ଓଡିଶା

odisha

ETV Bharat / bharat

Road Accident: ଲଦାଖରେ ପ୍ରାଣ ହରାଇଲେ 7 ଯବାନ, ନଦୀକୁ ଖସିପଡିଲା ବସ୍: ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ - ଲଦାଖରେ 7 ଯବାନ ସହିଦ

ଲଦାଖରେ 7 ଜଣ ଭାରତୀୟ ଯବାନଙ୍କ ମୃତ୍ୟୁ । ତୁରତୁକ ସେକ୍ଟରରେ ବସ ନଦୀକୁ ଖସିପଡିବାରୁ 7 ଯବାନ ପ୍ରାଣ ହରାଇଛନ୍ତି । ଅଧିକ ପଢନ୍ତୁ

ଭାରତୀୟ ଯବାନ ସହିଦ
ଭାରତୀୟ ଯବାନ ସହିଦ

By

Published : May 27, 2022, 4:29 PM IST

Updated : May 27, 2022, 7:38 PM IST

ଲଦାଖ: ଲଦାଖରେ 7 ଜଣ ଭାରତୀୟ ଯବାନଙ୍କ (IndianArmy) ଦୁଃଖଦ ମୃତ୍ୟୁ । ତୁରତୁକ ସେକ୍ଟର (Turtuk sector) ସ୍ଥିତ ଶ୍ୟୋକ ନଦୀରେ ଯବାନଙ୍କ ବସ ଖସିପଡିବାରୁ 7 ଯବାନଙ୍କ ଦୁଃଖଦ ମୃତ୍ୟୁ ହୋଇଛି ।

ଲଦାଖରେ ପ୍ରାଣ ହରାଇଲେ 7 ଯବାନ, ନଦୀକୁ ଖସିପଡିଲା ବସ୍

ସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏକ ବସ ଯୋଗେ 26 ଜଣ ଯବାନ ଯାଉଥିବା ବେଳେ ତୁରତୁକ ସେକ୍ଟର ସ୍ଥିତ ଏକ ଗାଁ ପାଖରେ ଥିବା ଶ୍ୟୋକ ନଦୀରେ ସେନା ବସ ଖସିପଡିବାରୁ 7 ଯବାନଙ୍କ ମୃତ୍ୟୁ ହୋଇଛି । ଏଥିରେ ଆହୁରି ଯବାନ ବ୍ୟାପକ ଭାବେ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ଉଦ୍ଧାର କରି ଉତ୍ତମ ଚିକିତ୍ସା ପାଇଁ ବାୟୁସେନା (Indin Air Force) ସହାୟତାରେ ପଶ୍ଚିମୀ କମାଣକୁ ସ୍ଥାନାନ୍ତର କରାଯାଉଛି ।

ଲଦାଖରେ ପ୍ରାଣ ହରାଇଲେ 7 ଯବାନ, ନଦୀକୁ ଖସିପଡିଲା ବସ୍

ସୂଚନା ଅନୁସାରେ ଦୁର୍ଘଟଣାଗ୍ରସ୍ତ ବସରେ 26 ଜଣ ଯବାନ ଥିଲେ । ଘଟଣାଟି ଯେତେବେଳେ ଘଟିଲା ସେତେବେଳେ ଦୁର୍ଘଟଣାଗ୍ରସ୍ତ ବସଟି ପରତାପୁରରୁ ସବ-ସେକ୍ଟର ହନୀଫ ଅଭିମୁଖେ ଯାଉଥିଲା । ଏଠାରେ ଦୁର୍ଘଟଣା ହେବା ପରେ ସେନା ଗାଡି ଟି ପ୍ରାୟ 50 ରୁ 60 ଫୁଟ ତଳକୁ ଖସି ପଡି ଶ୍ୟୋକ ନଦୀରେ ପଡିଥିଲା ।

ଘଟଣାସ୍ଥଳକୁ ସେନାର ବରିଷ୍ଠ ଅଧିକାରୀ ମାନେ ଯାଉଥିବା ବେଳେ, ଆହତ ଯବାନଙ୍କୁ ସମସ୍ତ ପ୍ରକାରର ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ସେନା ଉଦ୍ୟମ କରୁଛି ।

ସେପଟେ ଘଟଣାକୁ ନେଇ ଭାରତୀୟ ସେନାର ସର୍ବୋଚ୍ଚ କମାଣ୍ଡର ତଥା ରାଷ୍ଟ୍ରପତି ରାମନାଥ କୋବିନ୍ଦ (President Ram Nath Kovind) ଦୁଃଖ ପ୍ରକାଶ କରିବା ସହ ମୃତ ଯବାନଙ୍କ ପରିବାରବର୍ଗଙ୍କୁ ସାନ୍ତ୍ବନା ଦେଇଛନ୍ତି । ଏହାସହ ଆହତ ଯବାନଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ।

ଏହାସହ ଉପ-ରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ (Vice President M. Venkaiah Naidu) ମଧ୍ୟ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ବୀର ଯବାନଙ୍କ ମୃତ୍ୟୁ ରାଷ୍ଟ୍ର ପାଇଁ ଗଭୀର କ୍ଷତି । ସମସ୍ତ ପ୍ରକାରର କଠିନ ପରିସ୍ଥିତି ସତ୍ବେ ଆମ ଯବାନ ଦେଶର ସୁରକ୍ଷା କରୁଛନ୍ତି । ଘଠଣାକୁ ନେଇ ଦେଶବାସୀ ବ୍ୟଥୀତ ଥିବା କହିଛନ୍ତି ଉପରାଷ୍ଟ୍ରପତି । ଏତତ ବ୍ୟତୀତ ଶୋକସନ୍ତପ୍ତ ପରିବାର ପ୍ରିୟଜନଙ୍କୁ ସମବେଦନା ଜଣାଇବା ସହ ଆହତ ଯବାନଙ୍କୁ ସୁସ୍ଥତା କାମନା କରିଛନ୍ତି ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ମଧ୍ୟ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ମୃତ ଯବାନଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତ ଯବାନଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ।

ସେପଟେ ଏହି ଦୁଃଖଦ ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ (Defence Minister Rajnath Singh) । ଏହାସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏତତ ବ୍ୟତୀତ ବୀର ଯବାନଙ୍କ ତ୍ୟାଗ ସେବାକୁ ଏହି ଦେଶ କେବେ ଭୁଲିବ ନାହିଁ ବୋଲି କହିଛନ୍ତି । ଘଟଣାକୁ ନେଇ ସ୍ଥଳସେନା ଅଧ୍ୟକ୍ଷ ଜେନେରାଲ ମନୋଜ ପାଣ୍ଡେଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଆହତ ଯବାନଙ୍କୁ ଆବଶ୍ୟକ ସମସ୍ତ ପ୍ରକାରର ଚିକିତ୍ସା ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଘଟଣାକୁ ନେଇ ଲୋକସଭା ବାଚସ୍ପତି ଓମ ବିର୍ଲା (Lok Sabha Speaker Om Birla) ମଧ୍ୟ ଦୁଃଖ ପ୍ରକାଶ କରିବା ସହ, ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି, ଏହାସହ ସେମାନଙ୍କ ସେବା କେବେ ଦେଶ ଭୁଲିବ ନାହିଁ ବୋଲି କହିଛନ୍ତି । ଏହାସହ ଆହତ ଯବାନଙ୍କ ଆରୋଗ୍ୟ କାମନା କରିଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା (Union Home Minister Amit Shah) ମଧ୍ୟ ଘଟଣାରେ ଦୁଃଖ ପ୍ରକାଶ କରିବା ସହ, ଘଟଣାରେ ମୃତ୍ୟୁ ବରଣ କରିଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହାସହ ଆହତ ଯବାନଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି ।

@ANI

Last Updated : May 27, 2022, 7:38 PM IST

ABOUT THE AUTHOR

...view details