ଓଡିଶା

odisha

ETV Bharat / bharat

କ୍ୟାବିନେଟରେ 9 ପଦ ଖାଲି, ପାଇଲଟଙ୍କୁ ଦରକାର 6; ସଠିକ ଫର୍ମୁଲା ଖୋଜୁଛି କଂଗ୍ରେସ - ରାଜସ୍ଥାନ ସଙ୍କଟ

ଅଶୋକ ଗେହଲଟ କ୍ୟାବିନେଟରେ ଏବେ ଖାଲି ରହିଛି 9ଟି ମନ୍ତ୍ରୀ ପଦ । ଆଉ ଏଥିରୁ 6ଟି ପଦ ଚାହୁଁଛନ୍ତି ସଚିନ ପାଇଲଟ । ଅଧିକ ପଢନ୍ତୁ...

କ୍ୟାବିନେଟରେ 9 ଭ୍ୟାକେନ୍ସି , ପାଇଲଟଙ୍କୁ ଦରକାର 6; କେମିତି ହେବ ଆଡଜଷ୍ଟମେଣ୍ଟ ?
କ୍ୟାବିନେଟରେ 9 ଭ୍ୟାକେନ୍ସି , ପାଇଲଟଙ୍କୁ ଦରକାର 6; କେମିତି ହେବ ଆଡଜଷ୍ଟମେଣ୍ଟ ?

By

Published : Jun 13, 2021, 4:30 PM IST

ଜୟପୁର: ରାଜସ୍ଥାନ ରାଜନୈତିକ ସଙ୍କଟର ସମାଧାନ ଖୋଜିବାରେ ଲାଗିଛି କଂଗ୍ରେସ । ପାଇଲଟ ଓ ଗେହଲଟଙ୍କ ମଧ୍ୟରେ ପୁଣି ଦାନା ବାନ୍ଧୁଥିବା ବିବାଦ ଉପରେ ପୂର୍ଣ୍ଣଛେଦ ପକାଇବାର ଫର୍ମୁଲା ଉପରେ ମନ୍ଥନ କରୁଛି ଦଳ । ଦୁଇ ଦିନରୁ ଦିଲ୍ଲୀରେ ଥିବା ସଚିନ ପାଇଲଟ କଂଗ୍ରେସର ବଢାଇଛନ୍ତି ଚିନ୍ତା ।

ଜିତିନ ପ୍ରସାଦ ବିଜେପିରେ ସାମିଲ ହେବା ପରେ ରାଜସ୍ଥାନ ରାଜନୈତିକ ସଂଘର୍ଷର ସମାଧାନ ଖୋଜିବା ଏବେ କଂଗ୍ରେସ ହାଇକମାଣ୍ଡଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ଆଉ ଏଥିପାଇଁ ପାଇଲଟଙ୍କ ଦାବିକୁ ନେଇ ମନ୍ଥନ ମୁଡ୍‌ରେ ନଜର ଆସୁଛି କଂଗ୍ରେସ ।

ଅଶୋକ ଗେହଲଟ କ୍ୟାବିନେଟରେ ଏବେ ଖାଲି ରହିଛି 9ଟି ମନ୍ତ୍ରୀ ପଦ । ଆଉ ଏଥିରୁ 6ଟି ପଦ ଚାହୁଁଛନ୍ତି ସଚିନ ପାଇଲଟ । ଖାଲି ରହିଥିବା 9ଟି ପଦ ଉପରେ ସଚିନ ପାଇଲଟଙ୍କ ସମେତ 18 ନିର୍ଦ୍ଦଳୀୟ ଓ ବହୁଜନ ସମାଜ ପାର୍ଟିରୁ କଂଗ୍ରେସରେ ସାମିଲ ହୋଇଥିବା ବିଧାୟକଙ୍କର ବି ରହିଛି ନଜର ।

ଏପଟେ ମନ୍ତ୍ରୀ ପଦ ଭାଙ୍ଗବଣ୍ଟାକୁ ନେଇ ଫର୍ମୁଲା ଠିକ କାମ କରୁନଥିବାବେଳେ କାହାକୁ ବି ଅସନ୍ତୁଷ୍ଟ କରିବାର ରିସ୍କ ଉଠାଇବାକୁ ଚାହୁଁନାହିଁ କଂଗ୍ରେସ । ହେଲେ ସମସ୍ତକୁ ସନ୍ତୁଷ୍ଟ କରିବା ମଧ୍ୟ ଏତେ ସହଜ ନୁହେଁ । ଆଉ ଏଥିପାଇଁ ଖୋଜା ଚାଲିଛି ସଠିକ ଫର୍ମୁଲା ।

କ୍ୟାବିନେଟରେ ଅନେକ ବିଧାୟକ ରହିଛନ୍ତି, ଯେଉଁମାନେ 6ରୁ 7 ଥର ନିର୍ବାଚିତ ହୋଇସାରିଛନ୍ତି । ସେମାନଙ୍କ ଭାବନାକୁ ଯେଭଳି ଆଞ୍ଚ ନ ପହଞ୍ଚେ, ଏଥିପାଇଁ ବିଚାର ବିମର୍ଶ କରୁଛି ଦଳ ।

ସଚିନ ପାଇଲଟ ଓ ଅଶୋକ ଗେହଲଟଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷର ସମାଧାନ ଭାର ଏବେ ନିଜ ହାତକୁ ନେଇଛନ୍ତି ଖୋଦ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ । ଏଭଳି ପରିସ୍ଥିତିରେ କଂଗ୍ରେସର ଜାତୀୟ ସଂଗଠନରେ କୌଣସି ବଡ ପଦ ମିଳିପାରେ । ହେଲେ ଏହା ପୂର୍ବରୁ ନିଜ କ୍ୟାମ୍ପର ବିଧାୟକଙ୍କ ସହ ହେଉଥିବା ଅଣଦେଖା ଆଭିମୁଖ୍ୟ ଉପରେ ପୂର୍ଣ୍ଣଛେଦ ପକାଇବାକୁ ସଫା ସଫା କହିଦେଇଛନ୍ତି ସଚିନ ।

ABOUT THE AUTHOR

...view details