ଚଣ୍ଡିଗଡ:ସାହାସ, ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବୟସ, ଯଦି ମନରେ କିଛି କରିବା ଉତ୍ସାହ ଅଛି ତେବେ ସଫଳତା ନିଶ୍ଚୟ । ବୟସ ଯେତେବି ହେଉନା କାହିଁକି ମନୋବଳ ଦୃଢ ଥିଲେ ସବୁ ସମ୍ଭବ । କୁହାଯାଏ ପରିଣତ ବୟସରେ କେବଳ ବାଡି ହିଁ ସାହାର ପାଲଟିଥାଏ । କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ଚଣ୍ଡିଗଡର ୯୪ ବର୍ଷୀୟ ବୃଦ୍ଧା ହରଭଜନ କୌର। ହରଭଜନଙ୍କ ବୟସ ବଢିଛି ସତ, କିନ୍ତୁ ସେ ଦୁର୍ବଳ ନୁହଁ, ବରଂ ଉଚ୍ଚଆକାକ୍ଷିଂ ଓ ସାହାସୀ । ପରିଣତ ବୟସରେ ବୋଝ ନୁହେଁ ସେ ପାଲଟିଛନ୍ତି ପ୍ରେରଣା। କିଛି ନୂଆ କରିବାର ସ୍ବପ୍ନ ଆଜି ତାଙ୍କୁ ଦେଇଛି ନୂଆ ପରିଚୟ । ପରିଣତ ବୟସରେ ସେ ହୋଇ ପାରିଛନ୍ତି ଓମେନ ବିଜନେସ ଲେଡି । ଯେଉଁଥି ପାଇଁ ସେ ଏବେ ଲକ୍ଷ ଲକ୍ଷଟଙ୍କା ରୋଜଗାର କରିବାକୁ ସକ୍ଷମ ହୋଇପାରିଛନ୍ତି ।
ଯେତେବେଳେ ହରଭଜନଙ୍କୁ ୯୦ ବର୍ଷ ହୋଇଥିଲା ସେ ସମୟରେ ସେ ଚିନ୍ତା କରିଥିଲେ ନିଜର ବ୍ୟବସାୟ ଆରମ୍ଭ କରିବାକୁ । ଏଥି ପାଇଁ ସେ ଆରମ୍ଭ କରିଥିଲେ ବେସନକି ବରଫି ବିଜନେସ । ଯାହା ଦୀର୍ଘ ୪ ବର୍ଷପରେ ଏକ ବ୍ରାଣ୍ଡରେ ପରିଣତ ହୋଇଛି । ବେସନ ଦି ବର୍ଫିରୁ ବିଜନେସ ଆରମ୍ଭ କରି ଆଜି ବେସନର ଆଚାର, ଚଟନି, ଆଇସ୍କ୍ରିମ ଏବଂ ସର୍ବତ ମଧ୍ୟ ତିଆରି କରୁଛନ୍ତି । ଯାହା ଲୋକଙ୍କୁ ବେଶ ପସନ୍ଦ ଆସିଛି । ଯାହା ପଞ୍ଜାବରେ ସବୁଠାରୁ ପସନ୍ଦିତ ହୋଇପାରିଛି ।
କେମିତି ବିଜନେସ ଆରମ୍ଭ କରିଥିଲେ ହରଭଜନ କୌର
ଯେତେବେଳେ ତାଙ୍କୁ ୯୦ ବର୍ଷ ହୋଇଥିଲା ତାଙ୍କ ଝିଅ ତାଙ୍କୁ ପଚାରିଥିଲେ ତୋର ଏବେ କଣ କରିବାର ଇଚ୍ଛା ଅଛି ଯେଉଁଟା ତୁ ପୂର୍ବରୁ କରିପାରିନୁ । ହରଭଜନ କହିଥିଲେ ମୁଁ ଆଜି ପର୍ଯ୍ୟନ୍ତ ଏକ ଟଙ୍କା ରୋଜଗାର କରିପାରିଲାନି । କେବଳ ଘର ସମ୍ଭାଳିବାରେ ମୋର ଜୀବନ କଟିଗଲା । ତେଣୁ ମୁଁ ଏବେ କିଛି ବ୍ୟବସାୟ ଆରମ୍ଭ କରି କିଛି ରୋଜଗାର କରିବାକୁ ଚାହୁଁଛି । ତେଣୁ ସେ ଝିଅକୁ କହିଥିଲେ ମୋତେ ବେସନ ବର୍ଫି ତିଆରି କରିବା ଜଣା , ତେଣୁ ଏହାକୁ ତିଆରି କରି ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛି । ଏହାପରେ ସେ ବେସନର ବର୍ଫି ତିଆରି କରି ପ୍ରଥମେ ବୁଲି ବୁଲି ବିକ୍ରି କରିବା ଆରମ୍ଭ କରିଥିଲେ । ପ୍ରଥମେ ସେ ଲୋକଙ୍କୁ ପ୍ରଥମ ମାଗଣାରେ ଖୁଆଇ ଥିଲେ । ଯାହା ଲୋକଙ୍କୁ ବେଶ ପସନ୍ଦ ଆସିଥିଲା । ଏହାପରେ ପ୍ରଥମେ ତାଙ୍କୁ ୫ କିଲୋ ବେସନ ବର୍ଫିର ଅର୍ଡର ଆସିଥିଲା । ଧିରେ ଧିରେ ଅର୍ଡକ ସଂଖ୍ୟା ମଧ୍ୟ ବଢିବାର ଲାଗିଲା ।