ଓଡିଶା

odisha

ETV Bharat / bharat

ଇନ୍‌ସପେକ୍ଟର ହେଲେ ୮ ବର୍ଷୀୟ ବାଳକ: ପୋଲିସ କର୍ମୀଙ୍କୁ ନିୟମ ବୁଝାଇଲେ, ଛୁଟି ଅନୁମତି ବି ଦେଲେ

8 ବର୍ଷ ବୟସରେ ସ୍ବପ୍ନ ପୂରଣ କଲେ ଆଜାନ୍‌ ଖାନ । ଏକ ଘଣ୍ଟା ପାଇଁ ଡୋଡାପେଟ୍ ପୋଲିସ ଷ୍ଟେସନର ଅଧିକାରୀ ହେଲେ ଆଜାନ୍‌ । ଅଧିକ ପଢନ୍ତୁ

8 year old boy become police officer
8 year old boy become police officer

By

Published : Aug 17, 2023, 3:38 PM IST

ବେଙ୍ଗାଲୁରୁ:କର୍ଣ୍ଣାଟକର ଆଜାନ୍‌ ଖାନ, ବୟସ ମାତ୍ର 8 ବର୍ଷ । ଏତେ କମ ବୟସରେ ସେ ସେ ନିଜ ସ୍ବପ୍ନ ପୂରଣ କରି ପୋଲିସ ଇନ୍ସପେକ୍ଟର ହୋଇପାରିଛନ୍ତି । ଏକ ଘଣ୍ଟା ପାଇଁ ସେ ଡୋଡାପେଟ୍ ପୋଲିସ ଷ୍ଟେସନର ଇନ୍ସପେକ୍ଟର ଦାୟିତ୍ବ ତୁଲାଇଥିଲେ । ତାଙ୍କ ନିର୍ଦ୍ଦେଶକୁ ସମସ୍ତ ପୋଲିସ କର୍ମଚାରୀ ପାଳନ କରିବା ସହ ଅଭିନନ୍ଦନ ମଧ୍ୟ ଜଣାଇଥିଲେ । ବର୍ତ୍ତମାନ ସେ ହୃଦ୍‌ରୋଗରେ ପୀଡ଼ିତ ରହିଛନ୍ତି।

ଆଜାନ୍‌ ଖାନ ପ୍ରଥମ ଶ୍ରେଣୀରେ ପାଠ ପଢୁଛନ୍ତି । ବୁଧବାର ପୋଲିସ ଷ୍ଟେସନକୁ ଆସି ପୋଲିସ୍ ଇନ୍ସପେକ୍ଟର ଭାବରେ ତାଙ୍କର କର୍ତ୍ତବ୍ୟ ପାଳନ କରିଥିଲେ । ପୋଲିସ ଷ୍ଟେସନରେ ପହଞ୍ଚିବା ପରେ ଶିବମୋଗା ଏସପି ମିଥୁନ କୁମାର ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ପୋଲିସ ଷ୍ଟେସନ ଭିତରକୁ ପ୍ରବେଶ କରିବା ପରେ ଆଜାନ୍‌ ଚେୟାରରେ ବସି ପୋଲିସ ଷ୍ଟେସନ କର୍ମଚାରୀଙ୍କୁ ଡାକି ସମସ୍ତ ରୁଲ ମାନିବାକୁ କହିଥିଲେ ।

ପ୍ରଥମେ ଥାନାରେ ରଖାଯାଇଥିବା ରେଜିଷ୍ଟରରେ ଦସ୍ତଖତ କରିଥିଲେ ଆଜାନ୍‌ । ପରେ ଆଇପିସି ଧାରା ବିଷୟରେ ଅବଗତ ହୋଇଥିଲେ । ପରେ ସମସ୍ତ କର୍ମଚାରୀଙ୍କୁ ଡାକି ବିଭିନ୍ନ କାର୍ଯ୍ୟ ବିଷୟରେ ପଚାରି ବୁଝିଥିଲେ । ଜଣେ ମହିଳା କନେଷ୍ଟବଳ ଛୁଟି ପାଇଁ ପୋଲିସ୍ ଇନ୍ସପେକ୍ଟରଙ୍କୁ କହିଥିଲେ। ଆଜାନ୍‌ ଛୁଟିର କାରଣ ପଚାରି ତାଙ୍କୁ 2ଦିନ ପାଇଁ ଛୁଟି ବି ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ସାଇକେଲ୍‌ରେ ବିଶ୍ବ ଭ୍ରମଣ, ବାଣ୍ଟୁଛନ୍ତି ପରିବେଶ ସୁରକ୍ଷା ବାର୍ତ୍ତା

ଉରୁଗାଦୁର ଗ୍ରାମର ତବରେଜ ଖାନ ଓ ନଗାମାଙ୍କ ଦ୍ବିତୀୟ ସନ୍ତାନ ଆଜାନ୍‌ ଖାନ୍‌ । ସେ ଜନ୍ମରୁ ହୃଦ୍‌ରୋଗରେ ପୀଡ଼ିତ । ସେ ଭବିଷ୍ୟତାରେ ଜଣେ ପୋଲିସ ଇନ୍ସପେକ୍ଟର ହେବାକୁ ଇଚ୍ଛା ରଖିଥିଲେ। ତାଙ୍କର ସ୍ବପ୍ନକୁ ପୂରଣ କରିବା ପାଇଁ ତାଙ୍କ ବାପା ମାଆ ଶିବମୋଗା ଏସ୍‌ପିଙ୍କ ସହ କଥା ହୋଇ ପୂଅର ଇଚ୍ଛା ପୂରଣ କରିବାକୁ ନିବେଦନ କରିଥିଲେ । ଏହାପରେ ଜିଲ୍ଲା ଅଧିକ୍ଷକ ମଧ୍ୟ ଏଥିରେ ରାଜି ହୋଇଯାଇଥିଲେ । ପ୍ରଥମ ଥର ପାଇଁ ଜିଲ୍ଲାରେ ଜଣେ 8 ବର୍ଷର ବାଳକ ପୋଲିସ ଇନ୍ସପେକ୍ଟର ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ଜିଲ୍ଲା ଇତିହାସରେ ଏହା ପ୍ରଥମ ।

ଆଜାନ୍‌ ଖାନ କହିଛନ୍ତି, "ପୋଲିସ ଇନ୍ସପେକ୍ଟର ହେବାକୁ ମୋର ବହୁତ ଇଚ୍ଛା ଥିଲା । ମୋ ବାପାଙ୍କୁ ମଧ୍ୟ ମୋ ସ୍ବପ୍ନ ବିଷୟରେ କହିଥିଲି । ମୁଁ ପୋଲିସ ହୋଇପାରିଥିବାରୁ ଏସ୍‌ପିଙ୍କୁ ଧନ୍ୟବାଦ ଜଣାଉଛି । ପୋଲିସ ଷ୍ଟେସନ ଆସିଥିବାରୁ ମୁଁ ଖୁସି ।" ଆଜାନ୍‌ଙ୍କ ବାପା କହିଛନ୍ତି, "ମୋ ପୁଅ ଜଣେ ହୃଦ୍‌ରୋଗୀ । ଯେତେବେଳେ ତାକୁ 3 ବର୍ଷ ହୋଇଥିଲା ସେ ରୋଗରେ ପୀଡ଼ିତ ଥିବା ଜଣାପଡିଥିଲା । ତାର ହାର୍ଟ ଅପରେସନ ହୋଇଛି । ମୋ ପୁଅକୁ ଏକ ଘଣ୍ଟାପାଇଁ ପୋଲିସ ଇନ୍ସପେକ୍ଟର ଦାୟିତ୍ବ ଦେଇଥିବାରୁ ମୁଁ ଏସ୍‌ପିଙ୍କୁ ଧନ୍ୟବାଦ ଜଣାଉଛି ।"

ABOUT THE AUTHOR

...view details