ଓଡିଶା

odisha

ETV Bharat / bharat

ପୁଣି ରାଜସ୍ଥାନରେ ମୁଣ୍ଡ ନେଲା ଓମିକ୍ରନ !

ରାଜସ୍ଥାନରେ ଜଣେ 73 ବର୍ଷୀୟ ଓମିକ୍ରନ ସଂକ୍ରମିତଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

By

Published : Dec 31, 2021, 1:51 PM IST

ରାଜସ୍ଥାନରେ 73 ବର୍ଷୀୟ ଓମିକ୍ରନ ସଂକ୍ରମିତଙ୍କ ମୃତ୍ୟୁ
ରାଜସ୍ଥାନରେ 73 ବର୍ଷୀୟ ଓମିକ୍ରନ ସଂକ୍ରମିତଙ୍କ ମୃତ୍ୟୁ

ଜୟପୁର:ରାଜସ୍ଥାନରେ ମୁଣ୍ଡ ନେଲା ଓମିକ୍ରନ । ରାଜସ୍ଥାନ ଉଦୟପୁରରେ ଜଣେ 73 ବର୍ଷୀୟ ଓମିକ୍ରନ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ସେ 15 ଦିନ ହେଲା ମେଡିକାଲରେ ଚିକିତ୍ସିତ ହେଉଥିଲେ । ଶେଷରେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ସୂଚନାଯୋଗ୍ୟ, ମୃତକ ଗତ 25 ତାରିଖରେ ଓମିକ୍ରନ ପଜିଟିଭ ଚିହ୍ନଟ ହୋଇଥିଲେ । ସେପଟେ ତାଙ୍କ ମୃତ୍ୟୁ କୋଭିଡ ପରବର୍ତ୍ତୀ ଜଟିଳତା ଯୋଗୁଁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ କହିଛି । ମୃତ ବୃଦ୍ଧ ଜଣକ ନିମୋନିଆ, ହାଇପରଣ୍ଟେସନ ଏବଂ ମଧୁମେହରେ ପୀଡିତ ଥିଲେ । ଉଦୟପୁରରେ ଏବେ ସୁଦ୍ଧା 3ଟି ଓମିକ୍ରନ ମାମଲା ଠାବ ହୋଇଛି ।

ଦେଶରେ ଦିନକୁ ଦିନ ମାଡି ଚାଲିଛି ଓମିକ୍ରନ ଭାରିଆଣ୍ଟ । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଫେବୃୟାରୀରେ ତୃତୀୟ ଲହର ପିକ୍ ଛୁଇଁବା ନେଇ ଆଶଙ୍କା କରାଯାଉଛି । ଏପରିସ୍ଥଳେ ଦେଶରେ ଓମିକ୍ରନ ସଂକ୍ରମିତଙ୍କ ମୃତ୍ୟୁ ଭୟାବହତାକୁ ଦ୍ବିଗୁଣିତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details