ଓଡିଶା

odisha

ETV Bharat / bharat

ଦେବ ଭୂମିରେ ଦାଉ ସାଧୁଛି ପ୍ରକୃତି, ବରଫପାତରେ 9 ମୃତ - ପର୍ବତାରୋହୀ ମୃତ୍ୟୁ

3ଟି ପୃଥକ ଘଟଣାରେ ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶରେ ବରଫପାତ ଯୋଗୁଁ 9 ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ଦେବ ଭୂମିରେ ଦାଉ ସାଝୁଛି ପ୍ରକୃତି, ବରଫପାତରେ 9 ମୃତ
ଦେବ ଭୂମିରେ ଦାଉ ସାଝୁଛି ପ୍ରକୃତି, ବରଫପାତରେ 9 ମୃତ

By

Published : Oct 21, 2021, 6:24 PM IST

Updated : Oct 21, 2021, 7:13 PM IST

ଡେରାଡୁନ: ଦେବ ଭୂମିରେ ପ୍ରକୃତିର ତାଣ୍ଡବ ଥମିବାକୁ ନାଁ ନେଉନାହିଁ । ୩ଟି ପୃଥକ ଘଟଣାରେ ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶରେ ବରଫପାତ ଯୋଗୁଁ ୯ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଛି । ଗୁରୁବାର ୫ ଜଣ ପର୍ବତାରୋହୀଙ୍କ ମୃତଦେହ ଉଦ୍ଧାର କରିଛି ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଟିମ୍‌ ।

ସୂଚନା ଅନୁଯାୟୀ, ୮ ଟ୍ରେକର୍ସ, ୨ ଗାଇଡଙ୍କ ସମେତ ୧୧ ଜଣିଆ ଦଳ ଅକ୍ଟୋବର ୧୪ରେ ଉତ୍ତରାଖଣ୍ଡର ହର୍ଷିଲରୁ ହିମାଚଳପ୍ରଦେଶର ଛଠକୁଲ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ୧୭ ଅକ୍ଟୋବରରେ ପାଣିପାଗ ବିଗିଡିବା କାରଣରୁ ସେମାନଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ।

ବରଫ ଚାଦର ତଳୁ ୫ ମୃତ ଦେହ ଉଦ୍ଧାର କରାଯାଇଛି । ଅନ୍ୟପକ୍ଷେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବାକୁ ଉଦ୍ଧାରକାରୀ ଦଳ ସର୍ଚ୍ଚ ଅପରେସନ ଚଳାଇଛନ୍ତି । ସମୁଦ୍ର ପତନଠାରୁ ପାଖାପାଖି ୨୦ ହଜାର ଫୁଟ୍‌ ଉଚ୍ଚରେ ଘଟିଛି ଏହି ଘଟଣା ।

ସେପଟେ ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ କାରଣରୁ ମୃତ୍ୟୁ ସଂଖ୍ୟା ୬୪ରେ ପହଞ୍ଚିଛି । ୭ ହଜାର କୋଟି ଟଙ୍କାର ଧନସମ୍ପତ୍ତି ନଷ୍ଟ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶ ମାର୍ଗରୁ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି ।

Last Updated : Oct 21, 2021, 7:13 PM IST

ABOUT THE AUTHOR

...view details