ଡେରାଡୁନ: ପରାଧୀନ ଭାରତରେ ଇଂରେଜମାନେ ଅନେକ ପ୍ରକାରେ ଦେଶବାସୀଙ୍କୁ ଅତ୍ୟାଚାର କରୁଥିଲେ । ଏହାରି ମଧ୍ୟରେ ଉତ୍ତରାଖଣ୍ଡର ପାହାଡି ଅଞ୍ଚଳରେ 'ଗୁଲି ବେଗାର' ବା କୁଲି ଭାବରେ ନିରୀହ ଲୋକଙ୍କୁ କରାଯାଉଥିଲା ଶୋଷଣ । ଇଂରେଜମାନେ ନିରୀହ ଲୋକଙ୍କ କାନ୍ଧରେ ଜିନିଷପତ୍ର ବୁହାଇ ଖାଲି ପାଦରେ ଅନେକ ଦୂର ଚଲାଉଥିଲେ । ଏହାର ପ୍ରତିବଦଳରେ ସେମାନଙ୍କୁ ମିଳୁନଥିଲା ଗୋଟିଏ ବି ପାଉଣା । ଇଂରେଜଙ୍କ ବନ୍ଧୁକ ମୁନକୁ ନ ଡରି ଏହି ଘୋର ଅତ୍ୟାଚାରକୁ ବିରୋଧ କରିଥିଲେ ଏହି ବୀର ।
1882 ଫେବୃଆରୀ 15 ତାରିଖରେ କାନଖଲରେ ଜନ୍ମ ହୋଇଥିଲେ ବୀର ବଦ୍ରି ଦତ୍ତ ପାଣ୍ଡେ । ଉତ୍ତରାଖଣ୍ଡରେ କୁଲି-ବେଗାର ଆନ୍ଦୋଳନର ଉଲ୍ଲେଖନୀୟ ବିରୋଧ ପାଇଁ ନିଜେ ମହାତ୍ମା ଗାନ୍ଧୀଙ୍କ ଦ୍ବାରା ପ୍ରଶଂସିତ ହେବାର ସୁନାମ ଅର୍ଜନ କରିଥିଲେ ଏହି ବୀର ବିପ୍ଳବୀ । ବଦ୍ରିଙ୍କ ପରିବାର ମୂଳତଃ ଆଲମୋରାର ପଟିଆରୁ ଆସିଥିଲେ। ତାଙ୍କ ପିତାମାତାଙ୍କ ମୃତ୍ୟୁ ପରେ ବଦ୍ରି ଆଲମୋରାକୁ ଆସିଥିଲେ। ତାଙ୍କ ପାଠପଢା ପରେ ସେ ଉଚ୍ଚଶିକ୍ଷା ପାଇଁ ଆହ୍ଲାବାଦ ଯାଇଥିଲେ। ତେବେ ତାଙ୍କୁ ଆର୍ଥିକ ସହାୟତା କରୁଥିବା ମାମୁଁଙ୍କ ଅକାଳ ବିୟୋଗ ହେତୁ ତାଙ୍କୁ ଅଧ୍ୟୟନ ଛାଡିବାକୁ ପଡିଲା ।
ତାଙ୍କ ସ୍କୁଲ ଶିକ୍ଷା ସହିତ ସେ ଏକ ସରକାରୀ ଚାକିରି ପାଇଲେ ଏବଂ ବ୍ରିଟିଶଙ୍କ ଦ୍ବାରା ଭାରତୀୟଙ୍କ ଭେଦଭାବ ଦେଖିବାକୁ ମିଳିଥିଲା । ଏଥିରେ ହତାଶ ହୋଇ ସେ ଚାକିରି ଛାଡି ସ୍ବାଧୀନତା ଆନ୍ଦୋଳନରେ ଯୋଗଦେବାକୁ ସ୍ଥିର କଲେ । ସେ ସାମ୍ବାଦିକତାକୁ ତାଙ୍କ କ୍ୟାରିୟର ଭାବରେ ଗ୍ରହଣ କରିଥିଲେ । ପ୍ରାରମ୍ଭରେ, ସେ ଲିଡର୍ ପ୍ରେସ୍ ସହିତ କାମ କରିଥିଲେ ଏବଂ ପରେ ଡେକାଡୁନରୁ ପ୍ରକାଶିତ କସମୋପଲିଟାନରେ ଯୋଗ ଦେଇଥିଲେ । 1913 ମସିହାରେ ବଦ୍ରି ଆଲମୋରା ଖବରକାଗଜର ଉପ-ସମ୍ପାଦକ ହୋଇଥିଲେ। ତାଙ୍କର ସାମ୍ବାଦିକତା କୌଶଳ ଖବରକାଗଜକୁ ବହୁତ ଲାଭ ଦେଲା । ବଦ୍ରିଙ୍କ ଲେଖା ସହିତ ଖବରକାଗଜର ଲୋକପ୍ରିୟତା ବଢିବାରେ ଲାଗିଲା । ଯୋଗଦାନର ୩ ମାସ ମଧ୍ୟରେ ଖବରକାଗଜର ପ୍ରଚାର ପ୍ରସାର 60ରୁ 1,500କୁ ବୃଦ୍ଧି ପାଇଲା ।