ଚେନ୍ନାଇ: କୋରୋନା ଭାଇରସ ପରେ ଏବେ ଚିନ୍ତା ବଢାଇଲାଣି ଡେଲଟା ପ୍ଲସ ଭାରିଆଣ୍ଟ । ଗତକାଲି ତାମିଲନା଼ଡୁରେ 9ଟି ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହୋଇଥିବା କହିଛନ୍ତି ତାମିଲନାଡୁ ସ୍ବାସ୍ଥ୍ୟମନ୍ତ୍ରୀ ମା ସୁବ୍ରମଣ୍ୟନ୍ ।
ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କହିଛନ୍ତି ଯେ 9ଜଣ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହେବା ସହ 21 ତାରିଖରେ ମୃତ୍ୟୁବରଣ କରିଥିବା ଜଣେ ରୋଗୀ ଡେଲଟା ପ୍ଲସରେ ପୀଡିତ ଥିଲେ ବୋଲି ସୂଚନା ଦେଇଛନ୍ତି ।