ଓଡିଶା

odisha

ETV Bharat / bharat

ରୋଗିଣା ବାପାକୁ ଠେଲାଗାଡିରେ ଡାକ୍ତରଖାନା ନେଲା ୭ ବର୍ଷର ପୁଅ - ରୋଗିଣା ବାପାକୁ ଠେଲାଗାଡିରେ ମେଡିକାଲ ନେଲା ପୁଅ

ଆସିଲାନି ଆମ୍ବୁଲାନ୍ସ । ରୋଗିଣା ବାପାକୁ ଠେଲାଗାଡିରେ ଡାକ୍ତରଖାନା ନେଲା ୭ ବର୍ଷର ନାବାଳକ ପୁଅ । ଅଧିକ ପଢନ୍ତୁ

ରୋଗିଣା ବାପାକୁ ଠେଲାଗାଡିରେ ଡାକ୍ତରଖାନା ନେଲା ନାବାଳକ ପୁଅ
ରୋଗିଣା ବାପାକୁ ଠେଲାଗାଡିରେ ଡାକ୍ତରଖାନା ନେଲା ନାବାଳକ ପୁଅ

By

Published : Feb 12, 2023, 12:01 PM IST

ଭୋପାଳ: ରୋଗିଣା ବାପାକୁ ଠେଲାଗାଡିରେ ବୋହି ଡାକ୍ତରଖାନା ନେଲା ୭ ବର୍ଷର ପୁଅ । ଆମ୍ବୁଲାନ ନଆସିବାରୁ ବାଧ୍ୟ ହୋଇ ନାବାଳକ ଦୀର୍ଘ ୩ କିଲୋମିଟର ଯାଏଁ ବାପାଙ୍କୁ ଠେଲାଗାଡିରେ ବୋହିଲା । ମଧ୍ୟପ୍ରଦେଶ ସିଙ୍ଗରୌଲି ଜିଲ୍ଲାର ବାଲିଅରି ସହର ରାସ୍ତାରେ ସମସ୍ତଙ୍କୁ ବିଚଳିତ କଲାଭଳି ଏହି ଦୃଶ୍ୟ ଦେଖିବାକୁ ମିଳିଛି । କୁନି ପିଲାଟିକୁ ଏପରି ଭାବେ ଠେଲାଗାଡିରେ ବୋହୁଥିବାର ଦେଖି ରାସ୍ତା ଦେଇ ଯାତାୟତ କରୁଥିବା ସାଧାରଣ ଲୋକେ ବି ତାଜୁବ ହୋଇଯାଇଛନ୍ତି । ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖାଯାଇଛି, ଜଣେ ରୋଗିଣା ବ୍ୟକ୍ତି କାଠରେ ତିଆରି ଏକ ଠେଲାଗାଡିରେ ଶୋଇଛି । ଗୋଟିଏ ଛୋଟ ପିଲା ଗାଡିକୁ ଠେଲି ଠେଲି ନେଉଛି । ଆରପଟେ ଜଣେ ମହିଳା ମଧ୍ୟ ଠେଲାଗାଡିକୁ ଆଗକୁ ଗଡାଇବାରେ ସାହାଯ୍ୟ କରୁଛନ୍ତି । ଏ ସମ୍ପର୍କରେ ପଚରାଉଚରା କରିବା ପରେ ପିଲାଟି ନିଜ ବାପାଙ୍କୁ ଚିକିତ୍ସା ପାଇଁ ପାଖ ସରକାରୀ ମେଡିକାଲକୁ ନେଉଥିବା ଜଣାପଡିଥିଲା ।

ସୂଚନା ମୁତାବକ, ସିଙ୍ଗରୌଲିରେ ରହୁଥିବା ଏହି ୭ ବର୍ଷୀୟ ପିଲାଟିର ବାପାଙ୍କ ଦେହ ହଠାତ୍ ଅସୁସ୍ଥ ହୋଇପଡିଥିଲା । ମେଡିକାଲ ନେବାକୁ ପରିବାର ଲୋକେ ଆମ୍ବୁଲାନ୍ସ ପାଇଁ ୧୦୮ ନମ୍ବରକୁ କଲ୍ କରିଥିଲେ । ହେଲେ ୨୦ ମିନିଟ୍ ଯାଏଁ ଅପେକ୍ଷା କରି ରହିବା ପରେ ମଧ୍ୟ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା । ଏପଟେ ବାପାଙ୍କ ଦେହ ଅଧିକ ବିଗିଡିବାରୁ ଶେଷରେ ଉପାୟ ନପାଇ ପିଲାଟି ନିଜ ମାଆ ସହିତ ଠେଲାଗାଡିରେ ତାଙ୍କୁ ଜିଲ୍ଲା ହସ୍ପିଟାଲ ନେବାକୁ ବାହାରିଥିଲେ । ମାଆ-ପୁଅ ମିଶି ୩ କିଲୋମିଟର ଯାଏଁ ଠେଲାଗାଡିରେ ରୋଗିଣା ବାପାଙ୍କୁ ବୋହିଥିଲେ । ରାସ୍ତାରେ ପିଲାଟିକୁ ଏପରି ଅସହାୟ ଅବସ୍ଥାରେ ଦେଖି ସାଧାରଣ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯିବା ସହ ରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: Delhi liquor scam: ୧୦ ଦିନିଆ ଇଡି ହେପାଜତକୁ ଗଲେ ଆନ୍ଧ୍ର ସାଂସଦଙ୍କ ପୁଅ

ଅନ୍ୟପଟେ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ସିଙ୍ଗାଉଲି ଅତିରିକ୍ତ ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆମ୍ବୁଲାନ୍ସ ପହଞ୍ଚି ନପାରିବା ପଛରେ କେହି ଦୋଷୀ ଜଣାପଡିଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ କରିବାକୁ ମଧ୍ୟପ୍ରଦେଶ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସ୍ବାସ୍ଥ୍ୟ ବ୍ୟବସ୍ଥାର ଏହି ବିକଳ ଚିତ୍ର ସମସ୍ତଙ୍କୁ ହତବାକ କରିଦେଇଛି ।

ABOUT THE AUTHOR

...view details