ଓଡିଶା

odisha

ETV Bharat / bharat

ଦେଶରେ 71% ପ୍ରଥମ ଡୋଜ, 27% ଉଭୟ ଡୋଜ ଟୀକାକରଣ: କେନ୍ଦ୍ର - ଭ୍ୟାକସିନେସନ

କୋଭିଡକୁ ମାତ ଦେବାରେ ମୁଖ୍ୟ ଅସ୍ତ୍ର ସାଜିଛି ଟୀକାକରଣ । କୋରୋନାକୁ ମାତ ଦେବା ପାଇଁ ଜୁନ ୨୦୨୧ରେ ଦେଶରେ ଆରମ୍ଭ ହୋଇଛି କ୍ୟାମ୍ପେନ ମୋଡରେ ଟୀକାକରଣ । ଏହାରି ମଧ୍ୟରେ ଦେଶରେ 93 କୋଟି ଅତିକ୍ରମ କରିଛି ଟୀକାକରଣ । ଦେଶରେ 71 ପ୍ରତିଶତ ନେଇଛନ୍ତି ପ୍ରଥମ ଡୋଜ ।

71 ପ୍ରତିଶତ ନେଇଛନ୍ତି ପ୍ରଥମ ଡୋଜ : କେନ୍ଦ୍ର
71 ପ୍ରତିଶତ ନେଇଛନ୍ତି ପ୍ରଥମ ଡୋଜ : କେନ୍ଦ୍ର

By

Published : Oct 8, 2021, 1:45 PM IST

ନୂଆଦିଲ୍ଲୀ : କୋଭିଡକୁ ମାତ ଦେବାରେ ମୁଖ୍ୟାସ୍ତ୍ର ସାଜିଛି ଟୀକାକରଣ । କୋରୋନାକୁ ମାତ ଦେବା ପାଇଁ ଜୁନ ୨୦୨୧ରେ ଦେଶରେ ଆରମ୍ଭ ହୋଇଛି କ୍ୟାମ୍ପେନ ମୋଡରେ ଟୀକାକରଣ । ଏହାରି ମଧ୍ୟରେ ଦେଶରେ 93 କୋଟି ଅତିକ୍ରମ କରିଛି ଟୀକାକରଣ । ଦେଶରେ 71 ପ୍ରତିଶତ ଲୋକଙ୍କୁ ଟୀକାକରଣ କରାଯାଇଛି । ସେଥିମଧ୍ୟରୁ ୨୭ ପ୍ରତିଶତ ଲୋକଙ୍କୁ ଦୁଇଟି ଡୋଜ ଦିଆଯାଇଛି ବୋଲି ନୀତି ଆୟୋଗର ସଦସ୍ଯ ଡକ୍ଟର ଭି.କେ ପାଲ କହିଛନ୍ତି । ଦେଶରେ ଟିକା ମହଜୁଦ ରହିଛି । ଟିକ ନେଇ କୌଣସି ସମସ୍ୟା ନାହିଁ । ଲୋକମାନଙ୍କୁ ସମ୍ପୁର୍ଣ୍ଣ ଟୀକାକରଣ ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ଏବେ ସୁଦ୍ଧା ଦେଶରେ 93 କୋଟି ଟିକା ଦିଆଯାଇଛି । ଦ୍ବିତୀୟ ଡୋଜ ଟିକାକରଣ ପ୍ରକ୍ରିୟା ମଧ୍ୟ ଆଗେଇ ଚାଲିଛି । ନିଜକୁ ସୁରକ୍ଷିତ ରଖିବା ପାଇଁ ଦ୍ବୀତିୟ ଡୋଜ ନେବା ବା ସମ୍ପୂର୍ଣ୍ଣ ଟୀକାକରଣ ଆବଶ୍ୟକ ବୋଲି ସେ କହିଛନ୍ତି ।

ଅନେକ ଲୋକଙ୍କର ଦ୍ୱିତୀୟ ଡୋଜ ନେବାର ଅଛି। ଆମର ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ । ଝାଡଖଣ୍ଡ, ପଶ୍ଚିମବଙ୍ଗ, ମେଘାଳୟ, ମଣିପୁର ଏବଂ ନାଗାଲାଣ୍ଡରେ ପ୍ରଥମ ଡୋଜ ଟୀକାକରଣ 60 ପ୍ରତିଶତରୁ କମ ରହିଛି । ଆସନ୍ତା ସପ୍ତାହରେ ଆମକୁ ଟୀକାକରଣ ସମ୍ପୂର୍ଣ୍ଣ କରିବାକୁ ପଡିବ। ବର୍ତ୍ତମାନ ଟିକା ଉପଲବ୍ଧ ହେବାର କୈଣସି ସମସ୍ୟା ନାହିଁ। ଆମେ ସମସ୍ତେ ଟିକା ଗ୍ରହଣ କରିବା ଉଚିତ ଏବଂ ନିଜକୁ ସୁରକ୍ଷିତ ଉଚିତ ବୋଲି ପାଲ କହିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲାଭ ଅଗ୍ରୱାଲ କହିଛନ୍ତି ଯେ 99 ପ୍ରତିଶତ ସ୍ୱାସ୍ଥ୍ୟ କର୍ମଚାରୀ ପ୍ରଥମ ଡୋଜ ପାଇଥିବାବେଳେ 85 ପ୍ରତିଶତ ଦ୍ୱିତୀୟ ଡୋଜ ଗ୍ରହଣ କରିଛନ୍ତି। ଦେଶର ଫ୍ରଣ୍ଟ ଲାଇନ ଯୋଦ୍ଧାଙ୍କୁ ପ୍ରଥମ ଡୋଜ ଶତ ପ୍ରତିଶତ ହୋଇଥିବା ବେଳେ 83 ପ୍ରତିଶତ ଦ୍ବୀତିୟ ଡୋଜ ଗ୍ରହଣ କରିଛନ୍ତି । ମେ ମାସରେ 19.69 ଲକ୍ଷରୁ ଜୁନରେ 39.89 ଲକ୍ଷ, ଜୁଲାଇରେ 43.41 ଲକ୍ଷ ଏବଂ ଅଗଷ୍ଟରେ 59.29 ଲକ୍ଷକୁ ବୃଦ୍ଧି ପାଇଛି । ସେପ୍ଟେମ୍ବରରେ ହାରାହାରି ଦୈନିକ ଟୀକାକରଣ 78.69 ଲକ୍ଷ ଥିଲା । ଏବଂ ଅକ୍ଟୋବରରେ ଗୁରୁବାର ଦିନ ଦେଶରେ 62.56 ଲକ୍ଷ ଟୀକାକରଣ କରାଯାଇଛି ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details