ଜୟପୁର: କୋଟାସ୍ଥିତ ଜେକେ ଲୋନ ହସ୍ପିଟାଲରେ ନବଜାତ ଶିଶୁଙ୍କ ମୃତ୍ୟୁ ସଂଖ୍ୟା ବଢି 9 ରେ ପହଞ୍ଚିଛି । ମାତ୍ର 24 ଘଣ୍ଟା ମଧ୍ୟରେ 9 ଜଣ ନବଜାତଙ୍କ ମୃତ୍ୟୁ ସାରା ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି । ଗୋଟଏ ପଟେ କୋରୋନା ମହାମାରୀ ପାଇଁ ପ୍ରଶାସନ ସଂଘର୍ଷ କରୁଥିବା ବେଳେ ଏବେ ଗୋଟିଏ ଦିନରେ ଏତେ ସଂଖ୍ୟାରେ ଶିଶୁ ମୃତ୍ୟୁ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ସୃଷ୍ଟି କରିଛି।
ଘଟଣାରେ ମୃତ ନବଜାତଙ୍କ ସମ୍ପର୍କୀୟ ହସ୍ପିଟାଲର ଅବହଳା ଯୋଗୁଁ ଏହା ଘଟିଛି ବୋଲି ଅଭିଯୋଗ କରିଥିବା ବେଳେ ଜେକେ ହସ୍ପିଟାଲର ଅଧିକ୍ଷକ ଜାଞ୍ଚ କମିଟି ଗଠନ କରି ତଦନ୍ତ କରିବାକୁ କହୁଛନ୍ତି। ଜିଲ୍ଲା କଲେକ୍ଟର ମଧ୍ୟ ଅଧ୍ୟକ୍ଷଙ୍କ ଠାରୁ ରିପୋର୍ଟ ମାଗିଛନ୍ତି ଏବଂ ନବଜାତ ମୃତ୍ୟୁ ମାମଲାର ଜାଞ୍ଚ କରିବାକୁ ନିର୍ଦେଶ ଦେଇଛନ୍ତି।
ଜଲର ଅଧିକ୍ଷକ ଡ. ଏସ୍ସି ଦୁଲାରାଙ୍କୁ ଯେତେବେଳେ ମୃତ୍ୟୁର କାରଣ ପଚରାଗଲା ସେ ଉକ୍ତ ଶିଶୁଙ୍କର ପୂର୍ବରୁ ରୋଗ ଥିବାର କଥା କହିଛନ୍ତି । ସୂଚନା ମୁତାବକ ଜେକେ ଲୋନ ହସ୍ପିଟାଲରେ ମୋଟ 60 ଟି ଓ୍ବାର୍ମର ରହିଛ ଏବଂ ପ୍ରତି ଓ୍ବାର୍ମରରେ 2 ଜଣ ଶିଶୁ ରହିଛନ୍ତି। ଏଭଳି ସ୍ଥିତିରେ ଶିଶୁଙ୍କୁ ସଂକ୍ରମଣ ହେବାର ସମ୍ଭାବନା ଲାଗି ରହିଛି ।