ଓଡିଶା

odisha

ବୋହୂ ହାତ ଧରିଲେ ଶ୍ବଶୂର, ଧୁମଧାମରେ ହେଲା ବାହାଘର

By

Published : Jan 27, 2023, 7:29 AM IST

ଗୋରଖପୁରରେ 70 ବର୍ଷୀୟ ଜଣେ ବୃଦ୍ଧ ନିଜର 28 ବର୍ଷୀୟ ବିଧବା ବୋହୂକୁ ବିବାହ କରିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଅଧିକ ପଢନ୍ତୁ

ବୋହୂ ହାତ ଧରିଲେ ଶ୍ବଶୂର
ବୋହୂ ହାତ ଧରିଲେ ଶ୍ବଶୂର

ଲକ୍ଷ୍ନୌ:ବୋହୂକୁ ବିବାହ କଲେ ଶ୍ବଶୂର। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଗୋରଖପୁରର ବରହଲଗଞ୍ଜ କୋତୱାଲୀ ପୋଲିସ ଷ୍ଟେସନ ଅଞ୍ଚଳର ଜଣେ 70 ବର୍ଷୀୟ ଶ୍ୱଶୂର ତାଙ୍କ 28 ବର୍ଷ ବୟସ୍କା ବିଧବା ବୋହୂକୁ ବିବାହ କରିବା ଘଟଣା ସାମ୍ନାକୁ ଆସିଛି । ଦୁହେଁ ପରସ୍ପରର ବେକରେ ପୁଷ୍ପମାଳ ପକାଇ ଭଗବାନଙ୍କୁ ସାକ୍ଷୀ ରଖି ଏକ ସ୍ଥାନୀୟ ମନ୍ଦିରରେ ବିବାହ କରିଛନ୍ତି । ତେବେ ଏହି ବିବାହ ବେଳର ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଥିବା ବେଳେ ଶ୍ୱଶୁର ଏବଂ ବୋହୂର ପ୍ରେମ ସମ୍ପର୍କକୁ ନେଇ ମଧ୍ୟ ସବୁଆଡେ ସମାଲୋଚନା କରାଯାଇଛି । ତେବେ ବିବାହ କରିଥିବା ବ୍ୟକ୍ତି ହେଉଛନ୍ତି ବରହଲଗଞ୍ଜ ପୋଲିସ ଷ୍ଟେସନରେ ଜଗୁଆଳି ଭାବରେ କାମ କରନ୍ତି । ଯିଏକି ନିଜ ବିଧବା ବୋହୂକୁ ପତ୍ନୀ ରୂପେ ଗ୍ରହଣ କରିଛନ୍ତି ।

ସୂଚନା ମୁତାବକ, ଉତ୍ତର ପ୍ରଦେଶ କୋତୱାଲୀ ପୋଲିସ ଷ୍ଟେସନ ଅଞ୍ଚଳର ଛାପିଆ ଉମରାବ ଗାଁର ବାସିନ୍ଦା କୈଳାଶ ଯାଦବ । ଯାହାଙ୍କର ବୟସ 70 ବର୍ଷ । 12 ବର୍ଷ ପୂର୍ବେ କୈଳାଶଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା । ସେହିପରି ତାଙ୍କର ତୃତୀୟ ପୁଅ ମଧ୍ୟ କିଛି ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିଲେ । କୈଲାଶଙ୍କ ଚାରି ସନ୍ତାନଙ୍କ ମଧ୍ୟରୁ ତୃତୀୟ ବୋହୂ ପୂଜା(28)ଅନ୍ୟ କେଉଁଠାରେ ବିବାହ କରିବାକୁ ଯାଉଥିଲେ । ଏହିପରି ସୂଚନା ଏବଂ ଆଲୋଚନା ପରେ ଶ୍ୱଶୂର ବୋହୂକୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ।

ଦୁହେଁ ବୟସ ଏବଂ ସମାଜ ନିର୍ବିଶେଷରେ ମନ୍ଦିରକୁ ଯାଇ ପରସ୍ପର ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ମନ୍ଦିରରେ ବୃଦ୍ଧ ଜଣକ ତାଙ୍କ ବୋହୂଙ୍କ ସହିତ ବିବାହ କରିଥିବା ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଫଟୋ ଭାଇରାଲ ହେବା ମାତ୍ରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପଟେ ଉଭୟ ବିବାହ ପରେ ଘରେ ପହଞ୍ଚିଥିଲେ ମଧ୍ୟ ସେମାନେ କାହାର ପ୍ରଶ୍ନର କୌଣସି ଉତ୍ତର ଦେଇ ନଥିବା ଜଣା ପଡିଛି ।

ତେବେ ଏନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି କି, ଶ୍ବଶୂରକୁ ବୋହୂର ବିବାହ ଅନ୍ୟ କେଉଁଠାରେ କରାଇବାର ଥିଲା, ଯଦି ସେ ଅନ୍ୟ ଏକ ସ୍ଥାନରେ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ଯେଉଁ ବୟସରେ ସେ ନିଜ ବୋହୂକୁ ତାଙ୍କ ପତ୍ନୀ କରିଛନ୍ତି, ତାହା ଉପଯୁକ୍ତ ନୁହେଁ । ସେପଟେ ଉଭୟେ ବିବାହ ପାଇଁ ସହମତ ଥିବାରୁ ଏହି ବିବାହରେ କୌଣସି ସମସ୍ୟା ନଥିବା ମଧ୍ୟ ଆଲୋଚନା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details