ବେଙ୍ଗାଲୁରୁ:କର୍ଣ୍ଣାଟକର ବାଗଲକୋଟା ଓ ଗଙ୍ଗଭାତିରେ ଦୁଇଟି ପୃଥକ ସ୍ଥାନରେ ସଡକ ଦୁର୍ଘଟଣା । ଦୁର୍ଘଟଣାରେ 7ଜଣଙ୍କର ମୃତ୍ୟୁ ହୋଇଛି ।
ସାରା ଦେଶ ଆଜି ରଙ୍ଗର ରଙ୍ଗୀନ ହୋଇଥିବା ବେଳେ କର୍ଣ୍ଣାଟକ ବାଗଲକୋଟା ଓ ଗଙ୍ଗଭାତି ରାସ୍ତା ରକ୍ତରେ ଭିଜିଛି । ହୁଙ୍ଗୁଡା ପୋଲିସ ଷ୍ଟେସନ ନିକଟରେ ଗୋଟିଏ ଅଟୋକୁ ଟ୍ରକ ଧକ୍କା ଦେବା ଫଳରେ ତିନିଜଣଙ୍କର ମୃତ୍ୟୁ ହୋଇଛି । ମୃତକ ତିନିଜଣ ହେଲେ ଫକିରାପା ନାଗାପା, ଭିମାନା ଚିନ୍ନପା ଓ ରାମାନା ଶଙ୍କରାପା ଡୋଲି । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ଅଛି ।