ବେଙ୍ଗାଲୁରୁ: କର୍ଣ୍ଣାଟକର ଚିକ୍କାମାଗାଲୁରୁରେ ଏକ ଆବାସିକ ବିଦ୍ୟାଳୟର ୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରେ ୬୩ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ଅଛନ୍ତି । ପରୀକ୍ଷା ପାଇଁ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ସହିତ ମୋଟ 418 ନମୁନା ସଂଗ୍ରହ କରାଯିବା ପରେ ଏହି ମାମଲା ସାମ୍ନାକୁ ଆସିଛି ।
Student Positive: କର୍ଣ୍ଣାଟକ ଆବସିକ ସ୍କୁଲରେ ପଶିଲା କୋରୋନା, ୬୩ ଛାତ୍ରଛାତ୍ରୀ ପଜିଟିଭ - ସ୍କୁଲ ଛାତ୍ରଛାତ୍ରୀଙ୍କୁ କୋରୋନା
କର୍ଣ୍ଣାଟକର ଚିକ୍କାମାଗାଲୁରୁରେ ଏକ ଆବାସିକ ବିଦ୍ୟାଳୟର 63 ଛାତ୍ରଛାତ୍ରୀ କୋଭିଡ-19 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ସମସ୍ତଙ୍କୁ ବିଦ୍ୟାଳୟ ପରିସରରେ ରଖାଯାଇଛି । ଅଧିକ ପଢନ୍ତୁ
Covis Positive: କର୍ଣ୍ଣାଟକ ଏକ ବିଦ୍ୟାଳୟରେ ୬୩ ଛାତ୍ରଙ୍କ ସମେତ ୭୦ କୋରୋନା ଆକ୍ରାନ୍ତ
ଚିକ୍କାମାଗାଲୁରୁ ଜିଲ୍ଲା ଏନଆର ପୁରା ତାଲୁକ ଅନ୍ତର୍ଗତ ସିଗୋଡୁରେ ଥିବା ଜବାହାର ନବଦ୍ୟୋୟ ବିଦ୍ୟାଳୟର ଜଣେ ଶିକ୍ଷକ ପଜିଟିଭ୍ ଆସିବା ପରେ ସମସ୍ତଙ୍କ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିଲା । ଶନିବାର ଦିନ 40 ଜଣ ଛାତ୍ର କୋଭିଡ ପଜିଟିଭ ଆସିବା ପରେ ଜିଲ୍ଲା ପ୍ରଶାସନ ବିଦ୍ୟାଳୟକୁ ବନ୍ଦ କରିଥିଲା । ଆଜି ପଜିଟିଭ ସଂଖ୍ୟା ୭୦ରେ ପହଞ୍ଚିଛି । ସଂକ୍ରମିତ ସମସ୍ତଙ୍କୁ ବିଦ୍ୟାଳୟ ପରିସରରେ ରଖାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Dec 6, 2021, 7:23 AM IST