ଓଡିଶା

odisha

ETV Bharat / bharat

ଦିଲ୍ଲୀରୁ ନକ୍ସଲ ପ୍ରଭାବିତ ଜଗଦଲପୁରକୁ ଯାତ୍ରା କରିବ CRPF ମହିଳା ବାଇକର୍ସ - 75 CRPF women bikers

ସିଆରପିଏଫ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତାକାଲି (9 ମାର୍ଚ୍ଚ) ରେ ଇଣ୍ଡିଆ ଗେଟ ଠାରୁ ସିଆରପିଏଫର 75 ଜଣିଆ ମହିଳା ଡେୟାରଡେଭିଲ୍ସ ବାଇକର ଯାତ୍ରା ଆରମ୍ଭ କରିବେ । ସିଆରପିଏଫ ମହାନିର୍ଦ୍ଦେଶକ ଏହାକୁ ପତ୍ତାକା ଦେଖାଇ ଶୁଭାରମ୍ଭ କରିବେ । ଏହି ଯାତ୍ରା ଦସ୍ତା, ଆଗ୍ରା, ଗ୍ବାଲିୟର, ଶିବପୁରୀ, ଭୋପାଳ, ନାଗପୁର, ଭାନ୍ଦ୍ରା, ରାୟପୁର ଓ କୋଂଡାଗାଁଓ ଦେଇ ଜଗଦଲପୁରରେ ପହଞ୍ଚିବ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Mar 8, 2023, 11:06 PM IST

ନୂଆଦିଲ୍ଲୀ:କେନ୍ଦ୍ରୀୟ ଅର୍ଦ୍ଧସୈନୀକ ବଳ (ସିଆରପିଏଫ)ର 84 ତମ ସ୍ଥାପନା ଦିବସ ତଥା (ସିଆରପିଏଫ ଡେ) ଅବସରରେ ଆୟୋଜିତ ହେବାକୁ ପ୍ୟାରେଡ ଚଳିତ ବର୍ଷ ନକ୍ସଲ ପ୍ରଭାବିତ ବସ୍ତର କ୍ଷେତ୍ରରେ ଆସୁଥିବା ଜଗଦଲପୁର ଛତିଶଗଡରେ ଆୟୋଜିତ ହେବ । ଆଜାଦୀକା ଅମୃତ ମହୋତ୍ସବ ଚାଲିଥିବାରୁ ଏଥିପାଇଁ 75 ଜଣ ସିଆରପିଏଫ ମହିଳା ବାଇକର ଦିଲ୍ଲୀ ଇଣ୍ଡିଆ ଗେଟରୁ ଛତିଶଗଡ ପର୍ଯ୍ୟନ୍ତ 1848 କିମି ଦୂରତା 16 ଦିନରେ ଅତିକ୍ରମ କରିବେ ।

ସିଆରପିଏଫ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତାକାଲି (9 ମାର୍ଚ୍ଚ) ରେ ଇଣ୍ଡିଆ ଗେଟ ଠାରୁ ସିଆରପିଏଫର 75 ଜଣିଆ ମହିଳା ଡେୟାରଡେଭିଲ୍ସ ବାଇକର ଯାତ୍ରା ଆରମ୍ଭ କରିବେ । ସିଆରପିଏଫ ମହାନିର୍ଦ୍ଦେଶକ ଏହାକୁ ପତ୍ତାକା ଦେଖାଇ ଶୁଭାରମ୍ଭ କରିବେ । ଏହି ଯାତ୍ରା ଦସ୍ତା, ଆଗ୍ରା, ଗ୍ବାଲିୟର, ଶିବପୁରୀ, ଭୋପାଳ, ନାଗପୁର, ଭାନ୍ଦ୍ରା, ରାୟପୁର ଓ କୋଂଡାଗାଁଓ ଦେଇ ଜଗଦଲପୁରରେ ପହଞ୍ଚିବ । ଏହି ମହିଳା ବାଇକର ମାନେ ଆଜାଦୀ କା ଅମୃତ ମହୋତ୍ସବର ଏକାଧିକ ବାର୍ତ୍ତା ଯାତ୍ରା ବେଳେ ଦେବେ ।

ଦେଶର 75 ତମ ସ୍ବାଧୀନତା ଅବସରରେ ଭାରତ ସରକାର ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛନ୍ତି । ଏଥିପାଇଁ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି । ଏହି ସମାରୋହ 15 ଅଗଷ୍ଟ 2023 ରେ ଶେଷ ହେବ । ଦେଶର ଅଖଣ୍ଡତା, ଆଭ୍ୟନ୍ତରୀଣ ସୁରକ୍ଷା ସହ ସୁରକ୍ଷା ଓ ସମାନତାର ବାର୍ତ୍ତା ନେଇ ସିଆରପିଏଫର ମହିଳା ଡେୟାରଡେଭିଲ୍ସ ବାଇକର ମାନେ ଯାତ୍ରା କରିବେ ।

ପ୍ରଥମଥର ପାଇଁ ସିଆରପିଏଫର ସ୍ଥାପନା ଦିବସ ସମାରୋହ ନକ୍ସଲ ପ୍ରଭାବିତ କ୍ଷେତ୍ର ଜଗଦଲପୁର ଛତିଶଗଡରେ ଆସନ୍ତା 25 ତାରିଖରେ ଅନୁଷ୍ଠିତ ହେବ । ଗତବର୍ଷ ସିଆରପିଏଫ ଡେ’ ପ୍ୟାରେଡ ଜମ୍ମୁ କାଶ୍ମୀରରେ ଆୟୋଜିତ ହୋଇଥିଲା । ଛତିଶଗଡରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ ଶାହ ସାମିଲ ହୋଇ ପ୍ୟାରେଡ ଅଭିବାଦନ ଗ୍ରହଣ କରିବେ । ଛତିଶଗଡର ସୁକୁମା ବସ୍ତର ହେଉଛି ଅତ୍ୟଧିକ ନକ୍ସଲ ପ୍ରଭାବିତ ଅଞ୍ଚଳ । ଏହି କ୍ଷେତ୍ରରୁ ପଡୋଶୀ ଓଡିଶା, ବିହାର ଓ ଝାଡଖଣ୍ଡରେ ନିଜର ଗତିବିଦ୍ଧି ନେଇ ନିଜର ଯୋଜନା ପ୍ରସ୍ତୁତ କରିଥାନ୍ତି ନକ୍ସଲ । ଏବେ ସେହି ଅଞ୍ଚଳରେ ସିଆରପିଏଫର ଏହି ପଦକ୍ଷେପ ବଡ ପ୍ରଭାବ ପକାଇ ପାରେ ।

ABOUT THE AUTHOR

...view details