ଚଣ୍ଡିଗଡ:ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କୁ ହଟାଇବାକୁ ଚାଲିଛି କସରତ । ଏକା ସମୟରେ ଅମରିନ୍ଦରଙ୍କୁ ହଟାଇବାକୁ ୩୦ ବିଧାୟକ ମେଳି ହୋଇଛନ୍ତି । ଏହାରି ଭିତରେ ୭ ବିଧାୟକ ଅମରିନ୍ଦରଙ୍କ ସମର୍ଥନରେ ବାହାରିଛନ୍ତି ।
20 ପଞ୍ଜାବ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୭ଜଣ ବିଧାୟକ ଏବଂ ପୂର୍ବତନ ବିଧାୟକ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଦାବି କରୁଥିବା ଦଳରୁ ନିଜକୁ ଅଲଗା କରିଛନ୍ତି । ୭ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବ ଉପରେ ଭରସା ଥିବା କହିଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏକ ଷଡଯନ୍ତ୍ର କରାଯାଉଥିବା କହିଛନ୍ତି ।
ଦଳର ତଥାକଥିତ ବିଦ୍ରୋହରୁ ନିଜକୁ ଦୂରେଇ ରଖିଥିବା ପଞ୍ଜାବ କଂଗ୍ରେସ ନେତାମାନେ ହେଲେ କୁଲଦୀପ ଭୈଦ, ଦଲବୀର ସିଂ ଗୋଲଡି, ସନ୍ତୋଖ ସିଂ ଭଲାଇପୁର , ଅଜିତ ସିଂ ମୋଫର (ପୂର୍ବତନ ବିଧାୟକ), ଅଙ୍ଗଦ ସିଂ , ରାଜା ୱାରିଙ୍ଗ ଏବଂ ଗୁରୁକିରାଟ ସିଂ କୋଟଲି । ସମସ୍ତ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ସହିତ ଛିଡା ହେବା ନେଇ ଘୋଷଣା କରିଛନ୍ତି ।
ପ୍ରକାଶ ଥାଉ କି, ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କୁ ଦଳର ୩୧ ବିଧାୟକ ଖୋଲାଖୋଲି ବିରୋଧ କରିଛନ୍ତି । ଏ ନେଇ ଗତକାଲି(ମଙ୍ଗଲବାର) ମନ୍ତ୍ରୀ ତ୍ରିପତ ରାଜିନ୍ଦର ସିଂ ବାଜୱାଙ୍କ ବାସଭବନରେ ସମସ୍ତେ ଏକାଠି ହୋଇଥିଲେ । ଅମରିନ୍ଦରଙ୍କ ଉପରେ ଆଉ ଭରସା ନାହିଁ । ତାଙ୍କୁ ହଟାଇବାକୁ ହାଇକମାଣ୍ଡଙ୍କୁ ଦଳ ଭେଟିବା ନେଇ ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ