ଓଡିଶା

odisha

ETV Bharat / bharat

IIT ରୁରକିରେ 90 ଛାତ୍ରଛାତ୍ରୀ କୋରୋନା ପଜିଟିଭ

ଉତ୍ତରାଖଣ୍ଡର ରୁରକିରେ ଆଇଆଇଟି କଲେଜରେ 90 ଛାତ୍ରଛାତ୍ରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

By

Published : Apr 9, 2021, 10:07 AM IST

IIT ରୁଡ଼କିରେ 90 ଛାତ୍ରଛାତ୍ରୀ କୋରୋନା ପଜିଟିଭ ଚିହ୍ନଟ
IIT ରୁଡ଼କିରେ 90 ଛାତ୍ରଛାତ୍ରୀ କୋରୋନା ପଜିଟିଭ ଚିହ୍ନଟ

ଡେରାଡୁନ:ଉତ୍ତରାଖଣ୍ଡର ରୁରକି ଆଇଆଇଟି କଲେଜରେ ଏକା ସମୟରେ 90 ଜଣ ଛାତ୍ରଛାତ୍ରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଏ ସମ୍ପର୍କରେ ଗୁରୁବାର ଆଇଆଇଟି ରୁରକି ମେଡ଼ିକାଲ ଦଳର ମୁଖ୍ୟ ସୋନିକା ଶ୍ରବାସ୍ତବ ସୂଚନା ଦେଇଛନ୍ତି ।

ଏହି ଶିକ୍ଷାନୁଷ୍ଠାନରେ ମୋଟ 3 ହଜାର ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ 5ଟି ହଷ୍ଟେଲରେ ପ୍ରାୟ 1200 ଛାତ୍ରଛାତ୍ରୀ ରହୁଛନ୍ତି । ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଥିବା ବେଳେ ହଷ୍ଟେଲକୁ ଫେରିବାକୁ ଚାହୁଁଥିବା କିଛି ଛାତ୍ରଛାତ୍ରୀଙ୍କ ଆଗମନକୁ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଛି । ସ୍ଥିତି ସୁଧୁରିବା ପରେ କଲେଜ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପରେ ଛାତ୍ରଛାତ୍ରୀ ହଷ୍ଟେଲକୁ ଫେରିପାରିବେ । ଅନ୍ୟପଟେ ହଷ୍ଟେଲ ପରିସରରେ ରହୁଥିବା ଛାତ୍ରଛାତ୍ରୀଙ୍କୁ କୋଭିଡ଼ର ସମସ୍ତ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୋନିକା କହିଛନ୍ତି ।

କଲେଜରେ 90 ଛାତ୍ରଛାତ୍ରୀ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ହରିଦ୍ବାର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ 5ଟି ହଷ୍ଟେଲ କୋରାଲ, କସ୍ତୁରବା, ସରୋଜିନୀ, ଗୋବିନ୍ଦ ଭବନ ଓ ବିଜ୍ଞାନ କୁଞ୍ଜକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏହାରି ମଧ୍ୟରେ ଉତ୍ତରାଖଣ୍ଡରେ 787 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମୋଟ 1 ଲକ୍ଷ 5 ହଜାର 498 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

@ANI

ABOUT THE AUTHOR

...view details