ଚଣ୍ଡିଗଡ଼:ଭାରତ-ପାକିସ୍ତାନ ସୀମାବର୍ତ୍ତୀ ଖାଲରା ସେକ୍ଟରରୁ 70 କୋଟି ମୂଲ୍ୟର ହେରୋଇନ ଜବତ କରାଯାଇଛି । ଏହାସହିତ ଏହି ବେଆଇନ କାର୍ଯ୍ୟରେ ନିୟୋଜିତ ଥିବା ଜଣେ ଚାଲାଣକାରୀକୁ ବିଏସଏଫର 103 ବାଟାଲିୟନ ଯବାନ ନିହତ କରିଥିବା ଜଣାପଡିଛି ।
ଏହି ବେଆଇନ ନିଶା ଜାତୀୟ ଦ୍ରବ୍ୟର ଚାଲାଣ ପାକିସ୍ତାନକୁ ହେଉଥିବା ବେଳେ ବିଏସଏଫ ଯବାନ ଏହି କାର୍ଯ୍ୟକୁ ସଫଳ ହେବାକୁ ଦେଇନାହାନ୍ତି । ଖାଲରା ସେକ୍ଟରରେ ନିୟୋଜିତ ଥିବା ବିଏସଏଫ ଯବାନମାନେ ସୀମାରେ କିଛି ଅନିୟମିତତାକୁ ଦେଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଯବାନମାନେ ସେମାନଙ୍କୁ ଆତ୍ମସମର୍ପଣ କରିବାକୁ କହିବା ପରେ ସେମାନେ ପଳାୟନ କରିବାକୁ ଉଦ୍ୟମ କରୁଥିବାବେଳେ ଯବାନମାନେ ଗୁଳି ଚାଳନା କରିଥିଲେ ।