ଓଡିଶା

odisha

ETV Bharat / bharat

ଟେମ୍ପାେକୁ ଧକ୍କା ଦେଲା ଟ୍ରକ, 8 ମୃତ

ଆନ୍ଧ୍ରପ୍ରଦେଶର ନେରୋଲା ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗୋଟିଏ ଟେମ୍ପୋକୁ ଟ୍ରକ ଧକ୍କା ଦେବା ଫଳରେ 8ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ସଡକ ଦୁର୍ଘଟଣା
ସଡକ ଦୁର୍ଘଟଣା

By

Published : Mar 28, 2021, 10:03 AM IST

ଅମରାବତୀ:ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାରେ ଆଜି ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଗୋଟିଏ ଟେମ୍ପୋକୁ ଟ୍ରକ ଧକ୍କା ଦେବା ଫଳରେ 8ଜଣ ଲୋକଙ୍କ ମୃତ୍ୟୁ ହୋଇଛି ।

ଟେମ୍ପାେକୁ ଧକ୍କା ଦେଲା ଟ୍ରକ,8ମୃତ

ସୂଚନାଅନୁସାରେ, ତାମିଲନାଡୁର 14ଜଣ ଲୋକ ଗୋଟିଏ ଟେମ୍ପୋରେ ଶ୍ରୀସାଇଲାମରୁ ନେରୋଲା ଯାଉଥିବା ସମୟରେ ବୁଚିରିଡାଇପାଲମ ମଣ୍ଡଳର ଦାମାରାମାଡୁଗୁ ଠାରେ ଗୋଟିଏ ଟ୍ରକ ତାଙ୍କ ଗାଡିକୁ ଧକ୍କା ଦେଇଥିଲା । ଫଳରେ ଟେମ୍ପୋରେ ଥିବା 14 ଜଣଙ୍କ ଭିତରୁ 7 ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କର ଡାକ୍ତରଖାନା ଯିବା ବାଟରେ ମୃତ୍ୟୁ ହୋଇଛି ।

ସମସ୍ତ ମୃତକଙ୍କ ମଧ୍ୟରେ ପାଞ୍ଚଜଣ ମହିଳା ଥିବା ବେଳେ ତିନିଜଣ ପୁରୁଷ । ଦୁର୍ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିିିଭି ଭାରତ

ABOUT THE AUTHOR

...view details