ଓଡିଶା

odisha

15-18 Vaccination Drive: 7.4 କୋଟି ହିତାଧିକାରୀ ଚିହ୍ନଟ

By

Published : Dec 28, 2021, 9:29 PM IST

15-18 vaccination drive ଆରମ୍ଭ ହେବାକୁ ଥିବାବେଳେ ଆସିଲା ହିତାଧିକାରୀଙ୍କ ସଂଖ୍ୟା । ସମଗ୍ର ଦେଶରେ ମୋଟ 7.4 କୋଟି ହିତାଧିକାରୀ ଚିହ୍ନଟ କରିଛନ୍ତି କେନ୍ଦ୍ର ସରକାର । ସର୍ବାଧିକ ହିତାଧିକାରୀ ଥିବା ରାଜ୍ୟ ଭାବେ ପ୍ରଥମରେ ଉତ୍ତର ପ୍ରଦେଶ ଥିବାବେଳେ ଦ୍ବିତୀୟରେ ରହିଛି ମହାରାଷ୍ଟ୍ର । ଅଧିକ ପଢନ୍ତୁ

15-18 vaccination drive: 7.4 କୋଟି ହିତାଧିକାରୀ ଚିହ୍ନଟ
15-18 vaccination drive: 7.4 କୋଟି ହିତାଧିକାରୀ ଚିହ୍ନଟ

ନୂଆଦିଲ୍ଲୀ: ଜାନୁଆରୀ ୩ ରୁ ଆରମ୍ଭ ହେବାକୁ ଥିବା 15-18 ବର୍ଷ ବୟସ୍କଙ୍କ ଟୀକାକରଣ ପାଇଁ ପଞ୍ଜିକରଣ ପ୍ରକ୍ରିୟା ଜାନୁଆରୀ ପହିଲାରୁ ଆରମ୍ଭ ହେବାକୁ ଯାଉଛି । ଏହାରି ମଧ୍ୟ ସରକାରୀ ଭାବେ ହିତାଧିକାରୀଙ୍କ ସଂଖ୍ୟା ମଧ୍ୟ ସାମ୍ନାକୁ ଆସିଛି । ଟିକା ଗ୍ରହଣ କରିବାକୁ ଥିବା ଏହି ନିର୍ଦ୍ଦିଷ୍ଟ ବର୍ଗରେ ପ୍ରାୟ ସାଢେ ୭ କୋଟି (7,40,57,000) ହିତାଧିକାରୀ ରହିଥିବା ସରକାରୀ ଭାବେ ତଥ୍ୟ ମିଳିଛି । ସେହିପରି 60 ବର୍ଷରୁ ଅଧିକ ବୟସ୍କ ପାଇଁ ବୁଷ୍ଟର ଡୋଜ ଘୋଷଣା ହୋଇଥିବା ବେଳେ ଏହି ବର୍ଗରେ ପ୍ରାୟ ୩ କୋଟି (2,75,14,000) ହିତାଧିକାରୀଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି । ଆଜି (ମଙ୍ଗଳବାର) ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଚିଠିଲେଖି ସ୍ପଷ୍ଟ କରିଛନ୍ତି ଯେ, 15-18 ବର୍ଷ ବୟସ୍କଙ୍କ ଟୀକାକରଣରେ କେବଳ କୋଭାକ୍ସିନ ଟିକା ହିଁ ବ୍ୟବହାର କରାଯିବ ।

୧୫ ରୁ ୧୮ରୁ ବର୍ଷୀୟଙ୍କ ବ୍ୟତୀତ ସମ୍ମୁଖ ଯୋଦ୍ଧା ତଥା ଚିକିତ୍ସା ସେବା ଓ ଜରୁରୀ ସେବାରେ ନିୟୋଜିତ ବ୍ୟକ୍ତିଙ୍କୁ ମଧ୍ୟ କୋଭିଡ ବୁଷ୍ଟର ଡୋଜ ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ଏହିକ୍ରମରେ ଆଉ ଏକ ବର୍ଗକୁ ମଧ୍ୟ ସାମିଲ କରିବାକୁ ନିଷ୍ପତ୍ତି ହେଇଛି । ନିର୍ବାଚନ ହେବାକୁ ଥିବା ରାଜ୍ୟରେ ନିୟୋଜିତ ହେବାକୁ ଥିବା ସୁରକ୍ଷାକର୍ମୀଙ୍କୁ ମଧ୍ୟ ଫ୍ରଣ୍ଟଲାଇନ କର୍ମଚାରୀ (FLW) ଗୋଷ୍ଠୀରେ ଅନ୍ତର୍ଭୁକ୍ତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର ।

ଉପଲବ୍ଧ ଥିବା ସରକାରୀ ପରିସଂଖ୍ୟାନ ତଥ୍ୟ ଅନୁଯାୟୀ, ଉତ୍ତର ପ୍ରଦେଶର 15-18 ବର୍ଷ ବୟସର ସର୍ବାଧିକ ହିତାଧିକାରୀ ରହିଛନ୍ତି । ଉତ୍ତର ପ୍ରଦେଶରେ ଏହି ସଂଖ୍ୟା 1,40,14,000 ହେବ ବୋଲି ସରକାରୀ ତଥ୍ୟ କହୁଛି । ସେହିପରି ଦ୍ବିତୀୟ ରାଜ୍ୟ ଭାବେ ବିହାର 83,46,000 ହିତାଧିକାରୀ ରହିଥିବା ବେଳେ ମହାରାଷ୍ଟ୍ର 60,63,000 ହିତାଧିକାରୀଙ୍କ ସହ ତାଲିକାର ତୃତୀୟ ସ୍ଥାନରେ ରହିଛି ।

ସେହିଭଳି ବୁଷ୍ଟର ଡୋଜ ପ୍ରଦାନ ପାଇଁ ବୟସ୍କ ତଥା 60 ବର୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ ବର୍ଗରେ ମଧ୍ୟ 37,54,400 ହିତାଧିକାରୀଙ୍କ ସହ ପ୍ରଥମରେ ଉତ୍ତର ପ୍ରଦେଶ ଥିବା ବେଳେ ପଛକୁ 29,09,600 ହିତାଧିକାରୀଙ୍କ ସହ ମହାରାଷ୍ଟ୍ର ଏବଂ ତୃତୀୟ ରାଜ୍ୟ ଭାବେ ତାମିଲନାଡୁରେ 20,83,800 ବୟସ୍କ ହିତାଧିକାରୀ ବୁଷ୍ଟର ଡୋଜ ଗ୍ରହଣ କରିବା ଅପେକ୍ଷାରେ ଥିବା ସରକାରୀ ତଥ୍ୟରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details