ଥିରୁଅନନ୍ତପୁରମ: ସଫଳତା ହାତେଇବା ଲାଗି କୌଣସି ନିର୍ଦ୍ଦିଷ୍ଟ ବୟସ ସୀମାର ଆବଶ୍ୟକତା ପଡେନାହିଁ । ପ୍ରତିଭାବାନ ହୋଇଥିଲେ କମ ବୟସରେ ମଧ୍ୟ ସଫଳତା ଆସି ପାଦକୁ ଚୁମ୍ବନ କରେ । ଏମିତି ଏକ ବଳିଷ୍ଠ ପ୍ରତିଭାର ଅଧିକାରିଣୀ ହେଉଛନ୍ତି କେରଳ ଥିରୁଅନନ୍ତପୁରମର 8 ବର୍ଷର ଝିଅ ଧ୍ବନି। ଯିଏକି 25ଟି ଭାଷାରେ 'ମୁଁ ଭାରତୀୟ ଭାବେ ଗର୍ବିତ' କହି ବିଶ୍ବ ରେକର୍ଡ ହାତେଇଛନ୍ତି ।
8 ବର୍ଷ ବୟସରେ କୁନିଝିଅର ବଡ଼ ସଫଳତା, ହାତେଇଲେ ବିଶ୍ବ ରେକର୍ଡ - କୁନି ପାଟିରେ 25 ଭାଷା
କେରଳରେ 8 ବର୍ଷ କୁନି ଝିଅର ସଫଳତା । 25ଟି ଭାଷା କହି ହାତେଇଲେ ବିଶ୍ବ ରେକର୍ଡ। ଅଧିକ ପଢନ୍ତୁ
ଧ୍ବନି ଜ୍ୟାକି ବୁକ ଅଫ ୱାଲର୍ଡ ରେକର୍ଡ(Jackie Book of World Records), ଏସିଆ ବୁକ୍ ଅଫ ରେକର୍ଡ ଓ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ନିଜ ନାଁକୁ ପକ୍କା କରିଛନ୍ତି । ଖାଲି ଏତିକି ନୁହେଁ ଏପରି ଅନେକ ରେକର୍ଡ ହାତେଇଛନ୍ତି ଏହି କୁନି ଝିଅ । ସେ 22ଟି ଷ୍ଟୋରୀକୁ ଉଭୟ ଇଂରାଜୀ ଓ ମାଲାୟଲାମ ଭାଷାରେ ମାତ୍ର 23 ମିନିଟ ମଧ୍ୟରେ କହିପାରୁଛନ୍ତି । ଧ୍ବନି ଏବେ ନୂଆ ରେକର୍ଡ ହାତେଇବା ଲାଗି ଲକ୍ଷ୍ୟ ରଖିଛନ୍ତି ।
ସେ 95ଟି କବିତାକୁ ମାଲାୟାଲାମ ଭାଷାରେ ଗାଇ ରେକର୍ଡ ସୃଷ୍ଟି କରିବେ ବୋଲି କହିଛନ୍ତି । ଏହି ପ୍ରଶଂସନୀୟ କାର୍ଯ୍ୟ ଲାଗି ପିତା ଆଦର୍ଶ ଓ ମାଆ ଲକ୍ଷ୍ମୀ ତାଙ୍କୁ ପୂର୍ଣ୍ଣ ସମର୍ଥନ କରିଥାନ୍ତି । ଧ୍ବନି ନିଜର ଏହି ବିରଳ ପ୍ରତିଭାକୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ୟୁଟ୍ୟୁବ ଚ୍ୟାନେଲରେ ସେୟାର କରିଥିବା ମଧ୍ୟ କହିଛନ୍ତି ।