ଓଡିଶା

odisha

By

Published : Oct 17, 2021, 6:02 AM IST

ETV Bharat / bharat

ଇଂରେଜ ବର୍ବରତାର କାହାଣୀ, ୧୨୩ ଜଣଙ୍କ ଉପରେ ମଡାଇ ଦେଇଥିଲେ ବୁଲ୍‌ଡୋଜର

୧୮୫୭ ମସିହା ମେ ୨୯ ତାରିଖରେ ସ୍ବାଧୀନ ହୋଇଥିଲା ହିସାର। ସ୍ବାଧୀନତା ପାଇଁ ଆମ ପୂର୍ବଜ ୧୦୦ ବର୍ଷ ଧରି ଲଢ଼େଇ କରିଥିଲେ । ଏଥିପାଇଁ ଅନେକ ବଳିଦାନ କାହାଣୀ ରହିଛି । ଏହି ସ୍ବାଧୀନତା ପାଇଁ ହିସାରରେ ୧୨୩ ଜଣଙ୍କ ଉପରେ ଇଂରେଜ ବୁଲଡୋଜର ଚଢ଼ାଇ ଦେଇଥିଲେ । ଅଧିକ ପଢ଼ନ୍ତୁ...

ଇଂରେଜ ବର୍ବରତାର କାହାଣୀ, ୧୨୩ ଜଣଙ୍କ ଉପରେ ଚଢ଼ିଥିଲେ ବୁଲ୍‌ଡୋଜର
ଇଂରେଜ ବର୍ବରତାର କାହାଣୀ, ୧୨୩ ଜଣଙ୍କ ଉପରେ ଚଢ଼ିଥିଲେ ବୁଲ୍‌ଡୋଜର

ଚଣ୍ଡିଗଡ଼: ସ୍ବାଧୀନ ଦେଶର ମାନେ କ'ଣ, ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ତେବେ ସ୍ବାଧୀନତା ସଂଗ୍ରାମୀଙ୍କ ସଂଘର୍ଷ ଓ ତାଙ୍କ ଜୀବନର ବଳିଦାନ ବିଷୟରେ ଜାଣିବାକୁ ହେବ । ୧୯୪୭ ମସିହାରେ ଭାରତ ସ୍ବାଧୀନ ହୋଇଥିଲା ସତ, କିନ୍ତୁ ଆମ ପୂର୍ବଜ ଏଥିପାଇଁ ୧୦୦ ବର୍ଷ ଧରି ଲଢ଼େଇ କରିଥିଲେ । ୧୮୫୭ ମସିହାର ଏଭଳି ବହୁ ସଂଘର୍ଶର କାହାଣୀ ରହିଛି, ଯାହା ଭାରତମାତାର ପୁତ୍ର ମାନଙ୍କ ବଳିଦାନ କଥା କହେ । ଏହି ବଳିଦାନ ଅତୁଲ୍ୟ । ଆଜି ଆମେ ଆପଣଙ୍କୁ ଏଭଳି ହିଁ ସ୍ବାଧିନତା ସଂଗ୍ରାମର କାହାଣୀ ବିଷୟରେ ସୂଚନା ଦେବୁ । ଏହାକୁ ଇତିହାସରେ ଯେତିକି ସ୍ଥାନ ମିଳିଛି ତାହାର କାରନାମା ଆହୁରି କେତେ ଗୁଣରେ ଅଧିକ । ଏତେ ବଡ଼ ଯେ ୧୮୫୭ ମସିହାରେ ହିଁ ଏହି ସଂଗ୍ରାମ ହିସାରକୁ ସ୍ବାଧିନ କରାଇ ଦେଇଥିଲା ।

ଇଂରେଜ ବର୍ବରତାର କାହାଣୀ, ୧୨୩ ଜଣଙ୍କ ଉପରେ ଚଢ଼ିଥିଲେ ବୁଲ୍‌ଡୋଜର

୧୮୫୭ ମେ ୨୯ ତାରିଖ ଦିନ ୧ଟାରେ ଜିଲ୍ଲା କାର୍ଯ୍ୟାଳୟ ଉପରେ କବଜା ହୋଇଥିଲା । ଏହାପରେ ଆଜିର ଦିନରେ ଥିବା ରେଡ୍‌ ମାର୍କେଟରେ ଏକ ଜେଲ୍‌ ଥିଲା । ଏହି ଜେଲ୍‌କୁ ଭାଙ୍ଗି ଦୁର୍ଗକୁ ଆସି ଭିତରେ ଥିବା ସମସ୍ତ ଇଂରେଜମାନଙ୍କୁ ହତ୍ୟା କରାଗଲା । ସେଠାରୁ ୧ ଲକ୍ଷ ୭୦ ହଜାର ଟଙ୍କା ଲୁଟ୍‌ ମଧ୍ୟ କରାଯାଇଥିଲା । ଏଭଳି ଭାବରେ ୧୮୫୭ ମସିହା ମେ ୨୯ରେ ହିସାର ସ୍ବାଧିନ ହେଲା ।

୧୮୫୭ ମସିହା ମେ ୨୯ ତାରିଖରେ ସ୍ବାଧୀନ ହେଲା ହିସାର। କିନ୍ତୁ ସଂଘର୍ଷ ସେଇଠି ସମାପ୍ତ ହୋଇନଥିଲା । ହିସାରରେ ଥିବା ସମସ୍ତ ଇଂରେଜମାନଙ୍କୁ ସ୍ବଧିନତା ସଂଗ୍ରାମୀମାନେ ହତ୍ୟା କରିଥିଲେ କିମ୍ବା ଜେଲ୍‌ରେ ପୁରାଇ ଦେଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଇଂରେଜ ଖସିବାରେ ସକ୍ଷମ ହୋଇଥିଲା । ସମ୍ପୃକ୍ତ ଇଂରେଜ ଜଣକ ସମସ୍ତ ଘଟଣାବଳୀ ବିଷୟରେ ନିଜ ଅଧିକାରୀଙ୍କୁ ଅବଗତ କରାଇଥିଲା ।

ଇଂରେଜ ପକ୍ଷରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଫିରୋଜପୁରର ଡେପୁଟି କମିଶନର ଜେନେରାଲ ଉଡ କଟଲ୍ୟାଣ୍ଡଙ୍କୁ ଡ୍ୟୁଟି ଦିଆଗଲା । ଏହାପୂର୍ବରୁ ସେ ସିର୍‌ସାରେ ସ୍ଥାନୀୟ ଲୋକଙ୍କୁ ପରାଜିତ କରିଥିଲେ । ଜୁଲାଇ ୧୦ ତାରିଖରେ ସେ ହିସାର କବ୍‌ଜା କରିଥିଲେ । ସ୍ବାଧୀନତା ସଂଗ୍ରାମୀ ହାଂସି କବ୍‌ଜା କରିଥିଲେ । ଜୁଲାଇ ୧୦ ତାରିଖରୁ ଅଗଷ୍ଟ ୧୯ ତାରିଖ ମଧ୍ୟରେ ହିସାରକୁ ସ୍ବାଧୀନତା ସଂଗ୍ରାମୀ ଓ ଇଂରେଜ ମାନେ ୫ ଥର ଲେଖାଏଁ ଅକ୍ତିଆର କରିଥିଲେ ।

ବାହାଦୁର ଶାହାଙ୍କ ବଂଶଜ ଆଜମ ଖାନ୍‌ଙ୍କ ନେତୃତ୍ବରେ ଲଢ଼ା ଯାଉଥିଲା ଏହି ସ୍ବାଧିନତାର ଲଢ଼େଇ । ସ୍ବାଧିୀନତା ସଂଗ୍ରାମୀଙ୍କ ପାଖରେ ଖଣ୍ଡା ଓ ଫାର୍ସା ଭଳି ପାରମ୍ପରିକ ହଥିଆର ଥିବା ବେଳେ ଇଂରେଜମାନଙ୍କ ପାଖରେ ଥିଲା ଆଧୁନିକ ବନ୍ଧୁକ । ବଡ଼ କଥା ହେଉଛି ଇଂରେଜମାନେ ଦୁର୍ଗ ଭିତରେ ଥିଲେ ଓ ବାହାରେ ଥିଲେ ସ୍ବାଧୀନତା ସଂଗ୍ରାମୀ । ଯାହାର ପରିଣାମ ସ୍ବରୁପ ବ୍ରିଟିଶ୍‌ ଗୁଳିର ଶିକାର ହେଲେ ସ୍ବାଧୀନତା ସଂଗ୍ରାମୀ ।

ଏହି ଲଢ଼େଇରେ ୪୩୮ ଜଣ ସଂଗ୍ରାମୀ ମାଟି ପାଇଁ ଶହୀଦ ହୋଇଗଲେ । ସେମାନଙ୍କ ମଧ୍ୟରୁ ୨୩୫ ଜଣ ଶରୀରର ଅଂଶ ଏଣେତେଣେ ପଡ଼ଥିବା ବେଳେ ବାକି ସଂଗ୍ରାମୀଙ୍କ କୌଣସି ପତ୍ତା ମିଳିନଥିଲା । ସେହି ସମୟରେ ୧୨୩ ଜଣଙ୍କୁ ବନ୍ଦୀ କରିନେଲେ ବ୍ରିଟିଶ ସରକାର । ଏହାପରେ ଆରମ୍ଭ ହେଲା ଇଂରେଜମାନଙ୍କ ବର୍ବରତାର ଖେଳ । ସମସ୍ତ ୧୨୩ ଜଣଙ୍କ ଉପରେ ଚଢ଼ାଇ ଦିଆଗଲା ରୋଡ ରୋଲର ବୁଲଡୋଜର । ଏଭଳି ଭାବରେ ଏହି ସଂଗ୍ରାମ ଏକ ପ୍ରକାର ଶେଷ ହୋଇଗଲା ।

୧୮୫୭ ମସିହା ମେ ୩୦ ତାରିଖରୁ ଅଗଷ୍ଟ ୧୯ ପର୍ଯ୍ୟନ୍ତ ସ୍ବାଧୀନ ଥିଲା ହିସାର । ଏହାରି ମଧ୍ୟରେ ଦିଲ୍ଲୀରେ ମଧ୍ୟ ବାହାଦୁର ଶାହାଙ୍କୁ ବନ୍ଦୀ କରି ସ୍ବାଧୀନତା ସଂଗ୍ରାମକୁ ବନ୍ଦ କରି ଦିଆଗଲା। କିନ୍ତୁ ଲଢ଼େଇ ଜାରି ରହିଲା, ଫଳରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସାରା ବିଶ୍ବ ଦେଖିଲା ଏକ ନୂଆ ଲୋକତନ୍ତ୍ରର ଦେଶ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details