ନୂଆଦିଲ୍ଲୀ: ପାଳି କରି ଦେଶରେ କୋରୋନା ତାଣ୍ଡବ ରଚିଛି । ଦିନରାତି ଏକ କରି ଲୋକଙ୍କ ସେବାରେ ଥିବା ଅନେକ ଡାକ୍ତରଙ୍କ ଜୀବନ ନେଲାଣି ମହାମାରୀ । ଦ୍ବିତୀୟ ଲହରରେ ସମଗ୍ର ଦେଶରୁ 798 ଡାକ୍ତରଙ୍କ ଜୀବନ ନେଲାଣି ଅଦୃଶ୍ୟ ଭୂତାଣୁ । ଭାରତୀୟ ମେଡିକାଲ୍ ଆସୋସିଏସନ୍ ପକ୍ଷରୁ ଜାରି ହୋଇଥିବା ରିପୋର୍ଟରୁ ଜଣାପଡିଛି ।
798 ଡାକ୍ତରଙ୍କ ମଧ୍ୟରୁ ଦିଲ୍ଲୀରୁ ସର୍ବାଧିକ 128, ବିହାରରୁ 115ଜଣ ଡାକ୍ତର ଜୀବନ ହରାଇଥିବାବେଳେ ଉତ୍ତରପ୍ରଦେଶରୁ 79ଜଣ ଡାକ୍ତରଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରୁ 23ଜଣ ଡାକ୍ତର ଓ କେରଳରୁ 24ଜଣ ଡାକ୍ତରଙ୍କର ମୃତ୍ୟୁ ହୋଇଛି । ପୁଡୁଚେରୀରେ ଡାକ୍ତରଙ୍କ ସର୍ବନିମ୍ନ ମୃତ୍ୟୁ ରିପୋର୍ଟ ଆସିଛି । ଜୁନ 25ରେ ଭାରତୀୟ ମେଡିକାଲ୍ ଆସୋସିଏସନ୍ 776 ଜଣ ଡାକ୍ତରଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ଦେଇଥିଲା ।