କୋଲକାତା: ସ୍ବାଧୀନତା ସଂଗ୍ରାମରେ ତତ୍କାଳୀନ ଅବିଭାଜିତ ବର୍ଦ୍ଧମାନ ଜିଲ୍ଲା ଖଣ୍ଡଘୋଷର ମହତ୍ତ୍ବ ଢେର ଅଧିକ ରହିଛି । ବିପ୍ଳବୀ ଭଗତ ସିଂଙ୍କ ବ୍ରିଟିଶ କବଳରୁ ଲୁଚି ଦେଶ ପାଇଁ ଲଢିବା ପାଇଁ ଏଠାରେ ହିଁ ରହୁଥିଲେ । ସିଂଙ୍କ ସହ ବଟୁକେଶ୍ବର ଦତ୍ତ ପୂର୍ବତନ ପିତୃପୁରୁଷଙ୍କ ବାସଭବନ ନିକଟରେ ଥିବା ଏକ ବେସମେଣ୍ଟବା ସୁଡଙ୍ଗକୁ ବ୍ରିଟିଶମାନଙ୍କଠାରୁ ବର୍ତ୍ତିବା ପାଇଁ ଶେଷ ପନ୍ଥା ଭାବରେ ବାଛିଥିଲେ। ଲାଲା ଲଜପତ ରାୟଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ସେମାନେ ନୂଆଦିଲ୍ଲୀରେ କେନ୍ଦ୍ରୀୟ ବିଧାନସଭା ଉପରେ ଆକ୍ରମଣ ଯୋଜନା କରିଥିଲେ ଏବଂ ଏହି ସୁଡଙ୍ଗରେ 15 ଦିନ ଧରି ରହିଥିଲେ। ବର୍ତ୍ତମାନ ଏହି ଐତିହାସିକ ସ୍ଥାନକୁ ସଂଗ୍ରହାଳୟ ବନାଇବା ପାଇଁ ସ୍ଥାନୀୟ ଲୋକଙ୍କ ସମେତ କିଛି ୱେଲଫେୟାର ଟ୍ରଷ୍ଟ ପ୍ରୟାସ ଆରମ୍ଭ କରିଛନ୍ତି ।
1928 ମସିହାରେ ଲାଲା ଲଜପତ ରାୟ ଲାହୋରରେ ସିମନ୍ କମିଶନଙ୍କ ବିରୋଧରେ ଏକ ବିରୋଧ ପ୍ରଦର୍ଶନ କରିଥିଲେ। ପୂର୍ବତନ ପୋଲିସ ଅଧୀକ୍ଷକ ଜେମ୍ସ ସ୍କଟଙ୍କ ନିର୍ଦ୍ଦେଶ ପରେ ରାୟ ପୋଲିସର ଦୃଢ କାର୍ଯ୍ୟର ସମ୍ମୁଖୀନ ହୋଇଥିଲେ ଏବଂ କିଛି ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ନିର୍ଦ୍ଦୟ ଘଟଣାରେ କ୍ରୋଧିତ ହୋଇ ଭଗତ ସିଂ ଓ ତାଙ୍କ ସହଯୋଗୀ ସିଭାରାମ ରାଜଗୁରୁ ପ୍ରତିଶୋଧ ନେବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ସେମାନେ ଭୁଲବଶତଃ ସହକାରୀ ଅଧୀକ୍ଷକ ଜନ୍ ସଣ୍ଡର୍ସଙ୍କୁ ହତ୍ୟା କରିଥିଲେ। ସେମାନେ ଖସି ପଳାଇ ଶେଷରେ ତତ୍କାଳୀନ ଅବିଭାଜିତ ବର୍ଦ୍ଧମାନ ଜିଲ୍ଲାର ଖଣ୍ଡାଘୋଷର ଉୟରୀ ଗ୍ରାମରେ ପହଞ୍ଚିଥିଲେ ।
ଦତ୍ତଙ୍କ ପୈତୃକ ଘର ସେଠାରେ ଥିଲା । ପରବର୍ତ୍ତୀ ସମୟରେ ଖଣ୍ଡାଘୋଷରେ ପୋଲିସର କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇଥିଲା । ଦତ୍ତଙ୍କ ପାଖରେ ଥିବା ଘର ଘୋଷ ପରିବାରର ଥିଲା । ସେହି ଘରେ ଥିବା ଗୁପ୍ତ ଅଣ୍ଡରଗ୍ରାଉଣ୍ଡ ବେସମେଣ୍ଟ ବିଷୟରେ ଦତ୍ତ ଜାଣିଥିଲେ ଏବଂ ସେମାନେ ସେଠାରେ 15 ଦିନ ଆଶ୍ରୟ ନେଇଥିଲେ । କୁହାଯାଏ ଯେ ସ୍ବାଧୀନତା ସଂଗ୍ରାମୀମାନେ ସେଠାରୁ ନୂଆଦିଲ୍ଲୀରେ କେନ୍ଦ୍ରୀୟ ବିଧାନସଭା ଉପରେ ଆକ୍ରମଣ ପାଇଁ ଯୋଜନା କରିଥିଲେ । ସେମାନେ କେନ୍ଦ୍ରୀୟ ବିଧାନସଭାରେ 'ଇନକିଲାବ ଜିନ୍ଦାବାଦ' ସ୍ଲୋଗାନ ଦେଇ ଆନ୍ଦୋଳନ କରିଥିଲେ ।
ତେଲିପୁକୁର କ୍ରସିଂ ବର୍ଦୱାନ ରେଳ ଷ୍ଟେସନଠାରୁ ପ୍ରାୟ ୪ କିଲୋମିଟର ଦୂରରେ ରହିଥିଲା । ସେଠାରୁ ଆରାମବାଗ ରୋଡ୍ ଦେଇ ଆଉ ୪ କିଲୋମିଟର ଯାତ୍ରା ବାଙ୍କୁରା କ୍ରସିଂକୁ ଯାଇଛି । ସେହି ବାଙ୍କୁରା କ୍ରସିଂରୁ ପଶ୍ଚିମ ଦିଗକୁ ଆଉ 10 କିଲୋମିଟର ଯାତ୍ରା ଉୟରୀ ଗ୍ରାମକୁ ଯାଏ, ଯେଉଁଠାରେ ଦତ୍ତଙ୍କ ପୈତୃକ ବାସସ୍ଥାନ ଥିଲା । ପାଖରେ ଘୋଷ ପରିବାରର ଏକ ଘର ଥିଲା, ଯେଉଁଠାରେ ପ୍ରସିଦ୍ଧ ଗୁପ୍ତ ଭୂତଳ ବାସସ୍ଥାନ ବା ସୁଡଙ୍ଗ ଥିଲା ।