ଓଡିଶା

odisha

By

Published : Sep 18, 2021, 2:08 PM IST

ETV Bharat / bharat

ମୂର୍ତ୍ତି ବିସର୍ଜନବେଳେ ଅଘଟଣ, ପୋଖରୀରେ ବୁଡିଗଲେ ୭ ଝିଅ

ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିବା ସମୟରେ ପୋଖରୀରେ ବୁଡିଗଲେ ୭ ଝିଅ । ଅଧିକ ପଢନ୍ତୁ...

ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ପୋଖରୀରେ ବୁଡିଗଲେ ୭ ଝିଅ
ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ପୋଖରୀରେ ବୁଡିଗଲେ ୭ ଝିଅ

ରାଞ୍ଚି:ପୋଖରୀରେ ବୁଡିଗଲେ ୭ ଜଣ । କରମା ପୂଜା ସାରି ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିବା ସମୟରେ ୭ ଜଣ ଝିଅ ପୋଖରୀରେ ବୁଡି ଯାଇଥିବା ଜଣାପଡିଛି । ଏହି ଦୁଃଖଦ ଘଟଣା ଝାଡଖଣ୍ଡରେ ଘଟିଛି ।

ରାଜ୍ୟର ବାଲୁମାଥ ଥାନା କ୍ଷେତ୍ର ମନନଡୀହ ଗାଁରେ ଝିଅମାନେ କର୍ମା ପୂଜା କରିଥିଲେ । ପୂଜା ସରିବା ପରେ ଆଜି(ଶନିବାର) ପୋଖରୀକୁ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିଲେ । ଏହି ସମୟରେ ୭ ଜଣ ଝିଅ ପାଣିରେ ବୁଡି ପ୍ରାଣ ହରାଇଛନ୍ତି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଅନ୍ୟପଟେ ଏନେଇ ଖବର ପାଇ ଅଗ୍ନିଶମ ବାହିନୀ ଏବଂ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details