ୍ୟାନ ରିପୋର୍ଟ ପ୍ରକାଶ କରିଛନ୍ତି । ଏହାସହିତ ସୁରକ୍ଷା ବାହିନୀ ଦ୍ୱାରା 366 ଆତଙ୍କବାଦୀ ନିପାତ ହୋଇଥିବା ବେଳେ ୯୬ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ।

କଂଗ୍ରେସ ସାଂସଦ ଦିଗବିଜୟ ସିଂଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଅଗଷ୍ଟ 5, 2019 ଧାରା 370 ପ୍ରତ୍ୟାହାର ହେବା ପରେ ନଭେମ୍ବର 30, 2021 ପର୍ଯ୍ୟନ୍ତ ୯୬ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ ପଞ୍ଜୀକୃତ ହୋଇଛି ।ଧାରା 370 ରଦ୍ଦ ହେବା ପରେ କୌଣସି କାଶ୍ମୀରୀ ପଣ୍ଡିତ ଏବଂ କାଶ୍ମୀରୀ ହିନ୍ଦୁ ବିସ୍ଥାପିତ ହୋଇଛନ୍ତି କି ବୋଲି ଅନ୍ୟ ଏକ ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, ଯେ କାଶ୍ମୀରରେ ଏପରି ବିସ୍ଥାପନ ହୋଇନାହାନ୍ତି ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ନିକଟରେ କାଶ୍ମୀର ପଣ୍ଡିତଙ୍କ କିଛି ପରିବାର କାଶ୍ମୀରରୁ ଜାମ୍ମୁକୁ ଯାଇଛନ୍ତି।ଧାରା 370 ରଦ୍ଦ ହେବା ପରେ କୌଣସି କାଶ୍ମୀର ପଣ୍ଡିତ / ହିନ୍ଦୁ ଉପତ୍ୟକାରୁ ବିସ୍ଥାପିତ ହୋଇନାହାଁନ୍ତି। ଏହି ପରିବାରଗୁଡିକ ସରକାରୀ କର୍ମଚାରୀଙ୍କ ମଧ୍ୟ ରହିଛନ୍ତି । ସେହିପରି ଧାରା ୩୭୦ ହଟିବା ପରେ ଘାଟିରେ ଆତଙ୍କବାଦୀ ଘଟଣାର ସଂଖ୍ୟା ହ୍ରାସ ପାଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details