ନୂଆଦିଲ୍ଲୀ :ପୁଣି ଲଜ୍ୟା । ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି । ଏଭଳି ଘଟଣା ଘଟିଛି ଦିଲ୍ଲୀର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶ୍ମଶାନ ଘାଟର ଶବ ଦାହକ ଏଭଳି କାଣ୍ତ ଭିଆଇଥିବା ପୀଡିତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ପରେ ପରିବାରଙ୍କ ବିନା ଅନୁମତିରେ ନାବଳିକାର ମୃତ ଦେହକୁ ପୋଡି ଦିଆଯାଇଥିଲା ।
ସୂଚନା ଅନୁସାରେ ନାବାଳିକାଟି ଶ୍ମଶାନ ଘାଟକୁ ପାଣି ଆଣିବାକୁ ଯାଇଥିଲେ । ହେଲେ କିନ୍ତୁ ଘରକୁ ଫେରି ନଥିଲେ । ପରେ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଦେଇଥିଲେ । ହେଲେ ଶ୍ମଶାନ ଘାଟର ଶବଦାହକ ପରିବାର ଲୋକଙ୍କୁ ଖବର ଦେଇଥିଲା । ବିଦ୍ୟୁତ ଆଘାତ ଲାଗି ଝିଅଟିର ମୃତ୍ୟୁ ହୋଇଯାଇଛି ବୋଲି ପରିବାର ଲୋକଙ୍କୁ କହିଥିଲା ।