ନୂଆଦିଲ୍ଲୀ:ନୂତନ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ବେଳେ ଦେଶର ପ୍ରାୟ ୭୫୦ ଚାଷୀ ମୃତ୍ୟୁବରଣ କରିଛନ୍ତି। ମୃତ ଚାଷୀଙ୍କ ପ୍ରତି ସରକାର ଶୋକପ୍ରକାଶ କରିନାହିଁନ୍ତି ବୋଲି ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି । ସେପଟେ ସମ୍ପୂର୍ଣ୍ଣ ଆଇନ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନକୁ ପ୍ରତ୍ୟାହାର କରାଯିବ ନାହିଁ ବୋଲି ଟିକାୟତ ( Rakesh tikait) କହିଛନ୍ତି ।
ଦୀର୍ଘ ୧୪ ମାସର ଆନ୍ଦୋଳନ ପରେ ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କୃଷି ଆଇନକୁ ବିରୋଧ କରି ବିଭିନ୍ନ ରାଜ୍ୟରେ ଆନ୍ଦୋଳନ କରିଥିଲେ ଚାଷୀ । ଏହା ସହ ଦୀର୍ଘ ଦିନ ଧରି ଦିଲ୍ଲୀର ସିଂଘୁ ବର୍ଡର ସମେତ ଟିକରି ବର୍ଡର ଅଞ୍ଚଳରେ ଟେଣ୍ଟ ବାନ୍ଧି ଚାଷୀ ଆନ୍ଦଳନ କରୁଥିଲେ । ଏହି ଆନ୍ଦୋଳନରେ ପ୍ରାୟ ୭୦୦ ରୁ ୭୫୦ ଚାଷୀ ମୃତ୍ୟୁ ବରଣ କରିଥିବା କହିଛନ୍ତି କୃଷକ ନେତା ରାକେଶ ଟୀକାୟତ । ମୃତ ଚଷୀଙ୍କ ପ୍ରତି କେନ୍ଦ୍ର ସରକାର କୌଣସି ସମ୍ବେଦନଶୀଳତା ଦେଖାଇନାହାଁନ୍ତି କି ଶୋକପ୍ରକାଶ ମଧ୍ୟ କରିନାହାଁନ୍ତି ବୋଲି ଭାରତ କିଶାନ ୟୁନିୟନର ମୁଖପାତ୍ର ରାକେଶ ଟିକାୟତ କହିଛନ୍ତି। ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ଟିକାୟତ । ମୋଦି ଚାଷୀଙ୍କ ପ୍ରଧାନମନ୍ତ୍ରୀ ନୁହିଁନ୍ତି କେବେ ମଧ୍ୟ ଚାଷୀଙ୍କ ପ୍ରିୟପାତ୍ର ହୋଇପାରିବେ ନାହିଁ ବୋଲି ଟିକାୟତ କହିଛନ୍ତି।