ଓଡିଶା

odisha

By

Published : Nov 19, 2021, 1:38 PM IST

ETV Bharat / bharat

ପ୍ରବଳ ବର୍ଷାରେ ଭୁଶୁଡିଲା ଘର, ଗୋଟିଏ ପରିବାରର ୯ ମୃତ

ପ୍ରବଳ ବର୍ଷାରେ ଭାଙ୍ଗିଲା ଘର, ଚାଲିଗଲା ଗୋଟିଏ ପରିବାରର ୯ ଜଣଙ୍କ ଜୀବନ, ୮ ଆହତ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ତାମିଲନାଡୁର ଭେଲୋର ଜିଲ୍ଲା ପେରନାମବେଟରେ । ଅଧିକ ପଢନ୍ତୁ

କାଳ ହେଲା ବର୍ଷା: ଘର ଭୁଶୁଡି ଗୋଟିଏ ପରିବାରର ୯ମୃତ
କାଳ ହେଲା ବର୍ଷା: ଘର ଭୁଶୁଡି ଗୋଟିଏ ପରିବାରର ୯ମୃତ

ଚେନ୍ନାଇ: କାଳ ହେଲା ବର୍ଷା । ପ୍ରବଳ ବର୍ଷାରେ ଭାଙ୍ଗିଲା ଘର, ଚାଲିଗଲା ଗୋଟିଏ ପରିବାରର ୯ ଜଣଙ୍କ ଜୀବନ, ୮ ଆହତ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ତାମିଲନାଡୁର ଭେଲୋର ଜିଲ୍ଲାର ପେରନାମବେଟରେ । ଉକ୍ତ ଜିଲ୍ଲାରେ ତୁହାକୁ ତୁହା ବର୍ଷା ହେବା କାରଣରୁ ପେରନାମବେଟରେ ଆଜି ଏକ ଘର ଭୁଶୁଡି ପଡିଥିଲା । ଫଳରେ ଗୋଟିଏ ପରିବାରର ୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ମୃତକଙ୍କ ମଧ୍ୟରେ ଚାରିଜଣ ମହିଳା ଏବଂ ଚାରି ଶିଶୁ ଏବଂ ଜଣେ ପୁରୁଷ ରହିଛନ୍ତି। ତେବେ ପରିବାର ସମସ୍ତେ ଶୋଇଥିବା ସମୟରେ ପ୍ରବଳ ବର୍ଷା ହେତୁ ଘର ଭୁଶୁଡି ପଡିଥିଲା। ଏନେଇ ଖବର ପାଇ ଅଗ୍ନିଶମ, ଉଦ୍ଧାରକାରୀ କର୍ମଚାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ୮ଜଣ ଆହତଙ୍କୁ ଉଦ୍ଧାର କରିଥିଲେ । ତେବେ ସମସ୍ତ ଆହତଙ୍କୁ ପେରନାମବେଟରେ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତଦେହ ଗୁଡିକୁ ବ୍ୟବଚ୍ଛେଦ ପାଇଁ ସରକାରୀ ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡିଛି ।

ABOUT THE AUTHOR

...view details