ବେଙ୍ଗାଲୁରୁ:କର୍ଣ୍ଣାଟକରୁ ଏକ ଅଜବ ଗଜବ ମାମଲା ସାମ୍ନାକୁ ଆସିଛି । ମଇଁଷି ଚୋରି ମାମଲାରେ ଏଠାରେ ଜଣେ ୭୮ ବର୍ଷୀୟ ବୃଦ୍ଧଙ୍କୁ ଗିରଫ କରାଯାଇଛି ତେବେ ଏହି ମାମଲାଟି ଏଥିପାଇଁ ଅଜବ, କାରଣ ଅଭିଯୁକ୍ତ ବୃଦ୍ଧଙ୍କୁ ଯେତେବେଳେ ୨୦ ବର୍ଷ ବୟସ ହୋଇଥିଲା, ସେ ଦୁଇଟି ମଇଁଷି ଚୋରି କରିଥିଲେ । ଯୌବନ ଯାଇ ଦେହର ଚର୍ମ ଧୁଡୁଧୁଡୁ ହେବା ପରେ ଏବେ ଦୀର୍ଘ ୫୮ ବର୍ଷ ପରେ ପୋଲିସ ତାଙ୍କୁ ଏହି ମାମଲାରେ ଗିରଫ କରିଛି । ବୃଦ୍ଧଙ୍କ ନାମ ଗଣପତି ୱାଘମୋର । ତାଙ୍କ ସହ ମଇଁଷି ଚୋରି କରିଥିବା ଅନ୍ୟ ଜଣେ ଅଭିଯୁକ୍ତର ମୃତ୍ୟୁ ହୋଇସାରିଛି ।
ଘଟଣାଟି କର୍ଣ୍ଣାଟକ ବିଦାର ଜିଲ୍ଲାର । ୧୯୬୫ ମସିହାରେ ଏହି ମଇଁଷି ଚୋରି ମାମଲା ଘଟିଥିଲା । ୨୦ ବର୍ଷ ବୟସରେ ଗଣପତି ଏବଂ ତାଙ୍କର ସାଥି କିଶାନ ଚନ୍ଦେର(୩୦) ଦୁଇଟି ମଇଁଷି ଓ ତା' ଛୁଆ ଚୋରି କରିଥିଲେ । ଏନେଇ ମେହକର ଥାନାରେ ଦୁହିଁଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ପରେ ପୋଲିସ ଦୁହିଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ହେଲେ ଦୁଇ ଅଭିଯୁକ୍ତ ଜାମିନରୁ ମୁକୁଳିବା ପରେ ଫେରାର୍ ହୋଇଯାଇଥିଲେ । ବାରମ୍ବାର ସମନ କରାଯାଇ ଥିଲେ ବି ଆଉ ଧରାଛୁଆଁ ଦେଇନଥିଲେ । ଏହାରି ଭିତରେ ଅନେକ ବର୍ଷ ବିତି ଯାଇଥିଲା ।
ଏହାମଧ୍ୟ ପଢନ୍ତୁ: ମଇଁଷି ମୃତ୍ୟୁ ମାମଲା: 28ବର୍ଷ ପରେ 83 ବର୍ଷୀୟ ବୃଦ୍ଧଙ୍କ ବିରୋଧରେ ଆସିଲା ଆରେଷ୍ଟ ଓ୍ବେରଣ୍ଟ