ଓଡିଶା

odisha

By

Published : Oct 8, 2022, 11:29 AM IST

ETV Bharat / bharat

90th IAF Day: 90ତମ ପ୍ରତିଷ୍ଠା ଦିବସ ପାଳୁଛି ବାୟୁସେନା, ଚଣ୍ଡିଗଡରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ବାୟୁସେନା ପାଳୁଛି 90ତମ ପ୍ରତିଷ୍ଠା ଦିବସ (Indian Air Force Day 2022) । ଚଣ୍ଡିଗଡ ଏୟାର ଫୋର୍ସ ବେସରେ ଜାରି ରହିଛି ପରେଡ । ଆଉ କିଛି ସମୟ ପରେ ଫ୍ଲାଏ ପାଷ୍ଟ କାର୍ଯ୍ୟକ୍ରମରେ ଶକ୍ତି ଦେଖାଇବେ ଲଢୁଆ ବିମାନ । ଅଧିକ ପଢନ୍ତୁ

90th IAF Day: 90ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ବାୟୁସେନା, ଚଣ୍ଡିଗଡରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ
90th IAF Day: 90ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ବାୟୁସେନା, ଚଣ୍ଡିଗଡରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ଚଣ୍ଡିଗଡ:ଆଜି ଭାରତୀୟ ବାୟୁସେନା ତାର 90ତମ ପ୍ରତିଷ୍ଠା ଦିବସ ପାଳନ କରୁଛି (Indian Air Force Day 2022)। ଏଥିପାଇଁ ଚଣ୍ଡିଗଡ ସ୍ଥିତ ଏୟାର ଫୋର୍ସ ବେସରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେଉଛି (Air Force Day celebrations begin in Chandigarh)। ଚଳିତ ଥର ପ୍ରଥମ ଥର ପାଇଁ ଏହି ବାର୍ଷିକ ପରେଡ ଓ ଫ୍ଲାଏ ପାଷ୍ଟ ରାଜଧାନୀ ଦିଲ୍ଲୀ ପରିବର୍ତ୍ତେ ଅନ୍ୟତ୍ର ହେଉଛି । ଆଜିର କାର୍ଯ୍ୟକ୍ରମରେ ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ବି.ଆର ଚୌଧୁରୀଙ୍କ ସମେତ ବହୁ ବରିଷ୍ଠ ବାୟୁସେନାଧିକାରୀ ଉପସ୍ଥିତ ଅଛନ୍ତି ।

90th IAF Day: 90ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ବାୟୁସେନା, ଚଣ୍ଡିଗଡରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ପ୍ରତିଷ୍ଠା ଦିବସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବାୟୁସେନାର ସମସ୍ତ ଅଧିକାରୀ ଓ ବାୟୁବୀରଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି । ସର୍ବୋତ୍ତମ ପ୍ରଦର୍ଶନ ଓ ବୃତ୍ତିଗତ ପ୍ରତିଦ୍ଧବତା ପାଇଁ ଭାରତୀୟ ବାୟୁସେନା ଦେଶର ପ୍ରତିରକ୍ଷା ବ୍ୟବସ୍ଥାରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ବାୟୁସେନାରେ କାର୍ଯ୍ୟରତ ସମସ୍ତ ମହିଳା ଓ ପୁରୁଷ ଅଧିକାରୀଙ୍କୁ ନେଇ ଦେଶ ଆଜି ଗର୍ବିତ ବୋଲି ରାଜନାଥ ଟ୍ବିଟରେ ଲେଖିଛନ୍ତି ।

ଏହି ଅବସରରେ ପରେଡ ଆରମ୍ଭ ହୋଇ ସାରିଥିବା ବେଳେ ପୂର୍ବ ପରି ଏକ ଫ୍ଲାଏ ପାଷ୍ଟ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି (Air Force Day celebrations begin in Chandigarh)। ଏହି ଏୟାର ଶୋ’ରେ 80ଟି ଲଢୁଆ ବିମାନ ଓ ହେଲିକପ୍ଟର ଅଂଶଗ୍ରହଣ କରି ଉଡାଣ କୌଶଳ ପ୍ରଦର୍ଶନ କରିବେ । ନିକଟରେ ବାୟୁସେନାରେ ସାମିଲ ହୋଇଥିବା ସ୍ବଦେଶୀ ନିର୍ମିତ ହାଲୁକା ଲଢୁଆ ଆଟାକ ହେଲିକପ୍ଟର ‘LCH ପ୍ରଚଣ୍ଡ’ ମଧ୍ୟ ପ୍ରଥମ ଥର ପାଇଁ ଫ୍ଲାଏ ପାଷ୍ଟରେ ଅଂଶଗ୍ରହଣ କରି ଶକ୍ତି ପ୍ରଦର୍ଶନ କରିବ । ଗତ ବର୍ଷ ଗୁଡିକରେ ପାରମ୍ପାରିକ ଭାବେ ରାଜଧାନୀ ଦିଲ୍ଲୀ-ଏନସିଆରରେ ଏହି ବାର୍ଷିକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଆସୁଥିଲା । ଚଳିତ ଥର ଚଣ୍ଡିଗଡ ଏୟାର ଫୋର୍ସ ବେସରେ ଏହାର ଆୟୋଜନ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ ।

ଆଜି ମଧ୍ୟ ବାୟୁସେନା ଯବାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ନୂତନ ତଥା ଅତ୍ୟାଧୁନିକ କମ୍ବାଟ ୟୁନିଫର୍ମକୁ (new pattern of combat uniform) ଉନ୍ମୋଚନ କରିବେ ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ବି.ଆର ଚୌଧୁରୀ । ଆଜି ହେବାକୁ ଥିବା ଫ୍ଲାଏ ପାଷ୍ଟରେ ନୂତନ ପ୍ରଚଣ୍ଡ ଆଟାକ ହେଲିକପ୍ଟର ବ୍ୟତୀତ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଲଢୁଆ ବିମାନ ତେଜସ, ରାଫେଲ, ସୁଖୋଇ-30, ଜାଗୁଆର, ମିଗ-29 ପରି ଲଢୁଆ ବିମାନ ସମେତ ଚିନୁକ, ଧ୍ରୁବ, ଆପାଚି, ଏମଆଇ-17 ପରି ଲଢୁଆ ହେଲିକପ୍ଟର ମଧ୍ୟ ଅଂଶଗ୍ରହଣ କରି ବାୟୁସେନାର ସାମର୍ଥ୍ୟ ପ୍ରଦର୍ଶନ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details