ଓଡିଶା

odisha

Army vehicle plunges in Ladakh: ନଦୀକୁ ଖସିଲା ସେନା ଟ୍ରକ 9 ଯବାନ ଶହୀଦ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

By

Published : Aug 19, 2023, 9:29 PM IST

Updated : Aug 20, 2023, 7:35 AM IST

ଲଦାଖରେ ନଦୀକୁ ଖସିଲା ଭାରତୀୟ ସେନାର ଏକ ଟ୍ରକ । ଲେହଠାରୁ 150 କିମି ଦୂରରେ ଦୁର୍ଘଟଣା । 9 ଜଣ ଯବାନ ଶହୀଦ । ଏହି ଦୁଃଖଦ ଘଟଣାରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

Ladakh:ଖାଇକୁ ଖସିଲା ସେନା ଟ୍ରକ, 9 ଯବାନ ଶହୀଦ
Ladakh:ଖାଇକୁ ଖସିଲା ସେନା ଟ୍ରକ, 9 ଯବାନ ଶହୀଦ

ଶ୍ରୀନଗର:ଲଦାଖରେ ନଦୀକୁ ଖସିଲା ଭାରତୀୟ ସେନାର ଏକ ଟ୍ରକ । ଏଥିରେ 9 ଜଣ ଯବାନ ଶହୀଦ ହୋଇଛନ୍ତି । ଟ୍ରକରେ ପ୍ରାୟ 10 ଜଣ ଯବାନ ଥିଲେ । ଜଣେ ଯବାନ ଗୁରୁତର ଅବସ୍ଥାରେ ଉଦ୍ଧାର ମଧ୍ୟ ହୋଇଛନ୍ତି । ଗତକାଲି(ଶନିବାର) ସଂଧ୍ୟାରେ ଲେହ ଟାଉନରୁ ପ୍ରାୟ 150 କିମି ଦୂର କେରୀ ନିକଟରେ ଏହି ଦୁର୍ଘଟଣା ଘଟିଛି । ଉଦ୍ଧାର ଅପରେସନ ଆରମ୍ଭ ହୋଇଛି । ଶହୀଦ କିମ୍ବା ଆହତ ଯବାନଙ୍କ ପରିଚୟ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନି । ସେପଟେ ଏହି ଦୁଃଖଦ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ।

ମିଳିଥିବା ସୂଚନା ଅନୁସାରେ, ଗତକାଲି (ଶନିବାର) ସଂଧ୍ୟାରେ ଲଦାଖର ଲେହ ଟାଉନ ନିକଟରେ ଏହି ଦୁର୍ଘଟଣା ଘଟିଛି । ଲେହ ସହରଠାରୁ ପ୍ରାୟ 150 କି.ମି ଦୂରରେ ଦକ୍ଷିଣ ଲଦାଖର ନୟୋମାର କେରୀ ନିକଟରେ ଏକ ଘାଟିରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ଭାରତୀୟ ସେନାର ଏକ କନଭୟ କୌଣସି ଏକ ମିଶନରେ କାରୁ ଗାରିସନରୁ କ୍ୟାରୀ ଅଭିମୁଖେ ବାହାରିଥିଲା । ଏହି କାଫିଲାରେ ମୋଟ 5 ଟି ଟ୍ରକରେ ଯବାନ ଯାଉଥିଲେ । ଏଥିରୁ ଗୋଟିଏ ଟ୍ରକ ଭାରସାମ୍ୟ ହରାଇ ନଦୀକୁ ଖସିପଡିଥିଲା । ଏଥିରେ ମୋଟ 10 ଯବାନଙ୍କ ମଧ୍ୟରୁ ମୋଟ 9 ଜଣ ଶହୀଦ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛନ୍ତି । ଶହୀଦ ଯବାନମାନଙ୍କ ନିର୍ଦ୍ଦିଷ୍ଟ ପରିଚୟ ସ୍ପଷ୍ଟ ହୋଇପାରନଥିବା ବେଳେ ଏଥିରେ ଜଣେ କନିଷ୍ଠ ସେନାଧିକାରୀ ଓ ଅନ୍ୟ 8 ଜଣ ଯବାନ ଥିବା ପ୍ରାରମ୍ଭିକ ଭାବେ ଜଣାପଡିଛି । ସେନା ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଟ୍ବିଟ କରି ରାଜନାଥ କହିଛନ୍ତି,‘‘ ଲଦାଖର ଲେହ ନିକଟରେ ଏକ ଦୁର୍ଘଟଣାରେ ଭାରତୀୟ ସେନା ସୈନିକଙ୍କ ମୃତ୍ୟୁରେ ଦୁଃଖିତ । ଦେଶ ପାଇଁ ତାଙ୍କର ଆଦର୍ଶ ସେବାକୁ ଆମେ କେବେବି ଭୁଲି ପାରିବୁ ନାହିଁ । ଶୋକସନ୍ତପ୍ତ ପରିବାର ସହିତ ମୋର ସମବେଦନା ରହିଛି । ଆହତ ଯବାନଙ୍କୁ ଫିଲ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି ।’’

ଏହି ଘଟଣାରେ ରାଷ୍ଟ୍ରପତି ଟ୍ବିଟ କରି କହିଛନ୍ତି, ‘‘ଦୁର୍ଘଟଣାରେ ଭାରତୀୟ ସେନାର 9 ଜଣ ଯବାନ ଶହୀଦ ହୋଇଛନ୍ତି । ଏହି ଘଟଣା ମୋତେ ବ୍ୟଥିତ କରିଛି । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୋର ସମବେଦନା । ଏହି ଦୁଃଖଦ ଘଟଣାରେ ଶହୀଦଙ୍କ ପରିବାରଙ୍କୁ ଭଗବାନ ସହିବାର ଶକ୍ତି ଦିଅନ୍ତୁ । ଯବାନଙ୍କ ନିଃସ୍ବାର୍ଥପର ସେବା ପାଇଁ ପୁରା ଦେଶ ସେମାନଙ୍କ ନିକଟରେ ଚିର ଋଣି ।’’

ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଲେଖିଛନ୍ତି, ‘‘ଲେହ ନିକଟରେ ହୋଇଥିବା ଦୁର୍ଘଟଣାରେ ଆମେ ଭାରତୀୟ ସେନାର ଯବାନଙ୍କୁ ହରାଇଛୁ । ଦେଶ ପ୍ରତି ସେମାନଙ୍କର ନିଃସ୍ବାର୍ଥପର ସେବା ସର୍ବଦା ସ୍ମରଣୀୟ ହୋଇ ରହିବ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା । ମୁଁ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।’’

ଏହା ମଧ୍ୟ ପଢନ୍ତୁ:-Poonch Attack: ସରକାରୀ କର୍ମଚାରୀ, ମାଦ୍ରାସା ମୌଳବୀ ସମତେ 6 ଗିରଫ

ଦକ୍ଷିଣ କାଶ୍ମୀର ପୁଞ୍ଚରେ ଏପ୍ରିଲ 20 ଘଟିଥିବା ସେନା ଟ୍ରକ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଏଥିରେ 5ଜଣ ଯବାନ ଶହୀଦ ହୋଇଥିଲେ । ଦକ୍ଷିଣ କାଶ୍ମୀର ପୁଞ୍ଚରେ ଭାରତୀୟ ସ୍ଥଳସେନାର ରାଷ୍ଟ୍ରୀୟ ରାଇଫଲ୍ସର ଯବାନମାନେ ଏକ ଅପରେସନରେ ଯିବା ସମୟରେ ଏହି ଆକ୍ରମଣ ହୋଇଥିଲା । ଏଥିରେ କୋର ଷ୍ଟିଲ ବୁଲେଟ ସହ ଗ୍ରେନେଡ ମଧ୍ୟ ବ୍ୟବହାର ହୋଇଥିବା ପରେ ତଦନ୍ତରୁ ସ୍ପଷ୍ଟ ହୋଇଥିଲା । ଏଥିରେ 5ଜଣ ଯବାନ ଶହୀଦ ହୋଇଥିଲେ । ଏବେ ଏହାର ତଦନ୍ତ ସ୍ଥାନୀୟ ପୋଲିସ ସହ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ କରିଥିଲା । ଏକାଧିକ ଅଭିଯୁକ୍ତ ଗିରଫ ମଧ୍ୟ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 20, 2023, 7:35 AM IST

ABOUT THE AUTHOR

...view details