ନୂଆଦିଲ୍ଲୀ:ତିହାର ଜେଲରୁ ଶୁକ୍ରବାର ଅପରାଧୀ ଜାମିନରେ ମୁକୁଳିବା ପରେ ସହଯୋଗୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ଜେଲ ପରିସରରେ ଏଭଳି ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି କରିଥିବାରୁ ଜାମିନରେ ଆସିଥିବା ଅପରାଧୀର ୮୩ ଜଣ ସମର୍ଥକଙ୍କୁ ଗିରଫ କରିଛି ପୋଲିସ । ପୋଲିସର କହିବାନୁସାରେ ତିହାର ଜେଲରେ ଥିବା ଅପରାଧୀ ଅବିଦ ଅହମ୍ମଦ (୩୭) ଗୁରୁବାର ଜାମିନ ମିଳିବା ପରେ ଜେଲରୁ ମୁକୁଳିଥିଲା । ଏହି ଅପରାଧୀଙ୍କୁ ସ୍ବାଗତ କରିବା ପାଇଁ ତାର ଅନେକ ସହଯୋଗୀ ଜେଲ ପରିସରରେ ଉପସ୍ଥିତ ଥିଲେ । ଏହାପରେ ଦିଲ୍ଲୀ କଣ୍ଟେନମେଣ୍ଟ ଅଞ୍ଚଳରେ ସେମାନେ ପରେଡ କରିଥିଲେ । ଏଭଳି ପରେଡ଼ କରି ସେମାନେ ଅଶ୍ଳୀଳ ଆଚରଣ କରିବା ସହ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି କରିଥିବାରୁ ପୋଲିସ ସେମାନଙ୍କୁ ଗିରଫ କରିଛି ।
ତିହାର ଜେଲରେ ଅପରାଧୀର ଜାମିନ ବେଳେ ଉତ୍ତେଜନା, ୮୩ ଗିରଫ - ଜାମିନ ବେଳେ ସହଯୋଗୀଙ୍କ ଉତ୍ତେଜନା
ଦିଲ୍ଲୀ ତିହାର ଜେଲରେ ଅପରାଧୀର ଜାମିନ ବେଳେ ସହଯୋଗୀଙ୍କ ଉତ୍ତେଜନା । ୮୩ ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ
![ତିହାର ଜେଲରେ ଅପରାଧୀର ଜାମିନ ବେଳେ ଉତ୍ତେଜନା, ୮୩ ଗିରଫ ତିହାର ଜେଲରେ ଅପରାଧୀର ଜାମିନ ବେଳେ ଉତ୍ତେଜନା, ୮୩ ଗିରଫ](https://etvbharatimages.akamaized.net/etvbharat/prod-images/768-512-15586075-938-15586075-1655466779676.jpg)
ତିହାର ଜେଲରେ ଅପରାଧୀର ଜାମିନ ବେଳେ ଉତ୍ତେଜନା, ୮୩ ଗିରଫ
ଅପରାଧୀ ଅହମ୍ମଦ ତୁଘଲାକବାଦ ଅଞ୍ଚଳର ହୋଇଥିବା ବେଳେ ସେ ଗୋବିନ୍ଦପୁରୀ ପୋଲିସ ଷ୍ଟେସନର ଅପରାଧୀ ବୋଲି ଜଣାପଡ଼ିଛି । ପୋଲିସ ରାତି ପ୍ରାୟ ସାଢେ ୧୦ଟା ସମୟରେ କିର୍ବି ପ୍ୟାଲେସ ନିକଟରୁ ସେମାନଙ୍କୁ ଗିରଫ କରିଛି । ଏହାସହିତ ୧୯ଟି ଚାରି ଚକିଆ ଯାନ ଓ ୨ଟି ୩ ଚକିଆ ଯାନକୁ ଜବତ କରିଛି । ଏମାନଙ୍କ ମଧ୍ୟରୁ ୩୩ ଜଣ ହତ୍ୟାକାଣ୍ଡ, ଚୋରି ଆଦି ଅନେକ ଅପରାଧମୂଳକ କାର୍ଯ୍ୟରେ ଜଡ଼ିତ ଥିଲେ ।